Odisha floods: ସୁବର୍ଣ୍ଣରେଖାରେ ବଡ଼ ଜଳ ପ୍ରଳୟ: ଭାଙ୍ଗିବ ୨୦ ବର୍ଷର ରେକର୍ଡ, ବାଲେଶ୍ୱର ଜିଲ୍ଲାପାଳଙ୍କୁ ମିଳିଲା ଏସଆରସିର କ୍ଷମତା
Advertisement
Article Detail0/zeeodisha/odisha1312405

Odisha floods: ସୁବର୍ଣ୍ଣରେଖାରେ ବଡ଼ ଜଳ ପ୍ରଳୟ: ଭାଙ୍ଗିବ ୨୦ ବର୍ଷର ରେକର୍ଡ, ବାଲେଶ୍ୱର ଜିଲ୍ଲାପାଳଙ୍କୁ ମିଳିଲା ଏସଆରସିର କ୍ଷମତା

ଘନ ଘନ ଲଘୁଚାପଜନିତ ବର୍ଷା ପାଣି ବିଲ ବାଡ଼ିରେ ଦଶ ଦିନରୁ ଅଧିକ ଜମି ରହିଥିବା ବେଳେ ପ୍ରବଳ ବନ୍ୟା ଲୋକଙ୍କ ଜୀବନ ଜୀବିକା ଛଡାଇ ନେବ। ସୁବର୍ଣ୍ଣରେଖାରେ ରାଜଘାଟଠାରେ ବିପଦ ସଙ୍କେତ ୧୦.୩୬ ମିଟର ଥିବା ବେଳେ ଏବେ ୮.୪୩ ମିଟର ଉପରେ ପାଣି ପ୍ରବାହିତ। 

Odisha floods: ସୁବର୍ଣ୍ଣରେଖାରେ ବଡ଼ ଜଳ ପ୍ରଳୟ: ଭାଙ୍ଗିବ ୨୦ ବର୍ଷର ରେକର୍ଡ, ବାଲେଶ୍ୱର ଜିଲ୍ଲାପାଳଙ୍କୁ ମିଳିଲା ଏସଆରସିର କ୍ଷମତା

Odisha Floods: ଜଳେଶ୍ୱର (ଦିଲ୍ଲୀପ ଦାସ): ସୁବର୍ଣ୍ଣରେଖା (Subarnarekha) ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା। ଗାଲୁଡିହ ବ୍ୟାରେଜରେ ଖୋଲିଲା ୧୬ଟି ଗେଟ। ସୁବର୍ଣ୍ଣରେଖାରେ ଆସିବ ବଡ଼ ବନ୍ୟା। ୨୦୦୮ରେ ସୁବର୍ଣ୍ଣରେଖା ନଦୀରେ ୩ ଲକ୍ଷ ୭୫ ହଜାର କ୍ଯୂସେକ ପାଣି ଆସିଥିବା ବେଳେ ଏବେ ଛଡା ଯାଇଛି ୪ ଲକ୍ଷ ୨୫ ହଜାର କ୍ଯୂସେକ ପାଣି। ଯଦି ପାଞ୍ଚ ଲକ୍ଷ କ୍ଯୂସେକ ପାଣି ଛଡା ଯିବ ତେବେ ସୁବର୍ଣ୍ଣରେଖାରେ ହେବ ଜଳ ପ୍ରଳୟ। ବଡ଼ ବନ୍ୟାର ଆଶଙ୍କାରେ ତଳିଆ ଅଞ୍ଚଳବାସୀଙ୍କୁ ଆତଙ୍କିତ କରିପକାଇଛି। ସବୁଠୁ ଅଧିକ ପ୍ରଭାବିତ ହେବ ଭୋଗରାଇ ଓ ବାଲିଆପାଳ ବ୍ଲକ। ୫୦ରୁ ଅଧିକ ପଞ୍ଚାୟତ ହେବ ଜଳବନ୍ଦୀ। ଲକ୍ଷାଧିକ ଲୋକେ ହେବେ ଜଳବନ୍ଦୀ। 

