ITRରୁ DRDO ତଥ୍ୟ ଲିକ୍ ଘଟଣା: ପାକିସ୍ତାନୀ ସୁନ୍ଦରୀଙ୍କ ଜାଲରେ ଫସିଥିଲେ ୪ ଠିକା କର୍ମଚାରୀ
Advertisement
Article Detail0/zeeodisha/odisha986742

ITRରୁ DRDO ତଥ୍ୟ ଲିକ୍ ଘଟଣା: ପାକିସ୍ତାନୀ ସୁନ୍ଦରୀଙ୍କ ଜାଲରେ ଫସିଥିଲେ ୪ ଠିକା କର୍ମଚାରୀ

DRDO ତଥ୍ୟ ଲିକ୍ ମାମଲାରେ ସମସ୍ତ ୪ ଅଭିଯୁକ୍ତଙ୍କୁ ବୁଧବାର ଚାନ୍ଦିପୁର ପୋଲିସ ବାଲେଶ୍ୱର SDJM କୋର୍ଟରେ ହାଜର କରିଛି। ଚାନ୍ଦିପୁରସ୍ଥିତ ITRରୁ DRDOର ତଥ୍ୟ ଲିକ୍ ଘଟଣାରେ ହନିଟ୍ରାପ୍ ଲିଙ୍କ୍ ମିଳିଛି।

ଡିଜାଇନ୍ ଫଟୋ

ବାଲେଶ୍ୱର: ହନିଟ୍ରାପରେ ଫସି ଦେଶ ସହ କରୁଥିଲେ କି ଗଦ୍ଦାରୀ? DRDO ତଥ୍ୟ ଲିକ୍ ମାମଲାରେ ହେଲା ବଡ଼ ଖୁଲାସା। ବିଦେଶୀ ମହିଳାଙ୍କ ସମ୍ପର୍କରେ ରହି ଠିକା କର୍ମଚାରୀମାନେ ଯୋଗାଇ ଦେଉଥିଲେ ସମସ୍ତ ଗୁପ୍ତ ତଥ୍ୟ। ୪ ଅଭିଯୁକ୍ତ ଗରିଫ ପରେ ବୁଧବାର କୋର୍ଟରେ ହାଜର କରାଯାଇଛି। ତେବେ ଅଭିଯୁକ୍ତଙ୍କୁ ହନିଟ୍ରାପରେ ଫାସାଇଥିବା ମହିଳା ପାକିସ୍ତାନର ହୋଇଥିବା ଅନୁମାନ କରାଯାଉଛି।

DRDO ତଥ୍ୟ ଲିକ୍ ମାମଲାରେ ସମସ୍ତ ୪ ଅଭିଯୁକ୍ତଙ୍କୁ ବୁଧବାର ଚାନ୍ଦିପୁର ପୋଲିସ ବାଲେଶ୍ୱର SDJM କୋର୍ଟରେ ହାଜର କରିଛି। ଚାନ୍ଦିପୁରସ୍ଥିତ ITRରୁ DRDOର ତଥ୍ୟ ଲିକ୍ ଘଟଣାରେ ହନିଟ୍ରାପ୍ ଲିଙ୍କ୍ ମିଳିଛି। DRDOର ୪ ଠିକା କର୍ମଚାରୀ ଗିରଫ ହେବାପରେ ଏହି ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ୪ ଠିକା କର୍ମଚାରୀ ଜଣେ ମହିଳାଙ୍କ ସହ ଯୋଗାଯୋଗରେ ଥିଲେ। ମଙ୍ଗଳବାର ଗୋପନ ରଖାଯାଇଥିବା ଚତୁର୍ଥ ଅଭିଯୁକ୍ତଙ୍କ ନାଁ ହେମନ୍ତ ମିସ୍ତ୍ରୀ ବୋଲି ସୂଚନା ମିଳିଛି। 

Also Read: ଅଫର ନା ଅସନ୍ତୁଷ୍ଟ? ହାତ ଛାଡ଼ିବାର ଦିନକ ପରେ ଶଙ୍ଖ ଧରିଲେ ଚନ୍ଦ୍ରଶେଖର

ହେମନ୍ତ ଡିଜି ଅପରେଟର ଭାବେITRରେ କାମ କରୁଥିଲେ। ପାକିସ୍ତାନ ISIକୁ ଦେଶର ପ୍ରତିରକ୍ଷା ସମ୍ପର୍କୀତ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ପୋଲିସ୍ DRDOର ୪ ଜଣ କର୍ମଚାରୀଙ୍କୁ ଗିରଫ କରିଛି। ଗିରଫ ୪ ଅଭିଯୁକ୍ତ ହେଲେ ବସନ୍ତ ବେହେରା, ତାପସ ନାୟକ, ଶେଖ୍ ମୁସାଫିର ଓ ହେମନ୍ତ ମିସ୍ତ୍ରୀ। ଏମାନେ ସମସ୍ତେ ଚାନ୍ଦିପୁର ଝାମ୍ପରାହାଟ ଓ ନୂଆନଈ ଅଞ୍ଚଳର ବାସିନ୍ଦା। ଏହି ୪ ଅଭିଯୁକ୍ତ ITRର ୩ ନମ୍ବର ଲଞ୍ଚ ପ୍ୟାଡ୍ ରେ କାମ କରୁଥିଲେ। 

ଅଭିଯୁକ୍ତମାନେ ବିଦେଶୀ ସଂସ୍ଥା ଏବଂ ପାକିସ୍ତାନୀ ଏଜେଣ୍ଟଙ୍କ ସହ ଫୋନ୍ କଲ ମାଧ୍ୟମରେ ଲିଙ୍କରେ ରହି ତଥ୍ୟ ପ୍ରଘଟ କରିଥିବା ଆଶଙ୍କା କରାଯାଉଛି। ସଠିକ୍ ତଥ୍ୟ ମିଳିବା ପରେ ତନାଘନା କରି ଏହି ୪ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ସତ ଉଗାଳିବାକୁ ପୋଲିସ୍ ଚେଷ୍ଟା କରୁଛି। ସେପଟେ ଅଭିଯୁକ୍ତ ଏସକେ ମୁସାଫିରର ପତ୍ନୀ ସୁରେୟା ବିବି କହିଛନ୍ତି ଯେ, ତାଙ୍କ ସ୍ୱାମୀଙ୍କୁ ଫସାଇ ଦିଆଯାଇଛି। ହେଲେ କିଏ ଫସାଇଛି ସେନେଇ କିଛି ଉତ୍ତର ରଖିନାହାନ୍ତି।