ବିଲୁପ୍ତ ବିହଙ୍ଗ ବାଇ ଚଢ଼େଇ
Advertisement
Article Detail0/zeeodisha/odisha994585

ବିଲୁପ୍ତ ବିହଙ୍ଗ ବାଇ ଚଢ଼େଇ

କ୍ଷୁଦ୍ର ଏକ ପକ୍ଷୀ ବାଇ ଚଢେଇ ହେଲେ ଏହାର ଜ୍ଞାନ କୌଶଳ ଏବଂ ବସା ନିର୍ମାଣ କାରିଗରୀ ମଣିଷକୁ ବଞ୍ଚିବାର କୌଶଳ ସିଖାଇଦିଏ। କବିଟିଏ ହେଉ ଅବା ଗୀତିକାର ରାସ୍ତାରେ ଯାଉଥିବା ସମୟରେ ଏଇ ବାଇ ଚଢେଇ ବସାଟିକୁ ଦେଖିଲେ ସୁନ୍ଦର ସୁନ୍ଦର କବିତା ଓ ଗୀତ ଆରମ୍ଭ କରିଦିଅନ୍ତି।

ଡିଜାଇନ୍ ଫଟୋ

ବିବେକାନନ୍ଦ ସାମଲ, ଭଦ୍ରକ: ବାଇ ଚଢେଇ ଗୋଟିଏ ଛୋଟିଆ ପକ୍ଷୀ। ଯାହାର କାର୍ଯକଳାପ ଆମେ ପିଲାଦିନେ ଆମେ ସାହିତ୍ୟ ବହିରେ ପଢିଛେ। ପକ୍ଷୀଟି ଦେଖିବା ପାଇଁ ଯେତିକି ସୁନ୍ଦର ତାର ବସା ତିଆରି କରିବା ଶୈଳୀ ବି ସେତିକି ସୁନ୍ଦର। ସେ ତିଆରି କରିଥିବା ତଳମୁଁହା ବାୟା ବସା ଆଜିର ସମାଜକୁ ଅନେକ କିଛି ଶିଖାଏ। ଆଜିର ଏ ଚାକଚକ୍ୟ କଙ୍କ୍ରିଟ ଦୁନିଆରେ ଲୋପ ପାଇବାକୁ ବସିଛନ୍ତି ମଣିଷ ସମାଜକୁ ପ୍ରେରଣା ଦେଉଥିବା ବାଇ ଚଢେଇ ଭଳି ଅନେକ ଉତ୍ସ। 

ମାଆ ବାଇ ଚଢେଇ (Weaver Birds) ର ଉଦାହରଣ ଦେଇ ନାନା ବାଇଆ ଗୀତ ଗାଇ ପିଲାକୁ ସୁଆଇ ଦିଏ। ପିଲାଟି ଦିନର ଗୋଟିଏ ଛୁଆକୁ ମାଆ ଜୀବନର ମୂଲ୍ୟ ବୁଝାଏ। କେବଳ ଏତିକି ନୁହେଁ ମଣିଷ (Human) ଜୀବନର ପ୍ରତିଟି ପାହାଚରେ ବାଇ ଚଢେଇ ଉଦାହରଣ ପରିଲକ୍ଷିତ ହୁଏ। ସେ ଘର ତୋଳିବା ହେଉ ଅବା ଭବିଷ୍ୟତ ପାଇଁ ପୁଞ୍ଜି ସଞ୍ଜୟ କରିବା। ସବୁ କ୍ଷେତ୍ରରେ ମଣିଷ ଠାରୁ ଏଇ ଛୋଟିଆ ପକ୍ଷୀ ପାଦେ ଆଗରେ ଅଛି।

Also Read: ଟଙ୍କା ନଦେଇ ପାରିବାରୁ ଭୋଗିଲେ କଙ୍ଗାରୁ କୋର୍ଟ ଦଣ୍ଡ; ଗିରଫ ପରେ ୧୦ ମହିଳା କୋର୍ଟ ଚାଲାଣ