  • ଆସିବ ପାଞ୍ଚ ଲକ୍ଷ କ୍ଯୂସେକ ରୁ ଅଧିକ ପାଣି। ଦୁର୍ବଳ ନଦୀବନ୍ଧ ସାଙ୍ଗକୁ ପ୍ରଶାସନିକ ଉଦାସୀନତା,ବଡ଼ ବନ୍ୟା ଆଶଙ୍କାରେ ତଳିଆ ଅଞ୍ଚଳବାସୀ ଭୟଭୀତ।
  • ୨୦୦୮ରେ ହୋଇଥିଲା ସବୁଠୁ ବଡ଼ ବନ୍ୟା, ସୁବର୍ଣ୍ଣରେଖାରେ ପ୍ରବାହିତ ହେଉଥିଲା ୩ଲକ୍ଷ୭୫ହଜାର କ୍ଯୂସେକ ପାଣି ଏବେ ପାଞ୍ଚ ଲକ୍ଷ କ୍ଯୂସେକ ପାଣି ପ୍ରବାହିତ ହେବାର ସୂଚନା ।
  • ବାଲେଶ୍ୱର ଜିଲ୍ଲାପାଳଙ୍କୁ ମିଳିଲା ଏସଆରସି କ୍ଷମତା। ମୁଖ୍ୟମନ୍ତ୍ରୀ ଦେଲେ ଏହି କ୍ଷମତା। 

ଘନ ଘନ ଲଘୁଚାପଜନିତ ବର୍ଷା ପାଣି ବିଲ ବାଡ଼ିରେ ଦଶ ଦିନରୁ ଅଧିକ ଜମି ରହିଥିବା ବେଳେ ପ୍ରବଳ ବନ୍ୟା ଲୋକଙ୍କ ଜୀବନ ଜୀବିକା ଛଡାଇ ନେବ। ସୁବର୍ଣ୍ଣରେଖାରେ ରାଜଘାଟଠାରେ ବିପଦ ସଙ୍କେତ ୧୦.୩୬ ମିଟର ଥିବା ବେଳେ ଏବେ ୮.୪୩ ମିଟର ଉପରେ ପାଣି ପ୍ରବାହିତ। ଦିନ ଦୁଇଟା ସୁଦ୍ଧା ବିପଦ ସଙ୍କେତ ଟପିବ ବୋଲି ଏସଆରସିଙ୍କ ସତର୍କ ସୂଚନା। ପ୍ରଶାସନ ଦ୍ଵାରା ତଳିଆ ଅଞ୍ଚଳରେ ଲୋକଙ୍କୁ ସୁରଖିତ ସ୍ଥାନକୁ ଆଣିବାକୁ ପ୍ରୟାସ ଜାରି ରହିଥିବା ବେଳେ। ODRAF, NDRF ଓ ଅଗ୍ନିଶମ ବାହିନୀ ଉଦ୍ଧାର ପାଇଁ ପ୍ରସ୍ତୁତ ରହିଛନ୍ତି। 

୨୦୦୮ ମସିହାରେ ଜଳେଶ୍ଵର ସହର ଭିତରକୁ ପାଣି ପ୍ରବେଶ କରି କ୍ଷତି କରିଥିଲା। ଭୋଗରାଇ ଓ ବାଲିଆପାଳ ଅଞ୍ଚଳରେ ବନ୍ୟାର ଭୟଙ୍କର ସ୍ଥିତି ଏବେବି ଲୋକଙ୍କ ମନରୁ ଲିଭିନି। ପୁଣି ଭୟଙ୍କର ବନ୍ୟା ଆସୁଥିବା ଜାଣି ଏବେ ଲୋକେ ଆତଙ୍କିତ। ବାଲେଶ୍ଵର ଜିଲ୍ଲାପାଳ ସୁବର୍ଣ୍ଣରେଖା ନଦୀ କୂଳରେ ଥିବା ଜଳେଶ୍ଵର, ଭୋଗରାଇ, ବାଲିଆପାଳ ଓ ବସ୍ତା ବ୍ଲକର ବିଡିଓ ଏବଂ ତହସିଲଦାର ସହିତ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ତାଗିଦ କରିବା ସହିତ ନିଜେ ମଧ୍ୟ ବନ୍ୟା ଅଞ୍ଚଳ ଘନଘନ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଯଦି ଚଳିତ ଥର ବନ୍ୟାରେ ସୁବର୍ଣ୍ଣରେଖା ନଦୀରେ ପାଞ୍ଚ ଲକ୍ଷ କ୍ଯୂସେକ ପାଣି ପ୍ରବେଶ କରିବ ତେବେ ଏହା ଇତିହାସ ସୃଷ୍ଟି କରିବା ସହିତ ଉତର ବାଲେଶ୍ଵରବାସୀଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେବ। ଚାଷ ସହିତ ବାସ, ଧନ ଜୀବନ ଗ୍ରୁହ ପାଳିତ ପଶୁ ସମସ୍ତେ ବ୍ୟାପକ ପ୍ରଭାବିତ ହେବେ ଏଥିରେ ତିଳେ ମାତ୍ର ସନ୍ଦେହ ନାଁହି।

