ଡାକ୍ତର ହେବ ତ ଏମିତି!
Advertisement

ଡାକ୍ତର ହେବ ତ ଏମିତି!

ମାନବିକତା ଦେଖାଇ ପ୍ରସଂଶା ସାଉଁଟୁଥିବା ମହିଳା ଡାକ୍ତର ଜଣକ ହେଉଛନ୍ତି ଡାକ୍ତର ପୁନମ ଦାସ। ସେ ଗଞ୍ଜାମ ଜିଲ୍ଲା ଆଡପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ। 

ଡାକ୍ତର ପୁନମ ଦାସ

ବ୍ରହ୍ମପୁର: ମାନବିକତା ଦେଖାଇ ପ୍ରସଂଶା ସାଉଁଟିଛନ୍ତି ଜଣେ ମହିଳା  ଡାକ୍ତର। ବ୍ରହ୍ମପୁର ରାଜରାସ୍ତା କଡ଼ରେ ଦୁର୍ଘଟଣାର ଶିକାର ହୋଇ  ଛଟପଟ ହେଉଥିବା ଜଣେ ବ୍ୟକ୍ତିଙ୍କୁ ଦେଖି ହଠାତ୍ ମହିଳା ଡାକ୍ତର ଜଣକ ଅଟକି ଯିବା ସହ ଘଟଣା ସ୍ଥଳରେ ହିଁ ଚିକିତ୍ସା ଯୋଗାଇଥିବା ଦେଖିବାକୁ ମିଳିଛି।  

ମାନବିକତା ଦେଖାଇ ପ୍ରସଂଶା ସାଉଁଟୁଥିବା ମହିଳା ଡାକ୍ତର ଜଣକ ହେଉଛନ୍ତି ଡାକ୍ତର ପୁନମ ଦାସ। ସେ ଗଞ୍ଜାମ ଜିଲ୍ଲା ଆଡପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ। ଡାକ୍ତର ଦାସ ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କୁ ଘଟଣାସ୍ଥଳରେ ଆଶୁ ଚିକିତ୍ସା କରିବା ସହ ଆମ୍ବୁଲାନ୍ସ ଯୋଗେ ଡାକ୍ତର ଖାନାରେ ପହଞ୍ଚାଇ ଅନ୍ଯମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। 

Also Read: ଦୁଇ ପୁଅ-ଝିଅଙ୍କୁ କୂଅକୁ ଠେଲି ମାରିଲା ଜନ୍ମ କଲା ମା' ଦୁଇ ପୁଅ-ଝିଅଙ୍କୁ କୂଅକୁ ଠେଲି ମାରିଲା ଜନ୍ମ କଲା ମା' 

ସୂଚନା ମୁତାବକ ଡାକ୍ତର ପୁନମ ଗତକାଲି ବ୍ରହ୍ମପୁର ଟିକା ସଂଗ୍ରହାଳୟକୁ ନିଜର କେନ୍ଦ୍ର ନିମନ୍ତେ ଟିକା ନେବାକୁ ଆସିଥିଲେ। ଟିକା ନେଇ ଫେରିବା ସମୟରେ ବ୍ରହ୍ମପୁର ଖ୍ରୀଷ୍ଟିୟାନ ହସ୍ପିଟାଲ ନିକଟରେ ଜଣେ ଯୁବକ ଦୁର୍ଘଟଣାର ଶିକାର ହୋଇ ଛଟ ପଟ ହେଉଥିଲେ। ଏହାକୁ ଦେଖି ନିଜ ଗାଡିରୁ ଓହ୍ଲାଇ ପୁନମ ପଡିଥିଲେ।

fallback

ସେ ଆହତ ଯୁବକଙ୍କ ନିକଟକୁ ଯାଇ ତାଙ୍କର ସ୍ୱାସ୍ଥ୍ୟବସ୍ଥା କିଭଳି ରହିଛି ତାହାର ଯାଞ୍ଚ କରିଥିଲେ। ଏହାପରେ ସେ ଆମ୍ବୁଲାନ୍ସକୁ କଲ୍ କରି ଆହତ ଯୁବକର ଚିକିତ୍ସା ନିମନ୍ତେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ପଠାଇଥିଲେ। ଡାକ୍ତର ପୁନମଙ୍କ ଏଭଳି ମାନବିକତାକୁ ସ୍ଥାନୀୟ ଲୋକେ ଭୂୟସୀ ପ୍ରଶଂସା କରିଥିଲେ।

fallback