କ୍ଷୁଦ୍ର ଏକ ପକ୍ଷୀ ବାଇ ଚଢେଇ ହେଲେ ଏହାର ଜ୍ଞାନ କୌଶଳ ଏବଂ ବସା ନିର୍ମାଣ କାରିଗରୀ ମଣିଷକୁ ବଞ୍ଚିବାର କୌଶଳ ସିଖାଇଦିଏ। କବିଟିଏ ହେଉ ଅବା ଗୀତିକାର ରାସ୍ତାରେ ଯାଉଥିବା ସମୟରେ ଏଇ ବାଇ ଚଢେଇ ବସାଟିକୁ ଦେଖିଲେ ସୁନ୍ଦର ସୁନ୍ଦର କବିତା ଓ ଗୀତ ଆରମ୍ଭ କରିଦିଅନ୍ତି। ନିଜ ଛୁଆକୁ ସୁରକ୍ଷିତ ରଖିବା ସହ ନିଜେ ସୁରକ୍ଷିତ ରହିବା ପାଇଁ ବାଇ ଚଢେଇ ଜନବସତି ଠାରୁ ଢେର ଦୂରରେ ରୁହେ। ଉଚ୍ଚ ଗଛରେ ନୀଢଟିଏ ତିଆରି କରେ ମାଆ ବାଇ ଚଢେଇ କୁନି ଥଣ୍ଟରେ କାଠିକୁଟା ସଂଗ୍ରହ କରି ଗଛ ଡାଳ ହେଉ କିମ୍ବା ତାଳଗଛ ବାଉଙ୍ଗାରେ ଏକ ସୁନ୍ଦର ବସାଟିଏ ଝୁଲେଇ ଦିଏ।

fallback

ବାଇ ଚଢେଇ ବସାର ମୁହଁକୁ ତଳମୁହା କରି ତୋଳିଥାଏ। ଫଳରେ ବାୟା ବସା ପବନରେ ଦୋହଲେ ସିନା ହେଲେ ବର୍ଷା-ଖରାରୁ ବାଇ ଚଢେଇକୁ ସୁରକ୍ଷା ଦିଏ। ସବୁଠାରୁ ବଡ଼ କଥା ହେଉଛି ଆଜିର ଦୁନିଆରେ ମଣିଷ ଯୋଉ ପରିବାରରୁ ଦୂରେଇ ଯାଉଥିବା ବେଳେ ଏମାନେ ଗୋଷ୍ଠୀଗତ ଭାବେ ରୁହନ୍ତି। ଆଉ ଏ ମଣିଷ ସମାଜକୁ ବୁଝାଇ ଦିଅନ୍ତି ଗୋଟିଏ ପରିବାରରେ ଏକାଠି ରହିବାର ମହତ୍ତ୍ଵ କେତେ?

Also Read:  ମାତୃଭୁମିର ସେବା କରି ଘରବାହୁଡା ବୀରଙ୍କୁ ଭବ୍ୟ ସ୍ୱାଗତ

ବାଇ ଚଢେଇର ଜୀବନ ଶୈଳୀ ଆଗକୁ ଆସୁଥିବା ଝଡ ଝଞ୍ଜାକୁ ସାମ୍ନା କରିବା ପାଇଁ ସାହାସ ଯୋଗାଏ। ସବୁ ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପ୍ରେରଣା ଦିଏ। କେବଳ ବାଇ ଚଢେଇ ନୁହେଁ ପ୍ରାକୃତିକ ପରିବେଶ ଓ ଜୀବଜଗତ ଲୋକଙ୍କୁ ଅନେକ କିଛି ଶିଖାଏ। ହେଲେ ଆଜିର ଏ ଆଧୂନିକ ସମାଜରେ ମଣିଷ କଙ୍କ୍ରିଟ ସହର ତୋଳୁଥିବା ବେଳେ ବାଇ ଚଢେଇ ଭଳି ଅନେକ ପ୍ରେରଣାର ଉତ୍ସ ଲୋପ ପାଇବାର ଲାଗିଛି।