ସୂଚନାଯୋଗ୍ୟ କେନ୍ଦୁଝର ଜିଲ୍ଲାରେ ଲଗାଣ ବର୍ଷା ଫଳରେ ବୈତରଣୀ ନଦୀ (Baitarani River) ରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ୩ ଦିନ ପୁର୍ବରୁ ବୈତରଣୀ ନଦୀରେ ବନ୍ୟା ଏବେବି ବିଭିନ୍ନ ତଳିଆ ଅଞ୍ଚଳରେ ବନ୍ୟା ପାଣି ଛାଡିନଥିବା ବେଳେ ପୁଣି ବନ୍ୟା ଲୋକଙ୍କ ଦୁଃଖ ଦ୍ୱିଗୁଣିତ କରିଛି । ଗୋଟିଏ ପଟେ ଜିଲ୍ଲାର ୪ଟି ବ୍ଲକ ତଥା ଧାମନଗର, ଭଣ୍ଡାରିପୋଖରୀ, ଚାନ୍ଦବାଲି ଓ ତିହିଡି ବ୍ଲକର ୨୦ରୁ ଉର୍ଦ୍ଧ୍ୱ ପଞ୍ଚାୟତ ବନ୍ୟା ପରିସ୍ଥିତି ସାମ୍ନା କରୁଛନ୍ତି । ପ୍ରତ୍ୟେକ ବର୍ଷ ବନ୍ୟା ସମୟରେ ୨୦ପଞ୍ଚାୟତର ୫୦ ହଜରରୁ ଉର୍ଦ୍ଧ୍ୱ ଲୋକ ବନ୍ୟା ସମୟରେ ଜଳବନ୍ଦୀ ଅବସ୍ଥାରେ ୩ରୁ ୪ ଦିନ ରହିଥାନ୍ତି । ଚଳିତ ବର୍ଷା ଲଗାଣ ବର୍ଷା ସାଙ୍ଗକୁ ବୈତରଣୀ ନଦୀର ସମସ୍ତ ଏସ୍କେପ ଭଦ୍ରକ ଜିଲ୍ଲାରେ ଥିବାରୁ ବନ୍ୟା ସମୟରେ ଭଦ୍ରକ ଜିଲ୍ଲା ସର୍ବାଧିକ କ୍ଷତି ହୁଏ । ଅନ୍ୟ ପଟେ ପଡୋଶୀ ଯାଜପୁର ଜିଲ୍ଲାର ନଦୀବନ୍ଧ ଯେଉଁଭଳି ଭାବରେ ସୁଦୃଢ଼ିକରଣ କରାଯାଇଛି ତା ତୁଳନାରେ ଭଦ୍ରକ ଜିଲ୍ଲାର କାର୍ଯ୍ୟ ନହେବାରୁ ନଦୀବନ୍ଧ ଦୁର୍ବଳ ଫଳରେ ବନ୍ୟା ସମୟରେ ବିପଦ ସଙ୍କୁଳ ଅବସ୍ଥାରେ ଜୀବନଯାପନ କରନ୍ତି ଭଦ୍ରକ ଜିଲ୍ଲାର ବାସିନ୍ଦା ।

ଅଧିକ ପଢନ୍ତୁ: ଅଞ୍ଚଳବାସୀ ଆତଙ୍କିତ, ହାଇ ଆଲର୍ଟରେ ପ୍ରଶାସନ

ଅଧିକ ପଢନ୍ତୁ: ସିଙ୍ଗାପୁରରୁ ଫେରିଥିଲେ, ବନ୍ୟା ପାଣିରେ ଜୀବନ ହାରିଲେ