ଲୋକାର୍ପିତ ହୋଇଛି ସରକାରୀ ଆଇ.ଟି.ଆଇ ଛାତ୍ରଛାତ୍ରୀଙ୍କ ଦ୍ଵାରା ଅଦରକାରୀ ଲୁହା ସାମଗ୍ରୀରେ ପ୍ରସ୍ତୁତ ଏହି ଭାରତ ମାନଚିତ୍ର ।
Trending Photos
ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ପୁଣି ଥରେ ପ୍ରଶଂସା ସାଉଣ୍ଟିଲେ ବ୍ରହ୍ମପୁର ଶିଳ୍ପ ତାଲିମ ଅନୁଷ୍ଠାନର ଛାତ୍ରଛାତ୍ରୀ। ବିଶ୍ବର ସର୍ବ ବୃହତ ସ୍କ୍ରାପ୍ ମ୍ଯୁଜିୟମ ସ୍ଥାପନ କରି ନିଜ ର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଛାତ୍ରଛାତ୍ରୀ। ଏବେ ପ୍ରସ୍ତୁତ କରିଛନ୍ତି ୩୦ ଫୁଟ ଉଚ୍ଚତାର ଭାରତ ମାନଚିତ୍ର । ଯାହା କି ସମସ୍ତ ଦେଶପ୍ରେମୀଙ୍କ ମନ ମୋହୁଛି। ଅଦରକାରୀ ଲୁହା ସାମଗ୍ରୀ ରେ ପ୍ରସ୍ତୁତ ଭାରତ ମାନଚିତ୍ର ଦେଶର ସର୍ବ ବୃହତ ମାନଚିତ୍ର ବୋଲି ଛାତ୍ରଛାତ୍ରୀ ଦାବି କରୁଥିବା ବେଳେ ଏସିଆ ବୁକ୍ ଓ ଗିନିଜ ୱାଲ୍ଡ ରେକର୍ଡରେ ସ୍ଥାନ ପାଇବା ନେଇ ଦାବି କରିଛନ୍ତି।
ଲୋକାର୍ପିତ ହୋଇଛି ସରକାରୀ ଆଇ.ଟି.ଆଇ ଛାତ୍ରଛାତ୍ରୀ (ITI Student) ଙ୍କ ଦ୍ଵାରା ଅଦରକାରୀ ଲୁହା ସାମଗ୍ରୀରେ ପ୍ରସ୍ତୁତ ଏହି ଭାରତ ମାନଚିତ୍ର (India Map) । ଅଧ୍ୟକ୍ଷ ଡ଼ ରଜତ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅତିଥି ଭାବେ ରାଜ୍ୟ ଦକ୍ଷତା ବିକାଶ ବିଭାଗ ଅଧ୍ୟକ୍ଷ ସୁବ୍ରତ ବାଗଚି୍ ଓ ସଚିବ ସଞ୍ଜୟ ସିଂ ଉପସ୍ଥିତ ରହି ଭାରତ ମାନଚିତ୍ରକୁ ମୁକ୍ତାକାସ ମ୍ଯୁଜିୟମରେ ସର୍ବ ସାଧାରଣଙ୍କ ପାଇଁ ଉତ୍ସର୍ଗୀକୃତ କରିଛନ୍ତି । ୩୦ ଫୁଟ ଉଚ୍ଚତା ବିଶିଷ୍ଟ , ଏହି ମାନଚିତ୍ରଟି ଏସିଆ (Asia) ର ସର୍ବବୃହତ ମାନଚିତ୍ର ଭାବରେ ପରିଗଣିତ ହୋଇପାରିଛି । କେନ୍ଦ୍ର ସରକାରଙ୍କ ସ୍କିଲ ଇଣ୍ଡିଆ (Skill India) ସ୍ବପ୍ନକୁ ଛାତ୍ରଛାତ୍ରୀ ସଫଳ କରିବାରେ ଅଗ୍ରିମ ଭୂମିକା ଗ୍ରହଣ କରି ପାରିଥିବା ବେଳେ ପିଲାଙ୍କ ଦକ୍ଷତାକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ବାଗଚି୍।
Also Read: ପରୀ ପରିବାରଙ୍କୁ ୯ ଲକ୍ଷ କ୍ଷତିପୂରଣ
କୋରୋନା ମହାମାରୀ (Corona Pandemic) ସମୟରେ ନିଜର ସମୟକୁ ନଷ୍ଟ ନକରି ଫିଟର, ୱେଲଡର, ପେଇଣ୍ଟର,ଡିଜାଇନର ଭଳି ବିଭାଗର ୭୦ ଜଣ ଛାତ୍ରଛାତ୍ରୀ ୪୫ ଦିନ ଧରି ନିରନ୍ତର ଉଦ୍ୟମ ବଳରେ ଏହି ଭାରତ ମାନଚିତ୍ର ପ୍ରସ୍ତୁତ କରିଛନ୍ତି। ଲକଡାଉନ (LockDown) ସମୟରେ କଲେଜ ଛୁଟି ରହିଥିବାବେଳେ ଅନୁଭୂତି ବଢିବା ସହ ପ୍ରାକ୍ଟିକାଲ ଜ୍ଞାନ ଆହରଣ କରିବା ପାଇଁ ଏହାକୁ ପ୍ରସ୍ତୁତ କରିଥିବା କହିଛନ୍ତି ଛାତ୍ରଛାତ୍ରୀ । ପୂର୍ବରୁ ଏହି ଆଇଟିଆଇ ଛାତ୍ରଛାତ୍ରୀ ମାନେ ସ୍କ୍ରାପ ମେଟେରିଆଲ ରେ ବନିସିକଣ୍ଟା, ଜିରାଫ, ଗୀଟାର, ଆଇରନ ମେନ୍, ପ୍ରେଡିଅଟେର, ରେଡ଼ବୁଲ ପ୍ରସ୍ତୁତ କରି ଏସିଆ ବୁକ ଅଫ ରେକର୍ଡ (Asia Book Of Record) ଓ ଇଣ୍ଡିଆ ବୁକ ଅଫ ରେକର୍ଡ (India Book Of Record) ରେ ସ୍ଥାନ ପାଇଛନ୍ତି । ତେବେ ଏହି ଭାରତ ମାନଚିତ୍ର ଗିନିଜ ୱାର୍ଲ୍ଡ ରେକର୍ଡ (Guinness World Record) ହାସଲ କରିବ ବୋଲି ଦାବି ରଖିଛନ୍ତି ଛାତ୍ରଛାତ୍ରୀ ।
Edited: Zee Odisha Desk