ଆଖିକୁ ସୁନ୍ଦର ଭିତରେ ଜହର, ଯାଞ୍ଚ ହେବ ରଙ୍ଗୀନ ମିଠାର ମାନ
Advertisement
Article Detail0/zeeodisha/odisha785470

ଆଖିକୁ ସୁନ୍ଦର ଭିତରେ ଜହର, ଯାଞ୍ଚ ହେବ ରଙ୍ଗୀନ ମିଠାର ମାନ

ବଜାରରେ ମିଳୁଥିବା ରଙ୍ଗୀନ ମିଠାର ମାନ ଯାଞ୍ଚ କରିବ ଗଞ୍ଜାମ ଜିଲ୍ଲା ପ୍ରଶାସନ।

ଆଖିକୁ ସୁନ୍ଦର ଭିତରେ ଜହର, ଯାଞ୍ଚ ହେବ ରଙ୍ଗୀନ ମିଠାର ମାନ

ରାଧେଶ୍ୟାମ ଆଚାର୍ଯ୍ୟ,ପୁରୀ: ଆଉ ଗୋଟିଏ ଦିନ ପରେ ଆଲୋକର ପର୍ବ (Festival of Light)ଦୀପାବଳି (Deewali)। ଘରେ ଘରେ ଦୀପାବଳିର ମହକ ଦେଖିବାକୁ ମିଳିଥିବା ବେଳେ ପରିବାର ବନ୍ଧୁ ପରିବାର ପରିଜନଙ୍କୁ ଶୁଭେଚ୍ଛା ଜଣାଇବା ସହ ଉପହାର ଦେବା ଲାଗି ବିଭିନ୍ନ ମିଠା ଦୋକାନ (Sweet Store)ଠାରେ ଜମିଲାଣି ଗ୍ରାହକଙ୍କ ଭିଡ। 

ମନ ପସନ୍ଦର ମିଠା ପ୍ୟାକେଟ (Sweet Packet)ନେବା ଲାଗି ସବୁଠି ଗହଳି ଚହଳି ଦେଖିବାକୁ ମିଳିଥିବା ବେଳେ ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି ଭଳିକି ଭଳି ରଙ୍ଗ ବେରଙ୍ଗ (Colourful Sweet)ମିଠା ପ୍ରସ୍ତୁତ କଲେଣି ମିଠା ଦୋକାନୀ। ଜିଲ୍ଲାର ଅନେକ ସ୍ଥାନରେ ଏହି ସମୟରେ ବହୁଳ ମାତ୍ରାରେ ନିମ୍ନ ମାନର ରଙ୍ଗଦିଆ ମିଠା ବିକ୍ରି ହେବାର ନଜର ରହୁଥିବା ବେଳେ ମୁନାଫା ଖୋର ବ୍ୟବସାୟୀଙ୍କୁ ଲଗାମ ଲଗାଇବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଗଠନ ହୋଇଛି ସ୍ବତନ୍ତ୍ର ଟିମ।

ମୁନାଫା ଖୋର ମିଠା ବ୍ୟବସାୟୀଙ୍କ ଉପରେ ପ୍ରଶାସନର କଡା ନଜର ରଖିବା ସହ ଯାଞ୍ଚ ହେବ ମିଠାର ମାନ। ନିମ୍ନ ମାନର ଫୁଡ କଲର ବ୍ୟବହାର କରି ପ୍ରସ୍ତୁତ କରାଯାଇଥିବା ମିଠାକୁ ଜବତ କରିବା ଲାଗି ଯୋଜନା ପ୍ରସ୍ତୁତ ହୋଇଛି। ଗ୍ରାହକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପ୍ରଥମେ ମିଠାର ମାନ ଯାଞ୍ଚ କରିବା ନିମନ୍ତେ ଜିଲ୍ଲାର ବ୍ଲକ ସ୍ତରରେ ସମସ୍ତ ତହସିଲଦାର ବିଡିଓଙ୍କୁ ନେଇ ସ୍କ୍ବାର୍ଡ ଗଠନ କରାଯାଇଛି। ବ୍ରହ୍ମପୁର ସହରରେ ମଧ୍ୟ ମହାନଗର ନିଗମ (Berhampur Minicpal Corporation)ପକ୍ଷରୁ ଫୁଡ ଇନ୍ସପେକ୍ଟର (Food Inspector)ବିଭିନ୍ନ ସ୍ଥାନରେ ମିଠାର ନମୁନା ସଂଗ୍ରହ କରିବେ। 

ଯଦି କେଉଁଠି ସେଭଳି ନିମ୍ନ ମାନର ନଜରକୁ ଆସେ ତାହା ହେଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ବର୍ଷ ବିନା ବାଣ (Fire Crackers)ସାହାଯ୍ୟରେ "ସବୁଜ ଦୀପାବଳି, ସ୍ୱଚ୍ଛ ଦୀପାବଳୀ" (Green Deewali,Clean Deewali)ପାଳନ କରିବା ଲାଗି ଜନ ସାଧାରଣଙ୍କୁ ଆହ୍ବାନ କରିଛନ୍ତି ଗଞ୍ଜାମ  ଜିଲ୍ଲାପାଳ (Ganmjam Collector)ବିଜୟ ଅମୃତ କୁଲାଙ୍ଗେ (Vijay Amruta Kulange)। 

ସେପଟେ ଡାକ୍ତର ସୁନିଲ କୋଟାଙ୍କ ମତରେ ରସାୟନିକ ରଙ୍ଗ ଦିଆ ପ୍ରସ୍ତୁତ ମିଠା ସ୍ବାସ୍ଥ୍ୟପାଇ ବେସ କ୍ଷତିକାରକ ହେବା ସହ ଶ୍ୱାସକ୍ରିୟା ଜନିତ ସମସ୍ୟା ଉପୁଜିପାରେ। ଯାହାକି କୋରୋନା ସଂକଟ (Corona Crisis)ଭଳି ବିପଦ ସମୟରେ ହାନିକାରକ ମଧ୍ୟ ହୋଇପାରେ। ବ୍ୟବସାୟୀ ଏଥିରୁ ନିବୃତ୍ତ ରହିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ଜିଲ୍ଲା ପ୍ରଶାସନର ଏଭଳି ଯୋଜନା ଏବେ ପ୍ରଘଟ ହେବା ପରେ ମୁନାଫାଖୋର ମିଠା ଦୋକାନୀଙ୍କ ମନରେ ଛନକା ପଶିଛି।