ସାମ୍ନାକୁ ଆସିଲା କୋରୋନାର ଆଉ ଏକ ରୂପ, ଆହୁରି ସାଂଘାତିକ ଏହି ଭାଇରସ
Advertisement
Article Detail0/zeeodisha/odisha807032

ସାମ୍ନାକୁ ଆସିଲା କୋରୋନାର ଆଉ ଏକ ରୂପ, ଆହୁରି ସାଂଘାତିକ ଏହି ଭାଇରସ

ଏହି ଭାଇରସ (Virus) ବ୍ରିଟେନରେ (Britain) ଦେଖାଦେଇଛି । 

ସାମ୍ନାକୁ ଆସିଲା କୋରୋନାର ଆଉ ଏକ ରୂପ, ଆହୁରି ସାଂଘାତିକ ଏହି ଭାଇରସ

ନୂଆଦିଲ୍ଲୀ: ସାମ୍ନାକୁ କୋରୋନା ଭାଇରସର (Corona Virus) ଆଉ ଏକ ରୂପ ଆସିଯାଇଛି । ଏହି ଭାଇରସ (Virus) ବ୍ରିଟେନରେ (Britain) ଦେଖାଦେଇଛି । ବ୍ରିଟେନର ସ୍ୱାସ୍ଥ୍ୟ ସଚିବ ମ୍ୟାଟ ହେକାକ (Mat Hancock) ସୂଚନା ଦେଇଛନ୍ତି । ତାଙ୍କ କହିବା ମୁତାବକ କୋରୋନା (Corona) ଏହି ନୂଆ ରୂପ ଇଂଲଣ୍ଡର (England) ଦକ୍ଷିଣ ପୂର୍ବ ଅଞ୍ଚଳରେ ଦେଖାଦେଇଛି । ଏପରିକି ଦ୍ରୁତ ଗତିରେ ଉକ୍ତ ଅଞ୍ଚଳରେ ପ୍ରସାରିତ ହେବାର ଲକ୍ଷ୍ୟ କରାଯାଉଛି ବୋଲି ସେ କହିଛନ୍ତି । 

ଅଧିକ ପଢନ୍ତୁ: ବ୍ୟସ୍ତ ବହୁଳ ATCର ଏବେ ସ୍ଥିତି କଣ ?

ସୋମବାର ହାଉସ ଅଫ କମନ୍ସରେ (House of Commons) ମ୍ୟାଟ (Mat Hancock) ସୂଚନା ଦେଇଛନ୍ତି କି, କୋରୋନାର ଏହି ନୂଆ ଭାଇରସକୁ ସାର୍ସକୋଭ ୨ (Sarscov-2) ନାମରେ ଜଣାଯାଉଛି । ବର୍ତ୍ତମାନ ଏହି ଭାଇରସରେ (Virus) ଆକ୍ରାନ୍ତଙ୍କ ସଂଖ୍ୟା ଏକ ହଜାର ଛୁଇଁ ସାରିଲାଣି । ଏହି ଭାଇରସ ବର୍ତ୍ତମାନ କୋରୋନା ତୁଳନା ଦ୍ରୁତଗତିରେ ପ୍ରସାରିତ ହେଉଛି ବୋଲି ସେ ସୂଚନା ଦେଇଛନ୍ତି । ତେବେ କୋରୋନା ଟିକା ଏହି ଭାଇରସ ଉପରେ ପ୍ରଭାବ ପକାଇବ କି ନାହିଁ ସେ ନେଇ ସରକାରୀ ସ୍ତରରେ କୌଣସି ଘୋଷଣା ହୋଇନାହିଁ ବୋଲି ସେ ସୂଚନା ଦେଇଛନ୍ତି । 

ସେ କହିଛନ୍ତି, ଏପର୍ଯ୍ୟନ୍ତ ଏପରି କିଛି ନାହିଁ ଲକ୍ଷଣ ମଧ୍ୟ ସାମ୍ନାକୁ ଆସିନାହିଁ, ଯାହା ସାରସ୍କୋଭ-୨ ଉପରେ ଗୁରୁତର ରୋଗର କାରଣ ହୋଇପାରେ ବୋଲି କହିପାରିବ। ଏଭଳି କୌଣସି ଲକ୍ଷଣ ଆସିନଥିବାରୁ ଏହାକୁ ଅଣଦେଖା ମଧ୍ୟ କରାଯାଇ ପାରିବ ନାହିଁ । ଅତ୍ୟାଧୁନିକ ଚିକିତ୍ସା ପରାମର୍ଶ ଅନୁଯାୟୀ, କୋରୋନା ଜୀବାଣୁଙ୍କର ଏହି ନୂତନ ରୂପ ଦେଶର ଲୋକଙ୍କୁ ଦିଆଯାଉଥିବା ଟିକା ଉପରେ କୌଣସି ପ୍ରଭାବ ପକାଇବ ନାହିଁ। 

ଅଧିକ ପଢନ୍ତୁ: ରାଜନୀତିରୁ ଅବସର ନେବେ କମଲନାଥ!

ମ୍ୟାଟ ଆହୁରି ମଧ୍ୟ କହିଛନ୍ତି କି, ପୋର୍ଟାନ ଡାଉନରେ ବୈଜ୍ଞାନିକମାନେ ଅଧ୍ୟୟନ କରିଆସୁଛନ୍ତି । ଦକ୍ଷିଣ ଇଂଲଣ୍ଡ ଅଞ୍ଚଳରେ କୋରୋନା ବଢୁଥିବା ମାମଲା ଦେଖିବାକୁ ମିଳିଥିବା ବେଳେ ଲଣ୍ଡନ ଓ ହେଟଫୋର୍ଡସାୟର ଏବଂ ଏସେକ୍ସର କିଛି ଅଞ୍ଚଳରେ ଏହି କୋରୋନା ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ବୁଧବାର ମଧ୍ୟରାତି ରୁ କୋରୋନା କଟକଣାକୁ ପୁନର୍ବାର ଲାଗୁ କରାଯିବ ବୋଲି ସୂଚନା ଦିଆଯାଇଛି । 

ମ୍ୟାଟ କହିଛନ୍ତି କି, ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସାରସ୍କୋଭ-୨ କେଉଁ ପର୍ଯ୍ୟନ୍ତ ପ୍ରସାର କରିଛି ବା ବ୍ୟାପିଛି ତାହା ବୈଜ୍ଞାନିକ ଓ ବିଶେଷଜ୍ଞମାନେ ବର୍ତ୍ତମାନ ପର୍ଯ୍ୟନ୍ତ  ଜାଣିପାରିନାହାନ୍ତି । ଏହାର କାରଣ କଣ ତାହା ମଧ୍ୟ ଜଣାପଡ଼ିନାହିଁ । ତେବେ ଏହା ଉପରେ ବୈଜ୍ଞାନିକମାନେ ଅନୁଧ୍ୟାନ ଜାରି ରଖିଛନ୍ତି ।ଖୁବ ଶୀଘ୍ର ଏହାର ନିର୍ଣ୍ଣାୟକ ଫଇସଲା ନେବାକୁ ଯାଉଛୁ ବୋଲି ସେ କହିଛନ୍ତି ।