ବ୍ରହ୍ମପୁରରେ ଜୋର ଧରିଲା ପାସେଞ୍ଜର ଟ୍ରେନ ପୁନଃ ଚଳାଚଳ ଦାବି
Advertisement
Article Detail0/zeeodisha/odisha781471

ବ୍ରହ୍ମପୁରରେ ଜୋର ଧରିଲା ପାସେଞ୍ଜର ଟ୍ରେନ ପୁନଃ ଚଳାଚଳ ଦାବି

ବ୍ରହ୍ମପୁରରୁ ରେଳସେବା ଚାଲୁ କରିବା ଲାଗି ଦୀର୍ଘ ଦେଢ ମାସ ଧରି ଦାବି କରି ଆସୁଛନ୍ତି ସହରର ବିଭିନ୍ନ ସଙ୍ଗଠନ।

ବ୍ରହ୍ମପୁରରେ ଜୋର ଧରିଲା ପାସେଞ୍ଜର ଟ୍ରେନ ପୁନଃ ଚଳାଚଳ ଦାବି

ରାଧେଶ୍ୟାମ ଆଚାର୍ଯ୍ୟ,ବ୍ରହ୍ମପୁର: ଜୋର ଧରିଲା ବ୍ରହ୍ମପୁର ରେଳ ଷ୍ଚେସନ (Berhampur Railway Station)ରୁ ପାସେଞ୍ଜର ଟ୍ରେନ (Passenger Train) ରେଳ ସେବା (Railway Service)ଦାବି। କୋରୋନା ସଂକଟ (Corona Crisis)କାରଣରୁ ଦୀର୍ଘ ୮ମାସରୁ ଉର୍ଦ୍ଧ୍ୱ ସମୟ ଧରି ବ୍ରହ୍ମପୁର ରେଳ ଷ୍ଚେସନରେ ଯାତ୍ରୀ ସେବା  ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ଏହି କାରଣରୁ ଅନେକ ଅସୁବିଧାର ସମୁଖିନ ହେଉଛନ୍ତି ଦକ୍ଷିଣ ଓଡିଶା (South Odisha)ବାସୀ। 

ଯାହାକୁ ନେଇ ଜନ ଅସନ୍ତୋଷ ଧିରେ ଧିରେ ଦାନା ବାନ୍ଧିବାରେ ଲାଗିଛି। ଜନ ସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଶନିବାର (ନଭେମ୍ବର ୭, ୨୦୨୦) ରେଳ ରୋକ (Rail Roko)ଡାକରା ଦେଇଥିଲା ଭାରତୀୟ ବିକାଶ ପରିଷଦ। ସହରର ବିଭିନ୍ନବର୍ଗର ଲୋକଙ୍କୁ ନେଇ ଷ୍ଟେସନ ଭିତରକୁ ଧସେଇ ପଶି ରେଳ ରୋକ କରିବା ଲାଗି ପ୍ରୟାସ କରିବା ବେଳେ ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜି ଥିଲା। 

ପାସେଞ୍ଜର ଟ୍ରେନ ଚଳାଚଳ ଲାଗି ବ୍ରହ୍ମପୁରରେ ତେଜିଲା ଆନ୍ଦୋଳନ। ଦକ୍ଷିଣ ଓଡିଶାର ମୁଖ୍ୟାଳୟ ବ୍ରହ୍ମପୁର ରେଳ ଷ୍ଟେସନ ଠାରେ ରେଳ ରୋକ କରିବା ଲାଗି ହୋଇଛି ପ୍ରୟାସ। ବ୍ରହ୍ମପୁରରୁ ରେଳସେବା ଚାଲୁ କରିବା ଲାଗି ଦୀର୍ଘ ଦେଢ ମାସ ଧରି ଦାବି କରି ଆସୁଛନ୍ତି ସହରର ବିଭିନ୍ନ ସଙ୍ଗଠନ। ହେଲେ ପ୍ରତିଶୃତି ଯେମିତି ପାଣିର ଗାର ପାଲଟିଛି। ପୂର୍ବ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସରକାର ଏ ସମ୍ପର୍କିତ ଦାବି ପୂରଣ କରିନଥିବା କାରଣରୁ ଆନ୍ଦୋଳନ କରିବାକୁ ବାଧ୍ୟ ହୋଇଛୁ ବୋଲି ବିଭିନ୍ନ ସଙ୍ଗଠନ ପକ୍ଷରୁ କୁହାଯାଇଛି। ଅତି ଶୀଘ୍ର ପାସେଞ୍ଜର ସେବା ଆରମ୍ଭ କରାନଗଲେ ଆଗାମୀ ଦିନରେ ଆଇନକୁ ହାତକୁ ନେବା ସହ ରଙ୍ଗ ବାନା ନେଇ ରେଳ ରୋକ କରିବାକୁ ବିଭିନ୍ନ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। 

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୀର୍ଘ ୮ ମାସରୁ ଉର୍ଦ୍ଧ୍ୱ ସମୟ ଧିରି ଯାତ୍ରୀ ସେବା ବନ୍ଦ ରହିଛି। ଯାହା ଫଳରେ ବ୍ରହ୍ମପୁର ଷ୍ଚେସନରୁ ରେଳ ସେବା ଉପରେ ନିର୍ଭର କରୁଥିବା ଦକ୍ଷିଣ ଓଡିଶାର ଅନେକ ଲୋକେ ଯିବା ଆସିବା କରିବାରେ ନାନା ଅସୁବିଧା ସମୁଖିନ ହେବା ସହ ଅଧିକ ଖର୍ଚ୍ଚାନ୍ତ ମଧ୍ୟ ହେଉଛନ୍ତି। ଗୋଟିଏ ପଟେ ରାଜ୍ୟ ସରକାର କୋରୋନା କଟକଣା କହଳ କରି ଜୀବନ ଜୀବିକାକୁ ଗୁରୁତ୍ୱ ଦେଇ ଆସୁଥିବା ବେଲେ ଯାତ୍ରୀ ପରିବହନ କ୍ଷେତ୍ରରେ ବସ ଚଳାଚଳକୁ ଅନୁମତି ପ୍ରଦାନ କରିଛନ୍ତି। 

ହେଲେ ରେଳ ଚଳାଚଳ କ୍ଷେତ୍ରରେ ଦକ୍ଷିଣ ଓଡିଶା ବାସୀଙ୍କ ଲାଗି ଅଣଦେଖା କରାଯାଉଥିବା ଲୋକେ କହିଛନ୍ତି। ସେପଟେ ବର୍ତ୍ତମାନସ୍ଥିତିରେ ସଂକ୍ରମଣ ଭୟ ଥମିନଥିବା ବେଳେ ଦାବି ଉପସ୍ଥାପନ କରିବା ଲାଗି ବିନା ଅନୁମତିରେ ରେଳ ଷ୍ଟେସନକୁ ପ୍ରବେଶ ନିଷେଧ କରାଯାଇଥିବା କହିଛନ୍ତି ରେଳବାଇ ଥାନା ଅଧିକାରୀ।