• ରାଜ୍ୟରେ ଆଉ ୪୩ ଜୀବନ ନେଲା ମହାମାରୀ କୋରୋନା
  • ରାଜ୍ୟରେ ଦିନକରେ ଆଉ ୩ ହଜାର ୩୧ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୩ ହଜାର ୨୫୬ ନୂତନ କୋରୋନା ମାମଲା ଚିହ୍ନଟ
  • ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୪୨୨ ଜଣ ସଂକ୍ରମିତଙ୍କର ମୃତ୍ୟୁ
  • ଆଜିଠୁ ୟୁଟ୍ୟୁବରେ ଉଭୟ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ଲାଇଭ୍ ପାଠପଢା
  • ଦୌନିକ ୧୦.୪୫ରୁ ୧ଟା ପର୍ଯ୍ୟନ୍ତ ୪ଟି ପିରିୟଡ଼ ରହିବ
  • ଆଜିଠୁ ରାଜ୍ୟରେ କ୍ୟାମ୍ପେନ ମୋଡରେ ହେବ ଟିକାକରଣ
  • ଦୈନିକ ୩ ଲକ୍ଷ ଟିକାକରଣ ପାଇଁ ଯୋଜନା
  • ଆଜି ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ
  • ଦେଶବାସୀଙ୍କୁ ଯୋଗ ଦିବସର ଶୁଭେଚ୍ଛା ଜଣାଇଲେ PM ମୋଦି

ଅପରାଧ ଘଟାଇବା ପୂର୍ବରୁ ଅପରାଧି ହାତରେ ଫୁଟିଲା ବୋମା

 ଉଭୟେ ନିଜ ସାଥିରେ ନେଇ ଯାଇଥିବା ବୋମାଟି ଘଟଣାସ୍ଥଳରେ ଫୁଟିଥିଲା। ଏହି ବିସ୍ଫୋରଣ କାରଣରୁ ବାଇକ ପଛରେ ବସିଥିବା ଯୁବକଙ୍କ ମୃତ୍ୟୁ ଘଟିଛି।

 ଅପରାଧ ଘଟାଇବା ପୂର୍ବରୁ ଅପରାଧି ହାତରେ ଫୁଟିଲା ବୋମା

ରାଧେଶ୍ୟାମ ଆଚାର୍ଯ୍ୟ,ବ୍ରହ୍ମପୁର: ଅପରାଧିକ କାଣ୍ଡ ଭିଆଇବା ପୂର୍ବରୁ ଅପରାଧି (Criminal) ହାତରେ ଫୁଟିଲା ବୋମା (Bomb)। ଏଭଳି ଘଟଣା ଗଞ୍ଜାମ (Ganjam) ଜିଲ୍ଲା ଖଲ୍ଲିକୋଟ୍ ଥାନା ଅଞ୍ଚଳରେ (Khallikot police station) ଘଟିଛି। ସ୍ଥାନୀୟ ଅଞ୍ଚଳର ୨ ଯୁବକ ଗୋଟିଏ ବାଇକରେ ବୋମା ଧରି ଯାଉଥିବା ବେଳେ ନିର୍ମଳଝର ଛକରେ ହଠାତ ବାଇକ୍ ଚକା ସ୍ଲିପ୍ କରିଥିଲା। ଯାହା ଫଳରେ ଦୁଇ ଜଣ ଯାକ ପଡିଯାଇଥିଲେ। 

ଏହା ପରେ ଉଭୟେ ନିଜ ସାଥିରେ ନେଇ ଯାଇଥିବା ବୋମାଟି ଘଟଣାସ୍ଥଳରେ ଫୁଟିଥିଲା। ଏହି ବିସ୍ଫୋରଣ କାରଣରୁ ବାଇକ ପଛରେ ବସିଥିବା ଯୁବକଙ୍କ ମୃତ୍ୟୁ ଘଟିଛି। ବୋମା ବିସ୍ଫୋରଣରେ ମଣ୍ଟୁ ମହାରଣା ନାମକ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ସିଲୁ ପ୍ରଧାନ ଆହତ ହୋଇଛି। ସେମାନେ କୌଣସି ଅପରାଧିକ କାର୍ଯ୍ୟକଳାପ ଘଟାଇବା ପାଇଁ ଦୁହେଁ ବାଇକରେ ଯାଉଥିବା ବେଳେ ନିଜ ସାଥିରେ ନେଇଥିବା ବୋମା ହାତରୁ ଖସି ପଡିବାରୁ ଏଭଳି ଅଘଟଣ ଘଟିଛି। 

ଗତକାଲି ଉଭୟ ଯୁବକ ବୋମା ଧରି କୁଆଡ଼େ ଯାଉଥିଲେ ତାହା ଜଣାପଡିନାହିଁ। ଏହି ଦୁର୍ଘଟଣା ପରେ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଖଲ୍ଲିକୋଟ ଠାରେ ସେମାନେ ଗାଡ଼ିରେ ବୋମା ଧରି ଯାଉଥିବା ବେଳେ ଗାଡି ସ୍ଲିପ କରିବାରୁ ଏଭଳି ଅଘଟଣା ଘଟିଛି। ଗାଡି ପଡିଯିବା ଫଳରେ ବ୍ୟାଗରେ ଥିବା ବୋମା ମଧ୍ୟ ଫୁଟି ଯାଇଥିଲା। ଏହି ବୋମା ଫୁଟିବାର ସିସିଟିଭି କ୍ୟାମେରାରେ କଏଦ ହୋଇଛି।