ଗଞ୍ଜାମ ତୁରୁବୁଡ଼ି ଗାଁରେ ଅଗ୍ନିକାଣ୍ଡ
Advertisement

ଗଞ୍ଜାମ ତୁରୁବୁଡ଼ି ଗାଁରେ ଅଗ୍ନିକାଣ୍ଡ

ଅଗ୍ନିକାଣ୍ଡରେ ବହୁ ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି । 

ପ୍ରତୀକାତ୍ମକ ଫଟୋ

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ଗଞ୍ଜାମ ତୁରୁବୁଡ଼ି ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ବାଡ଼ି ସାହିରେ ଥିବା କୁମ୍ଭାର ଶାଳରେ ନିଆଁ ଲାଗି ଅନେକ ଚାଳ ଘର ପୋଡ଼ି ଯାଇଥିବା ଜଣାପଡ଼ିଛି । ୩ ଗାଈ ଏବଂ ଏକ ବାଛୁରୀ ନିଆଁରେ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଅଗ୍ନିକାଣ୍ଡରେ ବହୁ ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି । 

ସୂଚନା ମୁତାବକ, ଗତ ରାତିରେ ହୋଇଥିଲା ଏହି ଅଗ୍ନିକାଣ୍ଡ । କୌଣସି କାରଣରୁ ଏକ ଘରୁ ନିଆଁ ବାହାରିଥିଲା । ପରେ ଏହା ପାଖ ଘରକୁ ବ୍ୟାପି ଯାଇଥିଲା । ଖବର ପାଇଁ ଦମକଳ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି, ତାହା ସ୍ପଷ୍ଟ ହୋଇପାରିନାହିଁ । 

ଆହୁରି ପଢ଼ନ୍ତୁ; ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ...