ନିଘୋଡ ନିଦ୍ରାରେ ଓଡିଶା ସରକାର, ଆନ୍ଧ୍ର କରିବ ପଞ୍ଚାୟତ ନିର୍ବାଚନ
Advertisement
Article Detail0/zeeodisha/odisha843513

ନିଘୋଡ ନିଦ୍ରାରେ ଓଡିଶା ସରକାର, ଆନ୍ଧ୍ର କରିବ ପଞ୍ଚାୟତ ନିର୍ବାଚନ

କୋରାପୁର କୋଟିଆ ଅଞ୍ଚଳ ପରେ ଏବେ ଗଞ୍ଜାମ ଜିଲ୍ଲାର ସୀମାରେ ଅବସ୍ଥିତ ଗ୍ରାମରେ ଏବେ ଦେଖିବାକୁ ମିଳିଛି ଆନ୍ଧ୍ର ସରକାରଙ୍କ ମନମାନି।

ନିଘୋଡ ନିଦ୍ରାରେ ଓଡିଶା ସରକାର, ଆନ୍ଧ୍ର କରିବ ପଞ୍ଚାୟତ ନିର୍ବାଚନ

ରାଧେଶ୍ୟାମ ଆଚାର୍ଯ୍ୟ,ବ୍ରହ୍ମପୁର: ଧିରେ ଧିରେ ଓଡିଶା ସୀମାନ୍ତବର୍ତ୍ତୀ ଅଞ୍ଚଳକୁ ନିଜ ଦଖଲକୁ ନେବାକୁ ବସିଲେଣି ପଡୋଶୀ ଆନ୍ଧ୍ର ପ୍ରଦେଶ ସରକାର। ପ୍ରଥମେ ମୌଳିକ ସମସ୍ୟା ଦୂରୀକରଣ ଆଉ ଏବେ ନିର୍ବାଚନ କରି ଜନମତ ହାତେଇବା ସହ ଓଡିଆ ଲୋକଙ୍କୁ ଜନ ପ୍ରତିନିଧି କରିବାକୁ ଯୋଜନା କରୁଛନ୍ତି ପଡୋଶୀ ରାଜ୍ୟ।

ଆସନ୍ତା ୧୩ ତାରିଖରେ ଆନ୍ଧ୍ର ପ୍ରଦେଶରେ ଦ୍ବିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଥିବା ବେଲେ ଆନ୍ଧ୍ର-ଓଡିଶା ସୀମାନ୍ତବର୍ତ୍ତି ଗ୍ରାମରେ ନିର୍ବାଚନି ଉଷ୍ମତା ସ୍ପଷ୍ଟ ଅନୁଭୂତ ହେଲାଣି। ଏ ଘଟଣାକୁ ସତର୍କ ରହିବା ପରିବର୍ତ୍ତେ ନିଘୋଡ ନିଦ୍ରାରେ ଶୋଇଛନ୍ତି ଓଡିଶା ସରକାର। 

ହାତରୁ ଖସିବାକୁ ବସିଲାଣି ସୀମାନ୍ତ ଗ୍ରାମ। ମାଟିରେ ମିଶିଯିବ ରାଜ୍ୟବାସୀଙ୍କ ସମ୍ମାନ। କୋରାପୁର କୋଟିଆ ଅଞ୍ଚଳ ପରେ ଏବେ ଗଞ୍ଜାମ ଜିଲ୍ଲାର ସୀମାରେ ଅବସ୍ଥିତ ଗ୍ରାମରେ ଏବେ ଦେଖିବାକୁ ମିଳିଛି ଆନ୍ଧ୍ର ସରକାରଙ୍କ ମନମାନି। ଓଡିଆ ଲୋକଙ୍କୁ ନିଜ ପ୍ରତି ଆକୃଷ୍ଟ କରିବା ଲାଗି ଶିକ୍ଷା ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟଜଳ ବ୍ୟବସ୍ଥା ଭଳି ପ୍ରଥମେ ମୌଳିକ ସମସ୍ୟା ଦୁରୀକରଣ କରିବା ପରେ ଏବେ ୮-୯ ଖଣ୍ଡ ଗ୍ରାମରେ ଆନ୍ଧ୍ର ପ୍ରଦେଶ ସରକାର କରିବାକୁ ଯାଉଛନ୍ତି ପଞ୍ଚାୟତ ନିର୍ବାଚନ। 

Also Read: ବହୁ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ବିରୋଧୀ କହିଲେ ନିର୍ବାଚନୀ ଚାଲ...

