ଖୋଲିଲା ଆହାର କେନ୍ଦ୍ର, ପ୍ରଥମ ଦିନରେ ଖାଁ ଖାଁ
Advertisement
Article Detail0/zeeodisha/odisha778067

ଖୋଲିଲା ଆହାର କେନ୍ଦ୍ର, ପ୍ରଥମ ଦିନରେ ଖାଁ ଖାଁ

ପ୍ରଥମ ଦିନରେ ଆହାର କେନ୍ଦ୍ର ଖୋଲା ଯାଇଥିବା ନେଇ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚି ନଥିବା ହେତୁ ଆହାର କେନ୍ଦ୍ରରେ ଖାଁ ଖାଁ ପରିସ୍ଥିତି ଦେଖାଦେଇଛି।

ଖୋଲିଲା ଆହାର କେନ୍ଦ୍ର, ପ୍ରଥମ ଦିନରେ ଖାଁ ଖାଁ

ଭୁବନେଶ୍ୱର: ଦୀର୍ଘ ୭ ମାସ ପରେ ରାଜ୍ୟରେ ଖୋଲିଛି ଆହାର କେନ୍ଦ୍ର (Ahar Centre)। ପୂର୍ବ ଭଳି ଏବେ ଲୋକେ କମ ଟଙ୍କାରେ ଅପରାହ୍ନ ଓ ରାତିରେ ଖାଇବା ପାଇପାରିବେ। କୋରନୋ ସଂକଟ (Corona Crisis) ଯୋଗୁ ରାଜ୍ୟର କେତେକ ହସ୍ପିଟାଲ ନିକଟ ଆହାର କେନ୍ଦ୍ର ବ୍ୟତୀତ ସମସ୍ତ କେନ୍ଦ୍ର ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ ସରକାର। ଏବେ କରୋନା ସଂକ୍ରମଣ କମିବା ପରେ ରାଜ୍ୟର ୧୭ଟି ଜିଲ୍ଲାରେ ତିଆରି ହୋଇଥିବା ପ୍ରାୟ ୧୫୭ଟି ଆହାର କେନ୍ଦ୍ର ପୁଣି କାର୍ଯ୍ୟକ୍ଷମ ହୋଇଛି। ସାମାଜିକ ଦୂରତା (Social Distance) ନିୟମ ପାଳନ କରିବା ସହ କିଭଳି ଲୋକେ ସାନିଟାଇଜ ହୋଇ ଖାଦ୍ୟ ଗ୍ରହଣ କରାଯିବ ସେଥିପାଇଁ ପ୍ରଥମ ଥର ପାଇଁ ଏସଏଚଜି ଗ୍ରୁପ ମହିଳାଙ୍କୁ ଏଥିରେ ନିୟୋଜିତ କରାଯାଇଛି।   

ଥାଳିରେ ଭାତ, ଡାଲମା ଓ ଆଚାର। ଖାଇବା ପାଇଁ ପୁଣି ପୂର୍ବ ଭଳି ଲାଗିଲା ଭିଡ। ମାତ୍ର ୫ ଟଙ୍କାରେ ଲୋକଙ୍କୁ ଖାଦ୍ୟ ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ଏହି ଯୋଜନା କରୋନା ମହାମାରୀ (Corona Pandemic) କାରଣରୁ ବନ୍ଦ ରହିଥିଲା। ପ୍ରାୟ ୭ ମାସ ହେବ ରାଜ୍ୟର ପ୍ରାୟ ୧୩୦ଟି ଆହାର କେନ୍ଦ୍ର ବନ୍ଦ ରହିବା ଯୋଗୁଁ ଗାଁ ମଫସଲରୁ ଆସୁଥିବା ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ।  ଏବେ ପୁଣି ଥରେ  ରାଜ୍ୟର ୧୭ଟି ଜିଲ୍ଲାରେ ଥିବା ସମସ୍ତ ୧୫୭ଟି ଆହାର କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି। ପୂର୍ବରୁ ହସ୍ପିଟାଲ ପରିସରରେ ଥିବା ଆହାର କେନ୍ଦ୍ର ଖୋଲି ରହିଥିବା ବେଳେ ବର୍ତମାନ ସମସ୍ତ ଆହାର କେନ୍ଦ୍ର ଖୋଲାଯାଇଛି। 

ଜିଲ୍ଲାର ବରିଷ୍ଠ ଅଧିକାରୀ ଆହାର କେନ୍ଦ୍ର ପରଦର୍ଶନ କରି ସାନିଟାଇଜ (Sanitize) ସହ ସାମାଜିକ ଦୂରତା କିଭଳି କରାଯିବ ତାହାର ତଦାରଖ କରିଛନ୍ତି। ରାଜଧାନୀ ଭୁବନେଶ୍ୱରରେ ପୂର୍ବରୁ ହସ୍ପିଟାଲ ନିକଟରେ ୫ଟି ଖୋଲା ଥିବା ବେଳେ ଆହୁରି ୭ଟି ଖୋଲାଯାଇଛି ଆହାର କେନ୍ଦ୍ର। ସେଭଳି ଗଞ୍ଜାମ ଜିଲ୍ଲାରେ ମଧ୍ୟ ୨୩ଟି ଆହାର କେନ୍ଦ୍ର ଖୋଲିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିଲା।   

