ମଲର ମାର୍କେଟିଂ ଅଧିକାରୀ ଗିରଫ
Advertisement
Article Detail0/zeeodisha/odisha617172

ମଲର ମାର୍କେଟିଂ ଅଧିକାରୀ ଗିରଫ

ଶେଷରେ ଗିରଫ ହେଲେ ଏସପ୍ଲାନେଡ୍ ମାର୍କେଟିଂ ଅଧିକାରୀ ଶ୍ୟାମା ଝା 

ମଲର ମାର୍କେଟିଂ ଅଧିକାରୀ ଗିରଫ

ଭୁବନେଶ୍ୱର: ଶେଷରେ ଗିରଫ ହେଲେ ଏସପ୍ଲାନେଡ୍ ମାର୍କେଟିଂ ଅଧିକାରୀ ଶ୍ୟାମା ଝା । ସହିଦନଗର ପୋଲିସ ଗିରଫ କରିଥିବା ନେଇ ସୂଚନା ଦେଲେ ପୋଲିସ କମିଶନର । ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଶ୍ୟା ଝା ।

ଗତକାଲି ଏସପ୍ଲାନେଡ ମଲ୍ ପରିସରରେ ବେଆଇନ୍ ଭାବେ ପାର୍କିଂ ଫି' ଆଦାୟ ହେଉଥିଲା । ଏହାର ଖବର ପ୍ରସାରଣ ଚାଲିଥିବା ବେଳେ ସେଠାରେ ଉପସ୍ଥିତ କ୍ୟାମେରାମ୍ୟାନ୍ ସହ ଜଣେ ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ ହୋଇଥିଲା । ଏସପ୍ଲାନେଡ୍ ମଲ୍ ସୁରକ୍ଷାକର୍ମୀଙ୍କ ସମେତ ମାର୍କେଟିଂ ଅଧିକାରୀ ଶ୍ୟାମା ଝା ଦାୟୀ ବୋଲି ଅଭିଯୋଗ ହୋଇଥିଲା ।

ବିଭିନ୍ନ ମହଲରେ ଆକ୍ରମଣକୁ ନିନ୍ଦା କରାଯିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା । ଏପରିକି ଶ୍ୟାମା ଝାଙ୍କ ଗିରଫ ଦାବିରେ ମଲ୍ ସମ୍ମୁଖରେ ଧାରଣା ଦେଇଥିଲେ ସାମ୍ବାଦିକଙ୍କ ସମେତ ମାନବାଧିକାର କର୍ମୀ । ଶେଷରେ ଆଜି ସନ୍ଧ୍ୟାରେ ମୁଖ୍ୟ ଅଭିଯୁକ୍ତ ଶ୍ୟାମା ଝାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।