 

ଆନ୍ଧ୍ର ପ୍ରଦେଶର ମଞ୍ଜସା ମଣ୍ଡଳରେ ମତଦାନ କରିବା ଲାଗି ମନସ୍ଥ କରିଛନ୍ତି ସୀମାନ୍ତ ଅଞ୍ଚଳର ଲୋକ। ଆନ୍ଧ୍ର ସରକାରଙ୍କ ପ୍ରୋତ୍ସାହନ ଆଗରେ ଓଡିଶାର ସରକାରୀ ଅନୁଦାନ ସମୁଦ୍ରକୁ ଶଙ୍ଖେ ଭଳି ହୋଇଥିବା ବେଳେ ଆନ୍ଧ୍ର ସରକାରଙ୍କ ବେଶ ଗୁଣ ଗାନ କରୁଛନ୍ତି ଓଡିଶା ସୀମାନ୍ତବର୍ତ୍ତି ଗ୍ରାମବାସୀ। ଆସନ୍ତା ୧୩ ତାରିଖରେ ପଞ୍ଚାୟତ ନିର୍ବାଚନ ଲାଗି  ମତଦାନ ହେବାକୁ ଯାଉଥିବା ବେଳେ ଗାଁ ଗାଁ ରେ ଦେଖିବାକୁ ମିଳିଲାଣି ରାଜନୀତିର ପଶାଖେଳ।  

Also Read: କୋଟିଆରେ ନିଖୋଜ ୨୦ ବର୍ଷର ବିକାଶ, ଖୋଜିବାକୁ ଯିବେ ରାଜ୍ୟ ମୁଖିଆ

ଗଞ୍ଜାମ ଜିଲାର ଆଦିବାସି ଅଧ୍ୟୁଷିତ ଅଞ୍ଚଳ ଭାବେ ବେଶ ଜଣାଶୁଣା ପାତ୍ରପୁର ବ୍ଲକ ଅଧିନସ୍ଥ ଆଙ୍କୁଲି, ତୁମ୍ବା, ବୁରାତାଲ ଭଳି ୩ଟି ଗ୍ରାମଞ୍ଚାୟତର ଅନେକ ଗ୍ରାମକୁ ଏବେ ସୁଦ୍ଧା ପହଞ୍ଚି ପାରିନାହିଁ ଓଡିଶା ସରକାରଙ୍କ ବିକାଶ ରଥ। ଏହି ଗାଁର ପ୍ରତ୍ୟେକ ଚିତ୍ର ଦାରିଦ୍ର୍ୟତାର ମୁଖସାକ୍ଷୀ ପାଲଟିଛି। ସମସ୍ୟାଘରେର ରହିଛି ତୁମ୍ବା ପଞ୍ଚାୟତ ଅଧିନସ୍ଥ କୁଲାଡି,ସାତକୁଲି,ବାବନିସାହି ଏବଂ ବୁରାତାଲ ପଞ୍ଚାୟତର ଗୁଡିଖୋଳ, ବୁରାତାଲ ଆଦି ଗ୍ରାମ।

Also Read: ସୀମା ବିବାଦକୁ ନେଇ ଜାତୀୟସ୍ତରରେ ଗର୍ଜିବ ରାଜ୍ୟ କଂଗ୍ରେସ

 

ଏହି ଗାଁର ସମସ୍ତ ଭୋଟର ଆନ୍ଧ୍ରକୁ ଭୋଟ ଦେଇ ଆସୁଥିବା ବେଳେ ଗୁଡି ପଦର ପଞ୍ଚାୟତର ସି.ବଳରାମପୁର ଏବଂ ଇ.ନୂଆଁଗାଁ ପଞ୍ଚାୟତର ସରଧାପୁର ଗ୍ରାମର ଲୋକେ ଚଳିତ ଆନ୍ଧ୍ର ସରକାର କରିବାକୁ ଥିବା ପଞ୍ଚାୟତ ନିର୍ବାଚନରେ ଭୋଟ ଦେବା ଲାଗି ମନସ୍ଥ କରିଛନ୍ତି। ଖାଲି ମତଦାନ ନୁହେଁ ଓଡିଶାର କିଛି ଲୋକ ପ୍ରାର୍ଥୀ ଭାବେ ରାଜନୀତି ମୈଦାକୁ ଓହ୍ଲାଉଥିବା ଜଣାପଡିଛି। ଯାହା ଫଳରେ ଓଡିଶା ଖାତାରୁ ଅନେକ ଗ୍ରାମ ଅତିଶୀଘ୍ର ଆନ୍ଧ୍ର ତାଲିକାଭୂକ୍ତ ହେବାର ସମ୍ଭାବନା ସୃଷ୍ଟି ହେଲାଣି।