ଆଜିଠୁ ରାଜ୍ୟରେ ୧୪ ଦିନିଆ ଲକଡାଉନ୍
Advertisement

ଆଜିଠୁ ରାଜ୍ୟରେ ୧୪ ଦିନିଆ ଲକଡାଉନ୍

ନିଷ୍ପତି ବଦଳାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik)। କୋରୋନା ସଂକ୍ରମଣ ରୋକିବାକୁ ରାଜ୍ୟରେ ଲକଡାଇଉନ-ସଟଡାଉନ କରିବା ପ୍ରସଙ୍ଗକୁ ଏପ୍ରିଲ ୯ ତାରିଖରେ ମୁଖ୍ୟମନ୍ତ୍ରୀ ସମର୍ଥନ କରିନଥିଲେ। କିନ୍ତୁ ସପ୍ତାହେ ପୂର୍ବରୁ କହିଥିଲେ ଯେ, ଲୋକେ କୋରୋନା ନିୟମ ପାଳନ ନ କରିନ୍ତି ତେବେ ଲକଡାଉନର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରୁହନ୍ତୁ ବୋଲି କହିଥିଲେ। 

ଫାଇଲ ଫଟୋ

ଭୁବନେଶ୍ୱର: ପୁଣି ଥରେ ରାଜ୍ୟକୁ ଫେରିଲା ଲକଡାଉନ। ଆଜି ଠାରୁ ମେ ୧୯ ତାରିଖ ସକାଳ ପର୍ଯ୍ୟନ୍ତ ୧୪ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ଅବଧି ଶେଷ ପରେ ମଧ୍ୟ ପୂର୍ବ ପରି ସପ୍ତାହନ୍ତ ସଟଡାଉନ ଜାରି ରହିବ।

ନିଷ୍ପତି ବଦଳାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik)। କୋରୋନା ସଂକ୍ରମଣ ରୋକିବାକୁ ରାଜ୍ୟରେ ଲକଡାଇଉନ-ସଟଡାଉନ କରିବା ପ୍ରସଙ୍ଗକୁ ଏପ୍ରିଲ ୯ ତାରିଖରେ ମୁଖ୍ୟମନ୍ତ୍ରୀ ସମର୍ଥନ କରିନଥିଲେ। କିନ୍ତୁ ସପ୍ତାହେ ପୂର୍ବରୁ କହିଥିଲେ ଯେ, ଲୋକେ କୋରୋନା ନିୟମ ପାଳନ ନ କରିନ୍ତି ତେବେ ଲକଡାଉନର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରୁହନ୍ତୁ ବୋଲି କହିଥିଲେ। ଆଉ ମେ  ତାରିଖରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ରାଜ୍ୟରେ ୧୪ ଦିନିଆ ଲକଡାଉନ ଘୋଷଣା କରିଛନ୍ତି।

ସରକାରୀ ଘୋଷଣା ଅନୁସାରେ ବୁଧବାର ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲ୍ଲା ଲକଡାଉନ (LockDown) ହେବ। ଏହି ସମୟରେ କେବଳ ଜରୁରୀ ସେବା (essentian service)ଜାରି ରହିବ। କାର୍ଯ୍ୟାଳୟରେ କର୍ମଚାରୀଙ୍କ ସଂଖ୍ୟାକୁ ହ୍ରାସ କରାଯାଇଛି। ଗଣମାଧ୍ୟମ ପ୍ରତିନିଧିଙ୍କୁ ଯାତାୟତର ଅନୁମତି ରହିଛି। ପୂର୍ବପରି ସିନେମା ହଲ, ସୁଇମିଂ ପୁଲ ବନ୍ଦ ରହିବ। ସ୍ଥାନୀୟ ପ୍ରଶାସନକୁ ଲକଡାଉନ ପାଳନ କରାଇବାକୁ ପୂର୍ଣ୍ଣ କ୍ଷମତା ଦିଆଯାଇଛି।

ଲକଡାଉନ ସମୟରେ ୫ଶହ ମିଟର ଦୂରତା ମଧ୍ୟରେ ସକାଳ ୬ଟାରୁ ୧୨ଟା ମଧ୍ୟରେ ଚାଲି ଚାଲି ଯାଇ ପନିପରିବା ଇତ୍ୟାଦି କ୍ରୟ କରି ପାରିବେ ବୋଲି ସରକାର କହିଛନ୍ତି। ଦେଶ ତଥା ରାଜ୍ୟ ସରକାରଙ୍କ କଲବଲ କରୁଛି କୋରୋନାର ଦ୍ୱିତୀୟ ଲହର। ଗୋଟିଏ ପଟେ ଅମାନିଆ ଜନତା ଆଉ ଅନ୍ୟପଟେ ଟିକା ଅଭାବ। ଏହାରି ମଧ୍ୟରେ ବୃଦ୍ଧି ପାଉଛି କୋରନା ସଂକ୍ରମଣ। ଆଉ ଏହାକୁ ରୋକିବାକୁ ଓଡିଶା ସରକାର ୧୪ ଦିନିଆ ଲକଡାଉନ ଘୋଷଣା କରିଛନ୍ତି। ତେବେ ଏହି ସମୟରେ କଣ ଖୋଲା ରହିବ ଓ କଣ ବନ୍ଦ ରହିବ ଆସନ୍ତୁ ଜାଣିବା।

ଚଳିତମାସ ୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ (Lockdown) ବଳବତ୍ତର ରହିବ।

Lockdownରେ କଣ ଖୋଲା ରହିବ?

