କ୍ରାଇମବ୍ରାଞ୍ଚ ତଦନ୍ତରେ ପଡ଼ୁଛି କି ଶିଥିଳତା...
Advertisement

କ୍ରାଇମବ୍ରାଞ୍ଚ ତଦନ୍ତରେ ପଡ଼ୁଛି କି ଶିଥିଳତା...

ଗୋପାଳପୁର ବିଧାୟକ (Gopalpur MLA) ପ୍ରଦୀପ ପାଣିଗ୍ରାହୀ (Pradeep Panigrahi) ଓ ତାଙ୍କ ଭାବି ଜ୍ବାଇଁଙ୍କ (Akash Pathak) ଠକେଇ ସାମ୍ରାଜ୍ୟର ଖୋଳତାଡ କରିବା ଲାଗି କ୍ରାଇମବ୍ରାଞ୍ଚର (Crime Branch) ୪ ଜଣିଆ ଟିମ ବ୍ରହ୍ମପୁରରେ ୩ ଦିନ ଧରି ଡେରା ପକାଇ ଥିବା ବେଳେ ଅନ୍ଧାରରେ ବାଡ଼ି ବୁଲାଉଛି । ଅଭିଯୋଗ ପ୍ରକୋଷ୍ଠକୁ ଖୋ

କ୍ରାଇମବ୍ରାଞ୍ଚ ତଦନ୍ତରେ ପଡ଼ୁଛି କି ଶିଥିଳତା...

ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ଗୋପାଳପୁର ବିଧାୟକ (Gopalpur MLA) ପ୍ରଦୀପ ପାଣିଗ୍ରାହୀ (Pradeep Panigrahi) ଓ ତାଙ୍କ ଭାବି ଜ୍ବାଇଁଙ୍କ (Akash Pathak) ଠକେଇ ସାମ୍ରାଜ୍ୟର ଖୋଳତାଡ କରିବା ଲାଗି କ୍ରାଇମବ୍ରାଞ୍ଚର (Crime Branch) ୪ ଜଣିଆ ଟିମ ବ୍ରହ୍ମପୁରରେ ୩ ଦିନ ଧରି ଡେରା ପକାଇ ଥିବା ବେଳେ ଅନ୍ଧାରରେ ବାଡ଼ି ବୁଲାଉଛି । ଅଭିଯୋଗ ପ୍ରକୋଷ୍ଠକୁ ଖୋଲା ରଖି ଅଭିଯ଼ୁକ୍ତଙ୍କୁ କାବୁ କରିବା ଲାଗି ପୋଲିସ ଉପରେ ନିର୍ଭର କରି କ୍ରାଇମବ୍ରାଞ୍ଚ ବସି ରହିଥିବା ବେଳେ ଢିଲା ତଦନ୍ତର ଫାଇଦା ନେଲେଣି ପ୍ରଦୀପଙ୍କ ଠକ ସାମ୍ରାଜ୍ୟରେ ସାମିଲ ଥିବା ତାଙ୍କ ଅନୁଗତମାନେ। 

ପ୍ରଦୀପଙ୍କ ଆକାଉଣ୍ଟକୁ କେଉଁକେଉଁମାନେ ଟଙ୍କା ଦେଇଛନ୍ତି, ଯଦିଓ କ୍ରାଇମବ୍ରାଞ୍ଚ ଜାଣିପାରିଛି । କମ୍ବୁପାଣି ସାହୁକୁ ଛାଡିଦେଲେ ଏବେ ଅନ୍ୟମାନେ ଯେମିତି ଫରାର ହେବାରେ ସଫଳ ହୋଇଛନ୍ତି। ଏଭଳି ପରିସ୍ଥିତିରେ ପ୍ରଦୀପଙ୍କୁ ଠକ ଦଫା ଲଗାଇଥିବା କ୍ରାଇମବ୍ରାଞ୍ଚ ଦୋସି ସାବ୍ୟସ୍ତ କରିବା ଯେମିତି କାଠିକର ପାଠ ହୋଇପାରେ। 

