ଅଫର ନା ଅସନ୍ତୁଷ୍ଟ? ହାତ ଛାଡ଼ିବାର ଦିନକ ପରେ ଶଙ୍ଖ ଧରିଲେ ଚନ୍ଦ୍ରଶେଖର
Advertisement
Article Detail0/zeeodisha/odisha986691

ଅଫର ନା ଅସନ୍ତୁଷ୍ଟ? ହାତ ଛାଡ଼ିବାର ଦିନକ ପରେ ଶଙ୍ଖ ଧରିଲେ ଚନ୍ଦ୍ରଶେଖର

ସୋମବାର କୋଟପାଡର ପୂର୍ବତନ କଂଗ୍ରେସ ବିଧାୟକ ଚନ୍ଦ୍ରଶଖର ମାଝୀ (Chandrasekhar Majhi) ଦଳର ପ୍ରାଥମିତ ସଦସ୍ୟତାରୁ ଇସ୍ତଫା ଦେଇଥିଲେ। ବ୍ୟକ୍ତିଗତ କାରଣରୁ ସେ ଦଳ ଛାଡୁଥିବା ନେଇ PCCକୁ ଅବଗତ କରାଇଥିଲେ।

ଡିଜାଇନ୍ ଫଟୋ

ଭୁବନେଶ୍ୱର: କଂଗ୍ରେସ ଛାଡିବାର ଦିନକ ପରେ ବିଜେଡିରେ ସାମିଲ ହୋଇଛନ୍ତି କୋଟପାଡର ପୂର୍ବତନ ବିଧାୟକ ଚନ୍ଦ୍ରଶଖର ମାଝୀ। ବୁଧବାର ନବୀନ ନିବାସରେ ଆୟୋଜିତ ମିଶ୍ରଣ ପର୍ବରେ ନିଜର ସମର୍ଥକଙ୍କ ସହ ସେ ଶଙ୍ଖ ଦଳରେ ସାମିଲ ହୋଇଛନ୍ତି। ତେବେ ସେ ଅସନ୍ତୁଷ୍ଟ ହୋଇ କଂଗ୍ରେସ ଛାଡିଲେ ନା ବିଜେଡି ପକ୍ଷରୁ ବିଶେଷ ଅଫର ମିଳିଛି ତାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି।

ସୋମବାର କୋଟପାଡର ପୂର୍ବତନ କଂଗ୍ରେସ ବିଧାୟକ ଚନ୍ଦ୍ରଶଖର ମାଝୀ (Chandrasekhar Majhi) ଦଳର ପ୍ରାଥମିତ ସଦସ୍ୟତାରୁ ଇସ୍ତଫା ଦେଇଥିଲେ। ବ୍ୟକ୍ତିଗତ କାରଣରୁ ସେ ଦଳ ଛାଡୁଥିବା ନେଇ PCCକୁ ଅବଗତ କରାଇଥିଲେ। କିନ୍ତୁ ହାତ (Congress) ଛାଡିବାର ଦିନକ ପରେ ଚନ୍ଦ୍ରଶଖର ସଦଳବଳ ଘେନି ମଙ୍ଗଳବାର ଅପରାହ୍ଣରେ ନବୀନ ନିବାସ (Naveen Nivas) ରେ ହାଜର ହୋଇଥିଲେ। ସେ ନିଜର ସମର୍ଥକଙ୍କ ସହ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। 

Also Read: କୋରାପୁଟ କଂଗ୍ରେସକୁ ଝଟକା; ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀ ଦେଲେ ଇସ୍ତଫା

ବିଜେଡି (BJD) ର ମିଶ୍ରଣ ପର୍ବରେ ଦଳର ବରିଷ୍ଠ ନେତା ପ୍ରତାପ ଦେବ, ପ୍ରଣବ ପ୍ରକାଶ ଦାସ, ସୁବାଷ ସିଂ, ରମେଶ ମାଝୀ ଓ ରବିନନ୍ଦ ପ୍ରମୂଖ ଉପସ୍ଥିତ ଥିଲେ। ବିଜେଡିରେ ମିଶିବା ପରେ ପୂର୍ବତନ କଂଗ୍ରେସ ନେତା ଚନ୍ଦ୍ରଶେଖର (EX-MLA) କହିଛନ୍ତି, 'କଂଗ୍ରେସ ମୋତେ ଅଣଦେଖା କରିନାହିଁ କି ମୁଁ କନ୍ଦଳର ଶିକାର ହୋଇନାହିଁ। କୋଟପାଡ଼ ଅଞ୍ଚଳର ବିକାଶ କରିବା ପାଇଁ ବିଜେଡିରେ ମିଶିଲି। ନବୀନ ବାବୁଙ୍କ କାମ ମୋତେ ଅନୁପ୍ରାଣିତ କରିଛି।'

fallback

ଖୁବଶୀଘ୍ର ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ (Civic poll) ହେବ। ଆଉ ଏହି ନିର୍ବାଚନ ପୂର୍ବରୁ ରାଜ୍ୟରେ ନେତାଙ୍କ ଦଳଡିଆଁ ଆରମ୍ଭ ହୋଇଯାଇଛି। ଗତ ୨୦୧୪ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଚନ୍ଦ୍ରଶେଖର ମାଝୀ ବିଜେଡି ପ୍ରାର୍ଥୀ ଅଶୋକ ପାଙ୍ଗୀଙ୍କ ଠାରୁ ୩୧,୩୨୧ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୧୯ରେ ବିଜେଡି ପ୍ରାର୍ଥୀ ତଥା ବର୍ତ୍ତମାନର ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଠାରୁ ଦୁଇ ହଜାର ଭୋଟରେ ଚନ୍ଦ୍ରଶେଖର ହାରିଥିଲେ।