ଥାନା ପରିସରରେ ଅଭିଯ଼ୁକ୍ତ ଆତ୍ମହତ୍ୟା ଘଟଣା; ୨ ପୋଲିସ ଅଧିକାରୀ ନିଲମ୍ବିତ, ଜଣଙ୍କୁ ବଦଳି
Advertisement

ଥାନା ପରିସରରେ ଅଭିଯ଼ୁକ୍ତ ଆତ୍ମହତ୍ୟା ଘଟଣା; ୨ ପୋଲିସ ଅଧିକାରୀ ନିଲମ୍ବିତ, ଜଣଙ୍କୁ ବଦଳି

ମୃତକ ଅଭିଯ଼ୁକ୍ତ ଜଣକ ହେଉଛନ୍ତି ରଙ୍ଗିପୁର ଗ୍ରାମର ଗଣେଶ ଡାକୁଆ। 

ଥାନା ପରିସରରେ ଅଭିଯ଼ୁକ୍ତ ଆତ୍ମହତ୍ୟା ଘଟଣା; ୨ ପୋଲିସ ଅଧିକାରୀ ନିଲମ୍ବିତ, ଜଣଙ୍କୁ ବଦଳି

ବ୍ରହ୍ମପୁର: ସହର ଉପକଣ୍ଠସ୍ଥ ଗୋଳନ୍ଥରା ଥାନା ପରିସରରେ ଜଣେ ଅଭିଯ଼ୁକ୍ତଙ୍କ ଆତ୍ମହତ୍ୟା ଘଟଣାରେ ଏବେ ପୋଲିସର କାର୍ଯ୍ୟଦକ୍ଷତା ଉପରେ ହୋଇଛି ଅଙ୍ଗୁଳି ନିର୍ଦ୍ଦେଶ। ଥାନା ପରିସରେ କଡା ସୁରକ୍ଷା ସତ୍ତ୍ୱେ ଜଣେ ଅଭିଯୁକ୍ତ କିଭଳି ଆତ୍ମହତ୍ୟା କଲେ ତାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠୁଛି। 

ଏହି ମୃତକ ଅଭିଯ଼ୁକ୍ତ ଜଣକ ହେଉଛନ୍ତି ରଙ୍ଗିପୁର ଗ୍ରାମର ଗଣେଶ ଡାକୁଆ। ଗତକାଲି ଏକ ଗଣ୍ଡଗୋଳ ମାମଲାରେ ପୋଲିସ ତାଙ୍କୁ ଥାନାକୁ ଆଣି ଅଟକ ରଖିବା ସହ ଏ ଘଟଣାରେ ପଚରାଉଚରା କରୁଥିବା ବେଳେ ସେ ସେ କିପରି ଆତ୍ମହତ୍ୟା କଲେ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ସେପଟେ ପାରିପାର୍ଶ୍ୱିକ ସ୍ଥିତି ଏବଂ ବାସ୍ତବତା ସହ ପୋଲିସର ବୟାନ ଖାପ ଖାଉନଥିବା ବେଳେ ଗଣେଶଙ୍କ ମୃତ୍ୟୁ ପଛରେ କିଛି ରହସ୍ୟ ଲୁଚି ରହିଥିବା ଅନୁମାନ କରାଯାଉଛି। 

Also Read: ଥାନା ଭିତରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା

 

ଅନ୍ୟପଟେ ବ୍ରହ୍ମପୁର ଏସପି ଏବଂ ଦକ୍ଷିଣାଞ୍ଚଳ ଡିଆଇଜି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି। କାର୍ଯ୍ୟରେ ଅବହେଲା କରିଥି୍ବା ନେଇ ଦୁଇ ଜଣ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରିବା ସହ ଥାନା ଅଧିକାରୀଙ୍କୁ ତୁରନ୍ତ ବଦଳି କରିଛନ୍ତି। 

ଥାନା ପରିସରରେ ଅଭିଯୁକ୍ତଙ୍କ ମୃତ୍ୟୁର ରହସ୍ୟ। ସନ୍ଦେହ ଘେରରେ ଥାନାବାବୁଙ୍କ ଭୂମିକା। ବାସ୍ତବତା ସହ ମେଳ ଖାଉନି ପୋଲିସର ବୟାନ। ରାତି ଅଧିଆ ଅଭିଯୁକ୍ତଙ୍କ ଶବ ବ୍ୟବଛେଦ ସହ ଅନ୍ତିମ ସଂସ୍କାରକୁ ନେଇ ଉଠିଛି ପ୍ରଶ୍ନ। କାର୍ଯ୍ୟରେ ଅବହେଳାକୁ ନେଇ ନିଲମ୍ବିତ ହେଲେ ଦୁଇ ପୋଲିସ କର୍ମଚାରୀ ଆଉ ବଦଳିଲେ ଥାନାବାବୁ। ବ୍ରହ୍ମପୁର ପୋଲିସ ଜିଲ୍ଲା ଅଧିନସ୍ଥ ଗୋଳନ୍ଥରା ଥାନାରୁ ଆସିଛି ଏଭଲି କିଛି ସାଂଘାତିକ ଅଭିଯୋଗ।

