ପରିବା ବଜାରରେ CAA ପ୍ରଭାବ ; ପିଆଜ ପରେ ଆଳୁ ହେଲା ମହଙ୍ଗା
Advertisement

ପରିବା ବଜାରରେ CAA ପ୍ରଭାବ ; ପିଆଜ ପରେ ଆଳୁ ହେଲା ମହଙ୍ଗା

ଆଳୁ ଓ ପିଆଜର ଦରକୁ ନେଇ ଏବେ ଚିନ୍ତାରେ ସାଧାରଣ ଖାଉଟି । 

 ପରିବା ବଜାରରେ CAA ପ୍ରଭାବ ; ପିଆଜ ପରେ ଆଳୁ ହେଲା ମହଙ୍ଗା

ରାଧାଶ୍ୟାମ ଆଚାର୍ଯ୍ୟ ବ୍ରହ୍ମପୁର: ଆଳୁ ଓ ପିଆଜର ଦରକୁ ନେଇ ଏବେ ଚିନ୍ତାରେ ସାଧାରଣ ଖାଉଟି । ପିଆଜ ପରେ ଏବେ ଆଳୁ ଦର ଧିରେ ଧିରେ ବଢ଼ିବାରେ ଲାଗିଥିବା ବେଳେ ଖାଉଟିଙ୍କ ମୁଣ୍ଡରେ ଚଡକ ପଡିଛି । କିଛି ଦିନ ର ବ୍ୟବଧାନ  ପରେ ପୁଣି ଥରେ ପିଆଜ ଦର ୧୨୦ ଟଙ୍କା ଛୁଇଁ ଥିବା ବେଳେ ଆଳୁ ଦର ମଧ୍ୟ ୨୪ରୁ ୨୮ ଟଙ୍କା ହୋଇଥିବା ହେତୁ  ଉଭୟ ମଧ୍ୟମ ଓ ଗରୀବ ଶ୍ରେଣୀର ଗ୍ରାହକଙ୍କ ଏବେ ଚିନ୍ତା ବଢାଇ ଦେଇଛି । ଯାହାର ଫାଇଦା ନେଉଛନ୍ତି କିଛି ଅସାଧୁ ବ୍ୟବସାୟୀ । ସେପଟେ ସିଏଏ ବିଲକୁ ନେଇ ସାରା ଦେଶରେ ଅଶାନ୍ତି ଲାଗି ରହିଥିବାରୁ ଆବଶ୍ୟକ ପରିମାଣର ପିଆଜ ଓ ଆଳୁ ରାଜ୍ୟକୁ ଆସିପାରୁନାହିଁ । ତେଣୁ ଉଭୟ ଦର ବୃଦ୍ଧି ପାଇବାରେ ଲାଗିଛି ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ।

ନାଗରିକ ସଂଶୋଧନ ବିଲକୁ ନେଇ ବିରୋଧ ଲାଗି ରହିଥିବା ବେଳେ ଏହାର ପ୍ରଭାବ ମଧ୍ୟ ବଜାର ଉପରେ ପଡିଛି । ଅନେକ ସ୍ଥାନରେ ଗାଡି ଚଳାଚଳ ହୋଇ ପାରୁନଥିବା ହେତୁ ବଜାରକୁ ମାଲ ପହଞ୍ଚିବା ମୁସ୍କିଲ ହୋଇପଡିଛି । ଯାହା ଫଳରେ ପୁଣିଥରେ ଆଳୁ ଓ ପିଆଜ ଦର ହୁ ହୁ ହୋଇ ବଢୁଥିବା ବେଳେ ହାଣ୍ଡିଶାଳକୁ ପଶିବା ପୁର୍ବରୁ ଚିନ୍ତାରେ ଖାଉଟି । ପିଆଜର ଦର ଗତ ତିନି ଦିନ ତଳେ ୮୦ ଟଙ୍କା ଖସି ଆସିଥିବା ବେଳେ ଆଜି ଏହି ଦର ପୁଣି ୧୨୦  ଟଙ୍କା ଛୁଇଁ ଥିବା ହେତୁ ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି । ସେପଟେ ଆଳୁର ଦର ଗତକାଲି ୨୪ ଟଙ୍କା ରହିଥିବା ବେଳେ ବର୍ତ୍ତମାନ ଆଳୁର ଦର ଗୋଟିଏ ଦିନରେ ୪ ଟଙ୍କା ବୃଦ୍ଧି ପାଇ ୨୮ ଟଙ୍କାରେ ପହଞ୍ଚିଛି । ଉଭୟ ଆଳୁ ଓ ପିଆଜ ଦରବୃଦ୍ଧି ମଧ୍ୟମ ଓ ଗରିବ ଶ୍ରେଣୀର ଗ୍ରାହକଙ୍କ ଏବେ ମୁଣ୍ଡ ରେ ହାତ ଦେଲେଣି । ତେବେ ଏହାର ଫାଇଦା ନେଉଛନ୍ତି କିଛି ଅସାଧୁ ବ୍ୟବସାୟୀ । ସହରରେ ରହିଥିବା ବିଭିନ୍ନ ପରିବା ବଜାରରେ ଆଳୁ ଓ ପିଆଦର ଦର ଭିନ୍ନ ଭିନ୍ନ ରହିଥିବା ଦେଖିବାକୁ ମିଳିଛି । ଗ୍ରାହକଙ୍କ ସମସ୍ୟା କୁ ଦୃଷ୍ଟି ରେ ରଖି ସରକାର ଜରୁରୀ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି  । 