କୋରୋନା କଟକଣା କୋହଳ ହେବା ପରେ ଜିଲ୍ଲା ଜିଲ୍ଲା ମଧ୍ୟରୁ ଲୋକେ ଯିବା ଆସିବା ଆରମ୍ଭ କରିଥିଲେ। ହେଲେ ହୋଟେଲ ଓ ଅନ୍ୟାନ୍ୟ ଖାଇବା ସ୍ଥାନରେ କୋଭିଡ ପାଇଁ କମ ଦାମରେ ଖାଇବା ମିଳୁନଥିବାରୁ ଲୋକେ ହଇରାଣ ହେଉଥିଲେ। ଏବେ ଆହାର କେନ୍ଦ୍ର ଖୋଲିବା ପରେ ଖଟିଖିଆ ସହରକୁ ଆସୁଥିବା ଲୋକେ ସୁବିଧାରେ କମ ଟଙ୍କାରେ ପେଟପୁରା ଖାଇବାକୁ ପାଉଛନ୍ତି। ସାମାଜିକ ଦୂରତା ପାଳନ କରି ଖାଇବା ଗ୍ରହଣ କଲେ କାହାରିକୁ କୌଣସି ଅସୁବିଧା ହେବ ନାହିଁ ବୋଲି ଲୋକେ କହିଛନ୍ତି। ଲୋକେ ସୁବିଧାରେ ଖାଇବା ପାଇଁ ରାଜଧାନୀ ସମେତ ସବୁ ପ୍ରମୁଖ ସହରରେ ଖୋଲିଛି ଆହାର କେନ୍ଦ୍ର। କମ ଦାମରେ ଖାଇବା ମିଳୁଥିବାରୁ ଲୋକେ ମଧ୍ୟ ଏଠାକୁ ଆସି ଖାଇବା ପସନ୍ଦ କରୁଛନ୍ତି। ଏଭଳି ପରିସ୍ଥିତିରେ ୭ ମାସ ଆହାର କେନ୍ଦ୍ର ବନ୍ଦ ରହିବା ବେଳେ ହସ୍ପିଟାଲରେ ଖାଇବା ଯୋଗାଇ ଦିଆଯାଇଥିଲା ।   

କୋରୋନା ସଂକ୍ରମଣ (Corona Infection) ମାମଲାକୁ ଦୃଷ୍ଟିରେ ରଖି ଦୀର୍ଘ ୭ ମାସ ଧରି ବନ୍ଦ ରହିଥିବା ରାଜ୍ୟର ସମସ୍ତ ଆହାର କେନ୍ଦ୍ରକୁ ଖୋଲିବା ଲାଗି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ଗଞ୍ଜାମ (Ganjam) ଜିଲ୍ଲାରେ ବନ୍ଦ ରହିଥିବା ୨୦ଟି ଆହାର କେନ୍ଦ୍ର ଆଜି (ନଭେମ୍ବର ୨, ୨୦୨୦) ଠାରୁ ଚାଲୁ ହୋଇଛି। 

ଜିଲ୍ଲାରେ ମୋଟ ୨୩ଟି ଆହାର କେନ୍ଦ୍ର ରହିଥିବା ବେଳେ କରୋନା ସମୟରେ ବ୍ରହ୍ମପୁର ମେଡିକାଲ (Berhampur Medical), ସିଟି ମେଡିକାଲ (Citi Medical), ଭଞ୍ଜନଗର ମେଡିକାଲ (Bhanjanagar Medical) ଆଦି ୩ଟି ସ୍ଥାନରେ ଆହାର କେନ୍ଦ୍ର ଖୋଲା ରହିଥିଲା । ଏବେ ଜିଲ୍ଲାର ୧୬ଟି ବିଜ୍ଞାପିତ ଅଞ୍ଚଳ ପରିଷଦ-ଏନଏସି (Notified Area Council-NAC), ହିଞ୍ଜିଳିକାଟୁ ମୁନିସପାଲଟି (Hinjilikatu Municpality), ବ୍ରହ୍ମପୁର ମହାନଗର ନିଗମ (Berhampur Municpal Corporation) ଆଦି ସ୍ଥାନର ୪ଟି ଆହାର କେନ୍ଦ୍ର ଖୋଲିଛି। 

ସୋମବାର ଠାରୁ ଏସଏଜି ମହିଳା ଗ୍ରୁପ ହାତରେ କେନ୍ଦ୍ର ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ କୋଭିଡ ଗାଇଡଲାଇନ (Covid19 Guidelines) ଉପରେ ଅଧିକ ପ୍ରାଧାନ୍ୟ ଦିଆଯାଉଛି। ପ୍ରଥମ ଦିନରେ ଆହାର କେନ୍ଦ୍ର ଖୋଲା ଯାଇଥିବା ନେଇ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚି ନଥିବା ହେତୁ ଆହାର କେନ୍ଦ୍ରରେ ଖାଁ ଖାଁ ପରିସ୍ଥିତି ଦେଖାଦେଇଛି।