ସ୍ଥାନୀୟ ରଙ୍ଗିପୁର ଗ୍ରାମର ଗଣେଷ ଡାକୁଆ ନାମକ ଜଣେ ଯୁବକଙ୍କୁ ଏକ ଗଣ୍ଡଗୋଳ ମାମଲାରେ ପଚରାଉଚରା ଲାଗି ଥାନାକୁ ଉଠାଇ ଆଣିଥିଲା ଗୋଳନ୍ଥରା ପୋଲିସ। ହେଲେ କିଛି ସମୟ ମଧ୍ୟରେ ସେହି ଯୁବକ ଜଣକ ଥାନା ପରିସରରେ ବେକରେ ବେଲ୍ଟ ଲଗାଇ ଆତ୍ମହତ୍ୟା କରିଥିବାର ଅଭିଯୋଗ ଆସିଛି। 

Also Read: ଯନ୍ତାରେ ପଡିଲା ଦୁର୍ଦ୍ଦାନ୍ତ 'ମୁସା'

 

ପୋଲିସ ସୂଚନା ମୁତାବକ ଗତକାଲି ରାତି ପ୍ରାୟ ୮ଟା ବେଳେ ଗଣେଶ ଡାକୁଆ ନାମକ ଯୁବକ ବେକରେ ବେଲ୍ଟ ଲଗାଇ ଝୁଲନ୍ତା ଅବସ୍ଥାରେ ଛଟପଟ ହେଉଥିବା ବେଳେ ଚିକିତ୍ସା ପାଇଁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ଅଣାଯାଇଥିଲା। ହେଲେ ଡାକ୍ତର କିନ୍ତୁ ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ହେଲେ ଏ ଘଟଣାର ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଅଲଗା। ବ୍ରହ୍ମପୁର ମେଡିକାଲ ବାହାରେ ରାତି ପ୍ରାୟ ସାଢେ ୧୧ଟା ପର୍ଯ଼୍ୟନ୍ତ ପୋଲିସ ଗାଡିରେ ଯୁବକଙ୍କ ମୃତ ଦେହ ପଡିରହିଥିବାର ଦେଖିବାକୁ ମିଳିଥିଲା। 

Also Read: ଛତ୍ରପୁର ପୋଲିସ ପଞ୍ଝାରେ ବାଇକ ଲୁଟେରା ଗ୍ୟାଙ୍ଗ୍

 

ଏପରିକି ରାତି ଅଧିଆ ମୃତ ଯୁବକଙ୍କ ଶବ ବ୍ୟବଛେଦ କରିବା ସହ ଅନ୍ତିମ ସଂସ୍କାର କରିବା ଘଟଣାକୁ ନେଇ ଏବେ ପୋଲିସର ଭୂମିକା ତଦନ୍ତ ପରିସର ଭିତରକୁ ଟାଣି ହୋଇଯାଇଛି। ଅନ୍ୟପଟେ ଏ ଘଟଣାର ଅନୁସନ୍ଧାନ ଲାଗି ଦକ୍ଷିଣାଞ୍ଚଳ ଡିଆଇଜି ଏବଂ ବ୍ରହ୍ମପୁର ଏସପି ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ କରିଛନ୍ତି। ଦାୟିତ୍ୱରେ ଅବହେଳା କରିବା ଅଭିଯୋଗରେ ଏଏସଆଇ ପି.ସି ଆଚାର୍ଯ୍ୟ ଏବଂ ସେଣ୍ଟ୍ରୀ ଡି.ପି ଜେନାଙ୍କୁ ନିଲମ୍ବିତ କରିବା ସହ ତଦନ୍ତରେ ଯେଭଳି ବାଧା ନଉପୁଜେ ସେଥିଲାଗି ଥାନା ଅଧିକାରୀ ବାବୁଲି ନାୟକଙ୍କୁ ତୁରନ୍ତ ହେଡ୍ କ୍ବାଟରକୁ ବଦଳି କରାଯାଇଛି। ତଦନ୍ତ ଲାଗି ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଥିାବା ବେଳେ ଶବ ବ୍ୟବଛେଦ ଏବଂ ତଦନ୍ତ ରିପୋର୍ଟକୁ ଭିତ୍ତିକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାଇଛନ୍ତି ଏସପି।  

Also Read: ଛାତ କରି ଲୁଟିଥିବା ଗହଣା ଚୋରକୁ ବାନ୍ଧିଲା ପୋଲିସ

 

ଥାନ ପରିସରରେ ଘଟିଥିବା ଏହି ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚା ବିଷୟ ପାଲଟିଥିବା ବେଳେ ସତ୍ୟତା ଉପରୁ ପରଦା ଉଠାଇବାରେ ତଦନ୍ତକାରୀ ଟିମ କେବେ ସଫଲ ହେବ ତାହା ଉପରେ ରହିଛି ସମସ୍ତଙ୍କ ନଜର।