ଅଧିକ ପଢନ୍ତୁ: ସାମ୍ନାକୁ ଆସିଲା କୋରୋନାର ଆଉ ଏକ ରୂପ, ଆହୁରି ସାଂଘାତିକ ଏହି ଭାଇରସ

ଗତ କିଛି ଦିନ ତଳେ ଠକେଇ ଅଭିଯୋଗରେ ଗିରଫ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅତି ନିକଟତର ଅନୁଗତଙ୍କ କିଛି  ନାମ ଚର୍ଚ୍ଚାରେ ରହିଥିବା ବେଳେ ତଦନ୍ତ ପରିସର ଭୁକ୍ତ ହୋଇଛନ୍ତି ଜଣେ ମାତ୍ର ଅନୁଗତ କମ୍ବୁପାଣି ସାହୁ। ଦୀର୍ଘ ୮ ଘଣ୍ଟାର ଜେରାରେ କମ୍ବୁ ଠାରୁ କି ତଥ୍ୟ ଉଗାଳିଛି କ୍ରାଇମବ୍ରାଞ୍ଚ, ତାହାଜଣା ପଡି ନାହିଁ । ସେପଟେ ଅନ୍ୟ ସମର୍ଥକମାନେ ଚମ୍ପଟ ମାରିଛନ୍ତି । ପ୍ରଥମେ ଆକାଶଙ୍କ ପିଏ ଡେବିଟ ପିଟର ସର୍ବେଶ୍ବର ପୋଲ ଖୋଲିଥିଲେ। ସର୍ବେଶ୍ବରଙ୍କୁ କାବୁ କରିବାରେ କିନ୍ତୁ ଅସମର୍ଥ କ୍ରାଇମ ବ୍ରାଞ୍ଚ। ପୋଲିସ ଉପରେ ଭରସା କରି କ୍ରାଇମବ୍ରାଞ୍ଚ ହାତରେ ହାତ ବନ୍ଧି ବସିବାର ସୁଜଗ ନେଇଛନ୍ତି ସର୍ବେଶ୍ବର ରାଓ। ଯାହା ଫଳରେ ପ୍ରଦୀପଙ୍କ ସମସ୍ତ ଭିତିରିଆ ତଥ୍ୟ ଏବେ ବି ରହସ୍ୟ ଘେରରେ ରହିଛି । ସେପଟେ ପୋଲିସ ଡାକରାରେ ଆସୁଥିବା କିଛି ଅଭିଯୋଗକାରୀଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କରି ଛାଡି ଦେଉଛି । ଯାହାଫଳରେ ତଦନ୍ତର ଶିଥିଳତା ଜଳଜଳ ଦେଖାଯାଉଛି। 

ଅଧିକ ପଢନ୍ତୁ: ରାଜନୀତିରୁ ଅବସର ନେବେ କମଲନାଥ!

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଦ୍ବାରା ଠକେଇର ଶିକାର ହୋଇଥିବା ଅଭିଯୋଗ ନେଇ ଆଜି ବ୍ରହ୍ମପୁର ଏସପିଙ୍କ ଦ୍ବାରସ୍ତ ହୋଇଥିଲେ ଜଣେ ମହିଳା। ଟାଟାରେ ଚାକିରି କରାଇ ଦେବା ଆଳରେ ବିଧାୟକ ତାଙ୍କ ସମର୍ଥକଙ୍କ ସହଯୋଗରେ ୧୩ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ଆଣିଛନ୍ତି । ଯାହା ଏବେ ସୁଧା କ୍ରାଇମବ୍ରାଞ୍ଚର ତଦନ୍ତ ପରିସର ଭୁକ୍ତ ମଧ୍ୟ ହୋଇନାହିଁ। କ୍ରାଇମବ୍ରାଞ୍ଚର ହସ୍ତଗତ ହୋଇଥିବା ୬୭ ଜଣଙ୍କ ଅଫର ଲେଟରର ତାଲିକା ରୁ ମଧ୍ୟ ଅଭିଯୋଗକାରୀ ମୁହଁ ଖୋଲୁ ନାହାନ୍ତି । 

ଅନେକଙ୍କୁ ନିଜ ସ୍କାନରରେ ରଖିଥିବା ନେଇ କ୍ରାଇମବାଞ୍ଚ କହୁଥିବା ବେଲେ ଏବେ ଯେମିତି ଲେନ୍ସ ଫଙ୍ଗସ ହୋଇଗଲା ଭଳି ମନେ ହେଉଛି। ଏଭଳି ପରିସ୍ଥିତିରେ ଆତ୍ମଗୋପନ କରିଥିବା ଅବିଯୁକ୍ତଙ୍କୁ ନିଜ ତଦନ୍ତ ପରିସର ଭୁକ୍ତ କରାଇବା ସହ ଅଭିଯୋଗ ଉପରୁ ପରଦା ଉଠାଇବାରେ କେବେ ସଫଳ ହେବ ତାହା ଉପରେ ସମସ୍ତଙ୍କ ନଜର ।