କଟକଣା ହଟିବା ପରେ ସ୍ୱାଭାବିକ ହେଉଛି ଜୀବନ ଯାତ୍ରା; ଗ୍ରାହକଙ୍କ ଅପେକ୍ଷାରେ ବ୍ୟବସାୟୀ
Advertisement
Article Detail0/zeeodisha/odisha943854

କଟକଣା ହଟିବା ପରେ ସ୍ୱାଭାବିକ ହେଉଛି ଜୀବନ ଯାତ୍ରା; ଗ୍ରାହକଙ୍କ ଅପେକ୍ଷାରେ ବ୍ୟବସାୟୀ

କୋରୋନା କଟକଣା ମୁକ୍ତ ଗଞ୍ଜାମ ଜିଲ୍ଲାରେ ସ୍ବାଭାବିକ ସ୍ଥିତିରୁ ଫେରିଲା ଜୀବନ ଯାତ୍ରା।

କଟକଣା ହଟିବା ପରେ ସ୍ୱାଭାବିକ ହେଉଛି ଜୀବନ ଯାତ୍ରା; ଗ୍ରାହକଙ୍କ ଅପେକ୍ଷାରେ ବ୍ୟବସାୟୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କୋରୋନା ସଂକ୍ରମଣ ହାସ ପାଇବା ପରେ ଧିରେ ଧିରେ ସ୍ବାଭାବିକ ହେଉଛି ଜୀବନ ଯାତ୍ରା। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କଟକଣାକୁ ଅନେକ ମାତ୍ରାରେ କୋହଳ କରାଯିବା ବେଳେ ଅସଜଡା ବ୍ୟବସାୟକୁ ପୁଣିଥରେ ସଜାଡିବା ଆରମ୍ଭ କରିଛନ୍ତି ବ୍ୟବସାୟୀ। ହେଲେ ଏବେ ଆଉ ଅମାନିଆ ନୁହେଁ ସମସ୍ତେ ସଚେତନ ହେବା ସହ ତୃତୀୟ ଲହରର ଭୟକୁ ମନରେ ନେଇ ଘରୁ ଗୋଡ କଡିବାକୁ ପଛଘୁଞ୍ଚା ଦେଉଥିବା ବେଳେ ବଜାରରେ ପସରା ମେଲାଇ ଗ୍ରାହକଙ୍କ ଆଗମନକୁ ଅପେକ୍ଷା କରି ବସିଛନ୍ତି ରାସ୍ତା କଡର ବ୍ୟବସାୟୀ। 

କୋରୋନା କଟକଣା ମୁକ୍ତ ଗଞ୍ଜାମ ଜିଲ୍ଲାରେ ସ୍ବାଭାବିକ ସ୍ଥିତିରୁ ଫେରିଲା ଜୀବନ ଯାତ୍ରା। ମୁହଁରେ ମାସ୍କ ପିନ୍ଧି ରାସ୍ତାକୁ ଓହ୍ଲାଇବା ସହ ନିଜ ନିଜର ଗନ୍ତବ୍ୟ ସ୍ଥଳକୁ ଖୁସି ମନରେ ଯାତାୟତ କରୁଛନ୍ତି ଜନ ସାଧାରଣ। ହେଲେ ବଜାରରେ କିନ୍ତୁ ଦେଖିବାକୁ ମିଳୁନି ପୂର୍ବ ଭଳି କୋଳାହଳ। କଟକଣାରୁ ବାହାରି ବ୍ୟବସାୟୀ ଖୁସି ମନରେ ଯଦିଓ ପସରା ମେଲାଇ ବସିଛନ୍ତି ହେଲେ ଗ୍ରାହକଙ୍କ ଦେଖା ମିଳୁନାହିଁ। ଯାହା ଫଳରେ ଏବେ ସମାନ ଢଙ୍ଗରେ ନିରାଶ ହୋଇ ଗ୍ରାହକଙ୍କ ଆଗମନକୁ ଚାହିଁ ବସିଛନ୍ତି ବ୍ୟବସାୟୀ। କୋରୋନା ସଂକ୍ରମଣ ହାସ ପାଇଥିବାରୁ ଜିଲ୍ଲାରେ ସକାଳ ୬ଟାରୁ ରାତି ୭ଟା ପର୍ଯ଼୍ୟନ୍ତ ଏବେ ବେଉସା କରିବା ଲାଗି ଅନୁମତି ମିଳିବା ପରେ ଦୁଇ ପଇସା ରୋଜଗାର କରିବାର ଆଶା ରଖିଛନ୍ତି ବ୍ୟବସାୟୀ। 

Also Read: କଟକଣା ହଟିବା ପରେ ଖୋଲିଲା ବଜାରର; ସ୍ୱାଭାବିକ ହେଉଛି ଜୀବନଯାତ୍ରା

ଜରୁରୀକାଳିନ ତଥା ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ବାଦ ଦେଲେ ଅନ୍ୟ ଦୋକାନ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବେଳେ ଜୁଲାଇ ୧୬ ଶୁକ୍ରବାର ଠାରୁ ସମସ୍ତଙ୍କୁ ଦୋକାନ ଖୋଲିବାକୁ ମିଳିଛି ଅନୁମତି। ଜିମ୍ ,ସ୍ପା, ପାର୍ଲର,ସେଲୁନ, ଭଳି ବ୍ୟବସାୟ କରୁଥିବା ଅନେକ ବ୍ୟବସାୟୀ ଜୀବିକା ହରାଇ ମାସ ମାସ ଧରି ଧରେ ହାତ ବାନ୍ଧି ବସିଥିବା ପୁଣିଥରେ ବ୍ୟବସାୟିକ ସ୍ରୋତକୁ ଫେରିବା ଲାଗି ସଜବାଜ ହେଉଛନ୍ତି। ଦ୍ବିତୀୟ ଲହରରୁ ସିନା ଆଶ୍ୱସ୍ତି ମିଳିଛି ହେଲେ ତୃତୀୟ ଲହର ମୁଣ୍ଡ ଉପରେ ରହିଥିବା ବେଳେ ସତର୍କତା ହିଁ କୋରୋନା ମହାମାରୀକୁ ହରାଇବାର ମୂଳମନ୍ତ୍ର ବୋଲି କହିଛନ୍ତି ସହରବାସୀ।