fallbackଏହାଛଡ଼ା ପିଆଜର ଦରବୃଦ୍ଧିର ପ୍ରଭାବ ବେପାରୀଙ୍କ ଉପରେ ମଧ୍ୟ ପଡ଼ୁଛି । ପୂର୍ବରୁ ପିଆଜ ୨କିଲୋ ନେଉଥିବା ଗ୍ରାହକ ଦର ବଢ଼ିଯିବା ଯୋଗୁଁ ୨୫୦ ଗ୍ରାମ ନେଉଛନ୍ତି । ଯାହାଦ୍ୱାରା  ଲାଭ ନ ହେବା ସହିତ ପିଆଜ ବିକ୍ରି ନ ହୋଇ ପଚି ନଷ୍ଟ ହେଉଥିବା କହିଛନ୍ତି ବ୍ୟବସାୟୀ । ସେହିପରି ଆଳୁ ମଧ୍ୟ ଧିରେ ଧିରେ କମ୍‌ ନେଉଛନ୍ତି ଗ୍ରାହକ । ଦୀର୍ଘ ତିନି ମାସ ହେଲାଣି ଏଭଳି ପିଆଜର ଦର ବୃଦ୍ଧି ରହିଥିବା ଯୋଗୁଁ ବ୍ୟବସାୟ ମଧ୍ୟ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି । ସେପଟେ ସିଏଏ ବିଲ୍‌କୁ ନେଇ ସାରା ଦେଶରେ ଅଶାନ୍ତି ଲାଗି ରହିଥିବା ଯୋଗୁଁ ଆବଶ୍ୟକ ପରିମାଣର ପିଆଜ ଏବଂ ଆଳୁ ଆମ ରାଜ୍ୟକୁ ଆସିପାରୁନାହିଁ । ତେଣୁ ଦିନକୁ ଦିନ ଉଭୟ ଆଳୁ ଓ ପିଆଜର ଦର ବୃଦ୍ଧି ହେବାରେ ଲାଗିଛି । ତେଣୁ ଯେତେଶୀଘ୍ର ଏହି ଆଇନକୁ ନେଇ ଲାଗି ରହିଥିବା ଅଶାନ୍ତିର ସମାଧାନ ହେଲେ ପିଆଜ ଓ ଆଳୁର ଦର ମଧ୍ୟ କମ୍ ହେବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ପିଆଜ ଓ ଆଳୁ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଦରକୁ ଯଥାଶୀଘ୍ର ନିୟନ୍ତ୍ରଣ କରିବା ସହିତ ସହରର ସମସ୍ତ ବଜାରରେ କିଭଳି ଭାବେ ଗୋଟିଏ ଦରରେ ବିକ୍ରି ହୋଇପାରିବ ସେ ନେଇ ସରକାର ଓ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବା ଏବେ ଜରୁରୀ ହୋଇପଡ଼ିଛି।