ଗଞ୍ଜାମରେ ଗୋଷ୍ଠୀ ସଂଘର୍ଷ, ବୋମା ମାଡରେ ୫ ଗୁରୁତର
ଗଞ୍ଜାମରେ ଗୋଷ୍ଠୀ ସଂଘର୍ଷ । ଗୋଟିଏ ଗୋଷ୍ଠୀର ବୋମା ମାଡରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।
Trending Photos
)
ବ୍ରହ୍ମପୁର: ଗଞ୍ଜାମରେ ଗୋଷ୍ଠୀ ସଂଘର୍ଷ । ଗୋଟିଏ ଗୋଷ୍ଠୀର ବୋମା ମାଡରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।
ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ସଂଘର୍ଷ ହୋଇଥିବା ଜଣାପଡିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ମୁତାବକ, ଗଞ୍ଜାମ ବୁଗୁଡା ଥାନା ଗୋଲିଆ ଗାଁ ଛକରେ ହୋଇଛି ଏହି ସିରିଜ ବୋମାମାଡ । ଦୁର୍ବୃତ୍ତମାନେ ୭ଟି ବୋମା ମାଡ କରିଥିବା ଜଣାପଡିଛି । ଯାହା କୁହାଯାଉଛି, ଏହି ଗ୍ରାମର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଲା କେତେ ଦିନ ହେଲା ରାଜନୈତିକ ଶତ୍ରୁତା ଲାଗି ରହିଛି । ତେବେ ଗୁରୁବାର ରାତିରେ ଏହା ଉଗ୍ରରୂପ ନେଇଥିଲା । ଉଭୟ ଗୋଷ୍ଠୀ କଥା କଟାକଟି ହେବା ପରେ ଉତ୍ତେଜନା ଦେଖା ଦେଇଥିଲା । ଗୋଟିଏ ଗୋଷ୍ଠୀ ବୋମାମାଡ କରିଥିଲେ ।
ସେପଟେ ବୋମାମାଡ ପରେ ଗାଁରେ ଆତଙ୍କ ଖେଳିଯାଇଛି । ୫ ଗୁରୁତର ଏବେ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି । ଘଟଣାର ଅଧିକ ତଦନ୍ତ ଚାଲିଛି । ଉତ୍ତେଜନାକୁ ଆଖି ଆଗରେ ରଖି ଗାଁରେ ପୋଲିସ ଛାଉଣୀ କରାଯାଇଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ କରୁଛି ।
ଆହୁରି ପଢନ୍ତୁ; ସୁଧ ଗଣୁଥିଲେ ବୋଲି ନକଲି ପୋଲିସ ସାଜିଲେ ଅଧ୍ୟାପକ
More Stories