ଜିଲ୍ଲାରେ ପ୍ଲାଜମା ଥେରାପି ଚିକିତ୍ସା ପାଇଁ ଦାବି
Advertisement

ଜିଲ୍ଲାରେ ପ୍ଲାଜମା ଥେରାପି ଚିକିତ୍ସା ପାଇଁ ଦାବି

ଉନ୍ନତ ଚିକିତ୍ସା ଯୋଗାଇଦେବାକୁ ଦାବି...

ଜିଲ୍ଲାରେ ପ୍ଲାଜମା ଥେରାପି ଚିକିତ୍ସା ପାଇଁ ଦାବି

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କୋରୋନା ସଂକ୍ରମଣ ଦିନକୁ ଦିନ ଅନିୟନ୍ତ୍ରିତ ଭାବେ ବଢି ଚାଲିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ଟପିଲାଣି। ଏହାରି ଭିତରେ ୫୦ ଜଣଙ୍କ ମୁଣ୍ଡ ନେଇ ସାରିଲାଣି କୋରୋନା । ରାଜ୍ୟର ମୃତ୍ୟୁ ହାର ତାଲିକା ତୁଳନାରେ ପାଖାପାଖି ୬୦ ପ୍ରତିଶତ ରହିଛି। 

ତେବେ ଗଞ୍ଜାମ ଜିଲ୍ଲାରେ ମୃତ୍ୟୁର ଖବର ପଦାକୁ ଆସୁଥିବା ବେଳେ ପ୍ଲାଜମା ଥେରାପି ଚିକିତ୍ସା ଜିଲ୍ଲାରେ ଆରମ୍ଭ କରିବା ଲାଗି ଦାବି ଜୋର ଧରିଛି । ଜନ ସାଧାରଣଙ୍କ ସ୍ୱର ସହ ସ୍ୱର ମିଳାଇଛନ୍ତି ବ୍ରହ୍ମପୁର ବିଧାୟକ ତଥା ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ବିକ୍ରମ ପଣ୍ଡା । ସରକାରକୁ ଏହି ଦିଗରେ ଅବଗତ କରିବା ସହ ଅତିଶୀଘ୍ର ଆଲୋଚନା ମାଧ୍ୟମରେ ପଦକ୍ଷେପ ଗ୍ରହଣ କରିବା ଲାଗି ଯୋଜନା ପ୍ରସ୍ତୁତ କରାଯାଉଥିବା କହିଛନ୍ତି । ସେପଟେ ଅଧିକରୁ ଅଧିକ ରୋଗୀ ବ୍ରହ୍ମପୁର ସହରରେ ଚିହ୍ନଟ ହେବାରେ ଲାଗିଛନ୍ତି । 

ଅନେକ ଲୋକଙ୍କ ନିକଟରେ ଜ୍ୱରକାଶ ଭଳି ଲକ୍ଷଣ ଦେଖା ଦେଉଥିଲେ ମଧ୍ୟ ଲୋକେ କରିବେ କଣ ତାକୁ ନେଇ ଏବେ ସମସ୍ତଙ୍କ ଚିନ୍ତା ବଢିଛି।   ରୋଗୀ ଶେବା କୁ ଦୃଷ୍ଟିରେ ରଖି ବ୍ରହ୍ମପୁର ସହରରେ ୮ଟି ପିଏଚସି ଫିବର ସେଣ୍ଟର ଉଦଘାଟନ ହୋଇଛି । ସେପଟେ ଟେଲି ଶେବା ମାଧ୍ୟମରେ  ବ୍ରହ୍ମପୁର ଏମକେସିଜି ମେଡିକାଲର ଓପିଡି ଚଲାଇବା ଲାଗି ନିଷ୍ପତ୍ତି ହୋଇଛି ।