ନାଳରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର; ସନ୍ଦେହଘେରରେ ସାଙ୍ଗସାଥିଙ୍କ ଭୂମିକା
Advertisement
Article Detail0/zeeodisha/odisha918584

ନାଳରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର; ସନ୍ଦେହଘେରରେ ସାଙ୍ଗସାଥିଙ୍କ ଭୂମିକା

ସାଙ୍ଗସାଥି ମେଳରେ ପଡି ମାତାଲ ହୋଇଥିବା ଜଣେ ଛାତ୍ରଙ୍କ ମୃତ ଦେହ ଡ୍ରେନରୁ ଉଦ୍ଧାର କରାଯାଇଛି।

ନାଳରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର; ସନ୍ଦେହଘେରରେ ସାଙ୍ଗସାଥିଙ୍କ ଭୂମିକା

ବ୍ରହ୍ମପୁର: ସହରର ଟାଉନ ଥାନ ନିକଟରେ ରହିଥିବା ଏକ ନାଳରୁ ଜଣେ ମେଧାବୀ ଛାତ୍ରଙ୍କ ମୃତଦେହ ସନ୍ଦେହ ଜନକ ଭାବେ ଉଦ୍ଧାର କରାଯାଇଛି। ମୃତକ ଜଣକ ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳର କାହ୍ନା ସାହୁ। ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ ତାଙ୍କୁ ହତ୍ୟା କରିଥିବା କେହି ଅନୁମାନ କରାଯାଉଛି। ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

କୋରୋନା କାଳରେ ପଥ ଭ୍ରଷ୍ଟ ଯୁବପିଢି। ଲକ ଡାଉନ ବଦଳାଇ ଦେଇଛି ପିଲାଙ୍କ ଆଚରଣ। ସାଙ୍ଗସାଥି ମେଳରେ ପଡି ମାତାଲ ହୋଇଥିବା ଜଣେ ଛାତ୍ରଙ୍କ ମୃତ ଦେହ ଡ୍ରେନରୁ ଉଦ୍ଧାର କରାଯାଇଛି। ଏ ଘଟଣା ପରେ  ସାଙ୍ଗ ସାଥିଙ୍କ ଭୂମିକା ସନ୍ଦେହ ଘେରରେ ରହିଛି। ବ୍ରହ୍ମପୁର ଟାଉନ ଥାନା (Berhampur Town Police Station) ନିକଟରେ ରହିଥିବା ଏକ ପରିତ୍ୟକ୍ତ ନାଳରୁ ଗଞ୍ଜାମ (Ganjam) ଜିଲ୍ଲା ଆସ୍କା (Asika) ଅଞ୍ଚଳର ମେଧାବୀ ଛାତ୍ର କାହ୍ନା ସାହୁଙ୍କ ମୃତଦେହ ଉଦ୍ଧାର ହେବା ପରେ ବଢିଛି ସସପେନ୍ସ।

Also Read: ଥାନା ପରିସରରେ ଅଭିଯ଼ୁକ୍ତ ଆତ୍ମହତ୍ୟା ଘଟଣା; ୨ ପୋଲିସ ଅଧିକାରୀ ନିଲମ୍ବିତ, ଜଣଙ୍କୁ ବଦଳି

ମୃତକଙ୍କ ମୁଣ୍ଡ ସହ ମୁହଁରେ ଆଘାତ ଲାଗିଥିବା ଦେଖିବାକୁ ମିଳିଥିବା ବେଳେ ଏପରି ଅଚାନକ ମୃତ୍ୟୁକୁ ସହଜେ ଗ୍ରହଣ କରିପାରୁ ନାହାନ୍ତି ପରିବାର ଲୋକେ। ସେପଟେ ପାରିପାର୍ଶ୍ୱିକ ସ୍ଥିତିକୁ ଅନୁଧ୍ୟାନ କରି ପୋଲିସ ମଧ୍ୟ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ମୃତକ କାହ୍ନାର ୩ ଜଣ ସାଙ୍କକୁ ଥାନାରେ ଅଟକ ରଖି ମୃତ୍ୟୁ ପଛର ରହସ୍ୟ ଖୋଜୁଛି ପୋଲିସ।   

ମିଳିଥିବା ସୂଚନା ମୁତାବକ କାହ୍ନା ଖଲ୍ଲିକୋଟ କଲେଜରୁ (Khallikote College) ସ୍ନାତକ ସାରିବା ପରେ କୋରୋନା କଟକଣା ଭିତରେ ପାଠ ପଢାରୁ ନିବୃତ ଥିଲେ। ଜଣେ ମେଧାବୀ ଛାତ୍ର ଥିବା କାହ୍ନା ସାଙ୍ଗ ମେଳରେ ପଡି ବ୍ରହ୍ମପୁର ଟାଉନ ଥାନା ନିକଟରେ ଏକ ହୋଟେଲ ଆରମ୍ଭ କରିବା ଲାଗି ମନସ୍ଥ କରିଥିଲେ। ଗତ ବୁଧବାର ସେ ନିଜ ସାଙ୍ଗ ପାଖକୁ ଯାଉଥିବା ପରିବାର ଲୋକଙ୍କୁ ସୂଚନା ଦେଇ ବ୍ରହ୍ମପୁର ଆସିଥିବା କାହ୍ନା ଆଉ ଘରକୁ ଫେରିନଥଲେ। 

Also Read: ଥାନା ଭିତରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା

ଯାହା ଫଳରେ କାହ୍ନାଙ୍କ ମୃତ୍ୟୁର ସସ୍ପେନ୍ସ ପଛରେ ତାଙ୍କ ସାଙ୍ଗ ସାଥିଙ୍କ ଭୂମିକାକୁ ସନ୍ଦେହ ଘେରକୁ ଟାଣିଛନ୍ତି ପରିବାର। କେଉଁ ପରିସ୍ଥିତିରେ କାହ୍ନାର ମୃତ୍ୟୁ ଘଟିଲା ସେ ନେଇ ରହସ୍ୟ ଉନ୍ମୋଚିତ କରିବା ଲାଗି ଦାବି ହୋଇଛି।