ମଡେଲ ସ୍କୁଲ ଉଦଘାଟନ ଲାଗି ପ୍ରସ୍ତୁତି ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏହା ପୂର୍ବରୁ ବିଭିନ୍ନ ସ୍ଥାନ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଟିମ।
Trending Photos
ବ୍ରହ୍ମପୁର: ସାରା ରାଜ୍ୟ ପାଇଁ ଏବେ ରୋଲ ମଡେଲ ସାଜିବାକୁ ଯାଉଛି ଗଞ୍ଜାମ ଜିଲ୍ଲା। ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ୱ କରୁଥିବା ଏହି ଜିଲ୍ଲାରେ ୫ଟି ଅଧିନରେ ଥିବା ବିଭାଗର କିଭଳି ରହିଛି ବିକାଶ ଏବଂ ଶିକ୍ଷା ବ୍ୟବସ୍ଥାରେ କିଭଳି ଆସିଛି ପରିବର୍ତ୍ତନ ଏବେ ତାହାର ଝଲକ ଦେଖିବେ ରାଜ୍ୟର ୧୦୮ ବିଧାୟକ ଓ ବିଧାୟିକା।
ଶିକ୍ଷା ବ୍ୟବସ୍ଥାରେ ହେବ ନବକଳେବର। ଏନେଇ ପାଇଲଟ ପ୍ରୋଜେକ୍ଟ ମାଧ୍ୟମରେ ଗଞ୍ଜାମ (Ganjam) ଜିଲ୍ଲାର ଶେରଗଡ (Seragad), ହିଞ୍ଜିଳିକାଟୁ (Hinjilicut) ବ୍ଲକର ୫୦ ବିଦ୍ୟାଳୟକୁ ମଡେଲ ସ୍କୁଲରେ (Ganjam Model School) ରୂପାନ୍ତରଣ କରାଯାଇଛି। ଏନେଇ ଆସନ୍ତାକାଲି ଠାରୁ ୫ ଦିନ ଧରି ଏକ ମେଗା ଉଦଘାଟନୀ ଉତ୍ସବର (Model School Inaguration Programme) ଆୟୋଜନ କରାଯାଇଥିବା ବେଳେ ବିଧାୟକଙ୍କ ଉପସ୍ଥିତିରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଲାଗି ଉତ୍ସାହିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
Also Read: ରେଶମ ନଗରୀର ରୂପରେଖ ବଦଳାଇବ ଚଳିତ BMC Budget
ମଡେଲ ସ୍କୁଲ ଉଦଘାଟନ ଲାଗି ପ୍ରସ୍ତୁତି ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏହା ପୂର୍ବରୁ ବିଭିନ୍ନ ସ୍ଥାନ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଟିମ। ପ୍ରାୟ ୫ ଦିନ ଧରି ହେବାକୁ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ରାଜ୍ୟର ୧୦୮ ବିଧାୟକ। ଶିକ୍ଷାନୁଷ୍ଠାନ ସହ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ହୋଇଥିବା ବିକାଶର ଝଲକ ଦେଖିବେ ସେମାନେ। ଆସନ୍ତାକାଲି ଠାରୁ ଅର୍ଥାତ ୨୧ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଗୋଟିଏ ଦିନର ବ୍ୟବଧାନରେ ଦୈନିକ ୨୦ ଜଣ ବିଧାୟକ ଗଞ୍ଜାମ ଜିଲ୍ଲାକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।
୫ ଦିନ ଧରି ହେବାକୁ ଥିବା ମେଗା ଉଦଘାଟନୀ ଉତ୍ସବରେ ଜିଲ୍ଲାର ହିଞ୍ଜିଳିକାଟୁ, ଶେରଗଡ ବ୍ଲକରେ ୫୦ ଗୋଟି ମଡେଲ ସ୍କୁଲ ହେବାକୁ ଯାଉଥିବା ଉଦଘାଟନୀ ଉତ୍ସବରେ ପର୍ଯ୍ୟାୟକ୍ରମେ ଯୋଗଦେବେ ବିଧାୟକ। ସେପଟେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ମେଗା ଉତ୍ସବରେ ଯୋଗଦେବା ସହ ଛାତ୍ରଛାତ୍ରୀଙ୍କୁ ଉଦ୍ଦେଶ୍ୟରେ ମଡେଲ ସ୍କୁଲକୁ ଉତ୍ସର୍ଗୀକୃତ କରିବେ ମୁଖ୍ୟମନ୍ତ୍ରୀ।
ଗଞ୍ଜାମ ଜିଲ୍ଲାର ବିକାଶର ମଙ୍ଗ ନିଜେ ଧରିଥିବା ଗତ ନିର୍ବାଚନରେ ଖୋଦ ମୁଖ୍ୟମନ୍ତ୍ରୀ ନିଜେ ଘୋଷଣା କରିଥିଲେ। ଯାହା ପରେ ଗ୍ରାମ ଠାରୁ ସହରର ବିକାଶରେ ଆସିଛି ଅନେକ ପରିବର୍ତ୍ତନ। ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ର ଠାରୁ ଆରମ୍ଭ କରି କ୍ରୀଡା ସମେତ ଅନ୍ୟାନ୍ୟ କ୍ଷେତ୍ରରେ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ଦେଖିବାଲାଗି ଜିଲ୍ଲା ଗସ୍ତରେ ଆସୁଥିବା ବିଧାୟକଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥାରେ ଆୟୋଜନ କରାଯାଇଛି। ଯାହାକି ଆଗାମୀ ଦିନରେ ରାଜ୍ୟର ଅନ୍ୟ ଜିଲ୍ଲାରେ ସମାନ ଢଙ୍ଗରେ କାର୍ଯ୍ୟକାରୀ କରିବାକୁ ଉତ୍ସାହିତ କରିବ ବୋଲି କହିଛନ୍ତି ବୁଦ୍ଧିଜୀବୀ।
Also Read: କାମ କରୁନି କଟକଣା; ରେଶମ ନଗରୀରେ ବଢିଚାଲିଛି ପଲିଥିନ ବ୍ୟବହାର
ରାଜ୍ୟ ସରକାରଙ୍କ ଏଭଳି ପରିକଳ୍ପନାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିବା ବେଳେ ଶିକ୍ଷା ବ୍ୟବସ୍ଥାର କରାଯାଇଥିବା ପରିବର୍ତ୍ତନ କେତେ ସଫଳ ହେବ ତାହା ଉପରେ ରହିଛି ସମସ୍ତଙ୍କ ନଜର।