ଗୋପାଳପୁର ବେଳାଭୂମି ମହୋତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ଶେଷ; ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha614391

ଗୋପାଳପୁର ବେଳାଭୂମି ମହୋତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ଶେଷ; ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

  ଠିକ ୪ ଟା ସମୟରେ  ଗୋପାଳପୁର ଠାରେ ପହଞ୍ଚି ବେଳାଭୂମି ମହୋତ୍ସବର ଶୁଭ ଉଦଘାଟନ କରିବା ସହ ଗଞ୍ଜାମ ଜିଲ୍ଲାବାସୀଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଗୋପାଳପୁର ବେଳାଭୂମି ମହୋତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ଶେଷ; ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ରାତି ପାହିଲେ ଅନୁଷ୍ଠିତ ହେବ ଗୋପାଳପୁର ବେଳାଭୂମି ମହୋତ୍ସବ ୨୦୧୯ । ଏଥିଲାଗି ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ । ମହୋତ୍ସବର ଶୁଭ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିଲାଗି ମୁଖ୍ୟମନ୍ତ୍ରୀ ଙ୍କ  ଆସନ୍ତାକାଲି ଗଞ୍ଜାମ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ  ରହିଥିବା ବେଳେ  ଏକ ଘଣ୍ଟାର କାର୍ଯ୍ୟସୂଚୀ ମଧ୍ୟରେ  ଠିକ ୪ ଟା ସମୟରେ  ଗୋପାଳପୁର ଠାରେ ପହଞ୍ଚି ବେଳାଭୂମି ମହୋତ୍ସବର ଶୁଭ ଉଦଘାଟନ କରିବା ସହ ଗଞ୍ଜାମ ଜିଲ୍ଲା ବାସୀଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୋଟିଏ ପଟେ ବେଳାଭୂମି ମହୋତ୍ସବର ପ୍ରଥମ ରଜନୀରେ ଲକ୍ଷାଧିକ ସଂଖ୍ୟାରେ ଜନ ସମାଗମ ହେବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି  ସୁରକ୍ଷା ବ୍ୟବସ୍ଥା କଡାକଡି  କରାଯାଇଛି ।

ବେଳାଭୂମି ମହୋତ୍ସବ ର ଉଦଘାଟନ ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ପ୍ରସ୍ତୁତ ହୋଇଛି  ରୁଟମେପ। ରଙ୍ଗେଇଲୁଣ୍ଡା ହ୍ଯାଲିପେଡରେ ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ କିଭଳି  ସ୍ବତନ୍ତ୍ର କାର୍କେଟ ଯୋଗେ ମହୋତ୍ସବ ସ୍ଥଳରେ ପହଞ୍ଚିବେ ସେଥିଲାଗି ପୋଲିସ ପକ୍ଷରୁ ଆୟୋଜିତ ହୋଇଥିଲା ଏକ ମଗଡ୍ରିଲ। ନିର୍ବାଚନ ର ବିଜୟ ପରେ ନିଜ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପ୍ରଥମ ଗସ୍ତ ରହିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ କରିବା ଲାଗି ଜିଲ୍ଲା ର ବିଭିନ୍ନ ଅଞ୍ଚଳରୁ ଲକ୍ଷାଧିକ ଲୋକଙ୍କ ସମାଗମ ହେବ ଗୋପାଳପୁର ବେଳାଭୂମି ପରିସରକୁ। ତେବେ ଗୋପାଳପୁର ବେଳାଭୂମି ମହୋତ୍ସବକୁ ଉପଭୋଗ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଟିକିଏ ଝଲକ ପାଇବା ପାଇଁ ଲକ୍ଷାଧିକ ଲୋକଙ୍କ ସମାଗମ ରହିଥିବା ବେଳେ  ଟ୍ରାଫିକ ସମସ୍ୟାକୁ ଅଧିକ ଗୁରୁତ୍ୱ ଦେଇଛି ପୋଲିସ । ୪ ଜଣ ଅତିରିକ୍ତ ଏସପି, ୧୫ ଜଣ ଡି ଏସ ପି, ୧୫୦ ଜଣ ଅଫିସରଙ୍କ ସମେତ ୩୦ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବାକୁ ଥିବା ବେଳେ ଶାନ୍ତିଶୃଙ୍ଖଳାରେ  ମହୋତ୍ସବକୁ ସମାପନ କରିବା ପୁରୁ ବନ୍ଦୋବସ୍ତ କରିବା ସହ ଜନ ସାଧାରଣ ଙ୍କ ସହଯୋଗ ଲୋଡିଛନ୍ତି ଏସପି ବ୍ରହ୍ମପୁର ।