ଯନ୍ତାରେ ପଡିଲା ଦୁର୍ଦ୍ଦାନ୍ତ 'ମୁସା'
Advertisement

ଯନ୍ତାରେ ପଡିଲା ଦୁର୍ଦ୍ଦାନ୍ତ 'ମୁସା'

ଅପରାଧିକ କାର୍ଯ୍ୟକଳାପ ଘଟାଇବା ଲାଗି ଯୋଜନା ପ୍ରସ୍ତୁତ କରୁଥିବା ବେଳେ ମୁସାକୁ ବୈଦ୍ୟନାଥ ପୁର ପୋଲିସ କାବୁ କରିଛି।

 ଯନ୍ତାରେ ପଡିଲା ଦୁର୍ଦ୍ଦାନ୍ତ 'ମୁସା'

ବ୍ରହ୍ମପୁର: ପୋଲିସ ପଞ୍ଝାରେ ଦୁର୍ଦ୍ଦାନ୍ତ ଅପରାଧୀ ମୁସା ଓରଫ କାଳିଆ ସାହୁ। ଅପରାଧିକ କାର୍ଯ୍ୟକଳାପ ଘଟାଇବା ଲାଗି ଯୋଜନା ପ୍ରସ୍ତୁତ କରୁଥିବା ବେଳେ ମୁସାକୁ ବୈଦ୍ୟନାଥ ପୁର ପୋଲିସ କାବୁ କରିଛି। 

ସୁଚନା ମୁତାବକ ବ୍ରହ୍ମପୁର (Berhampur) ସହରର ବିଭିନ୍ନ ଥାନାରେ ମୁସା (Hardcore criminal) ନାମରେ ଅନେକ ଅପରାଧିକ ମାମଲା ରହିଛି। ଯାହାକୁ ନେଇ ସବୁବେଳେ ମୁସା, ପୋଲିସ (Ganjam police) ସ୍କାନରରେ ରହି ଆସୁଥିଲା। ତେବେ ଆଜି ମୁସା କିଛି କାଣ୍ଡ ଘଟାଇବା ନେଇ ପୋଲିସ ପାଖରେ ଗୁଇନ୍ଦା ସୂଚନା ମିଳିଥିଲା।

Also Read: ଝିଙ୍କ ମାଂସ ସହ ୫ଟି ଦେଶୀ ବନ୍ଧୁକ ଜବତ, ଶିକାରୀ ଚମ୍ପଟ୍

ଲାଞ୍ଜିପଲ୍ଲି ବାଇପାସ ନିକଟସ୍ଥ ବ୍ରହ୍ମାପଲ୍ଲି (Berhmapalli)ଠାରେ ମୁସା ଓ ତାର ସହଯୋଗ କୌଣସି ଅପ୍ରୀତିକ କାର୍ଯ୍ୟ କଳାପ ଘଟାଇବାକୁ ଯୋଜନା କରୁଥିବା ନେଇ ବିଶେଷ ସୂତ୍ରରୁ ଖବର ମିଳିଥିଲା। ପରେ ବୈଦନାଥ ପୋଲିସର ଗୋଟିଏ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ମୁସାକୁ ଗିରଫ କରିଛି। ତା'ଠାରୁ ଗୋଟିଏ ବନ୍ଧୁକ ଓ ୩ଟି ଜୀବନ୍ତ ଗୁଳି ମଧ୍ୟ ଜବତ ହୋଇଛି।