  • ସ୍ୱାସ୍ଥ୍ୟ ଓ ଜରୁରୀ ସେବା।
  • ସକାଳ ୬ଟାରୁ ୧୨ଟା ଯାଏ ପରିବା, ମାଛ, ମାଂସ, ଅଣ୍ଡା, କ୍ଷୀର ଦୋକାନ।
  • ୫ ଶହ ମିଟର ଦୂରତା ମଧ୍ୟରେ ଚାଲିଚାଲି ଯାଇ କିଣିହେବ। 
  • ବିବାହରେ ୫୦ ଓ ଶୁଦ୍ଧିକ୍ରିୟାରେ ସର୍ବାଧିକ ୨୦ ଜଣଙ୍କୁ ଅନୁମତି।
  • କୋଭିଡ ଟିକାକରଣ ଓ କୋଭିଡ୍‌ ଟେଷ୍ଟିଂ ସହ ସଂପୃକ୍ତ ଲୋକ କଟକଣାମୁକ୍ତ।
  • ସରକାରୀ ପରୀକ୍ଷା ଚାଲିପାରିବ।
  • ସ୍ବାସ୍ଥ୍ୟସେବା ସହ ସଂପୃକ୍ତ ଅନୁଷ୍ଠାନ ଓ କର୍ମଚାରୀ କଟକଣାମୁକ୍ତ।
  • ବ୍ୟାଙ୍କ, ଡାକ, DTH,ଟେଲିଯୋଗାଯୋଗ, ପେଟ୍ରୋଲ ପମ୍ପ ଓ LPG ଯୋଗାଣ ସେବା ଜାରି ରହିବ।
  • ସକାଳ ୫ଟାରୁ ୮ଟା ଯାଏ ଖବରକାଗଜ ବିତରଣ।
  • ବହି ଦୋକାନ, ନିର୍ମାଣ ଓ କୃଷି ସାମଗ୍ରୀ ବିକ୍ରି ଦୋକାନ ଖୋଲା। 
  • ବଡ଼ ରିଟେଲ ସାମଗ୍ରୀ ଦୋକାନ, ହୋଟେଲ ରେସ୍ତୋରାଁ କେବଳ ହୋମ୍‌ ଡେଲିଭରି।
  • ଘରେ ଖାଦ୍ୟସାମଗ୍ରୀ ବାଣ୍ଟିପାରିବେ ଅଙ୍ଗନବାଡ଼ି କର୍ମଚାରୀ
  • ଗ୍ୟାରେଜ ଓ ଗାଡି ମରାମତି ଦୋକାନ ଖୋଲା।

Lockdownରେ କଣ ବନ୍ଦ ରହିବ?

  • ଶନିବାର ଓ ରବିବାରରେ ସଂପୂର୍ଣ୍ଣ ଲକ୍‌ଡାଉନ ବଳବତ୍ତର।
  • ଶୁକ୍ରବାର ସନ୍ଧ୍ୟା ୬ରୁ ସୋମବାର ସକାଳ ୫ ପର୍ଯ୍ୟନ୍ତ ସଟଡାଉନ।
  • ମେଳା, ପ୍ରଦର୍ଶନୀ, ମହୋତ୍ସବ, ସଭା ସମିତି ବନ୍ଦ।
  • ଟ୍ୟାକ୍ସି ଓ ଅଟୋରିକ୍ସା ସେବା, ସିନେମାହଲ୍‌, ଜିମ୍‌, ସୁଇମିଂ ପୁଲ୍‌ ବନ୍ଦ।
  • ବନ୍ଦ ରହିବ ବସ୍‌ ପରିବହନ ଓ ଅନ୍ତଃରାଜ୍ୟ ପରିବହନ।
  • ସବୁ କୋଚିଂ ଓ ଶିକ୍ଷାନୁଷ୍ଠାନ, ଯାତ୍ରା, ଅପେରା, ସେଲୁନ, ସ୍ପା, ବିୟୁଟି ପାର୍ଲର ବନ୍ଦ।
  • ସବୁ ଧାର୍ମିକ ସ୍ଥଳରେ ଜନ ସମାଗମ ବନ୍ଦ, କେବଳ ନୀତିକାନ୍ତି ଚାଲିବ।