Shani Dev ; ଆଜିଠୁ ବଦଳାନ୍ତୁ ଏହି ୪ ଅଭ୍ୟାସ : ନହେଲେ ସାଙ୍ଘାତିକ ପରିସ୍ଥିତ ହୋଇପାରେ
Advertisement
Article Detail0/zeeodisha/odisha2355128

Shani Dev ; ଆଜିଠୁ ବଦଳାନ୍ତୁ ଏହି ୪ ଅଭ୍ୟାସ : ନହେଲେ ସାଙ୍ଘାତିକ ପରିସ୍ଥିତ ହୋଇପାରେ

Avoid doing these 4 things : ଜ୍ୟୋତିଷ ଶାସ୍ତ୍ରରେ ଶନି ସବୁଠାରୁ ରାଗି ଗ୍ରହ ବୋଲି ମନେ କରାଯାଏ ।  ଶନି ମହାଦଶା ରାହୁ କେତୁଙ୍କ ଠାରୁ ବି ଭୟାନକ ହୋଇଥାଏ । ଜାଣନ୍ତୁ କେଉଁ ଖରାପ ଅଭ୍ୟାସ ପାଇଁ ଶନିଦେବ କୋପଦୃଷ୍ଟି ପକାଇଥାନ୍ତି।

sanidev

spiritual tips: ଜ୍ୟୋତିଷ ଶାସ୍ତ୍ରରେ ଶନି ସବୁଠାରୁ ରାଗି ଗ୍ରହ ବୋଲି ମନେ କରାଯାଏ । ଶନିଙ୍କୁ ଦଣ୍ଡାଧିକାରୀ ଦେବତା ଭାବରେ ଗ୍ରହଣ କରାଯାଏ । ଶନି ମହାଦଶା ରାହୁ କେତୁଙ୍କ ଠାରୁ ବି ଭୟାନକ ହୋଇଥାଏ ।କୁହାଯାଏ ଶନି ଦେବ କର୍ମ ହିସାବରେ ବ୍ୟକ୍ତିଙ୍କୁ ଦଣ୍ଡ ଦେଇଥାନ୍ତି।

ଖରାପ ଅଭ୍ୟାସ ରଖିଥିବା ଲୋକଙ୍କୁ ଶନିଦେବ କେବେ ବି ଭଲ ପାଆନ୍ତି ନାହିଁ । ତେବେ ଜାଣନ୍ତୁ କେଉଁ ଖରାପ ଅଭ୍ୟାସ ପାଇଁ ଶନିଦେବ କୋପଦୃଷ୍ଟି ପକାଇଥାନ୍ତି।

ବଡଙ୍କ ଅପମାନ କରିବା:- ଯେଉଁମାନେ ନିଜଠାରୁ ବଡ, ବୟସ୍କ, ଗରୀବ ଓ ଅସହାୟଙ୍କ ଅପମାନ କରିଥାନ୍ତି ସେମାନେ ଶନିଦେବଙ୍କ ଦଣ୍ଡର ପାତ୍ର ହୋଇଥାନ୍ତି । ଏପରି ଲୋକଙ୍କ ଉପରେ ଶନିଙ୍କ କ୍ରୁର ଦୃଷ୍ଟି ସର୍ବଦା ରହିଥାଏ । ବୟସ୍କ, ଗରୀବ ଓ ଅସହାୟଙ୍କ ପ୍ରତିନିଧିତ୍ୱ କରିଥାନ୍ତି ଶନିଦେବ । ତେଣୁ ଏହି ଲୋକମାନଙ୍କୁ କେବେ ବି କ୍ଷତି ପହଞ୍ଚାଇବା ଅନୁଚିତ ।

ମିଛର ଆଶ୍ରୟ ନେଉଥିବା ଲୋକ:- ଯେଉଁମାନେ ଅନ୍ୟମାନଙ୍କ ସାମ୍ନାରେ ମିଛରେ ବଡିମା କରିଥାନ୍ତି କିମ୍ବା ଅନ୍ୟର କ୍ଷତି କରିଥାନ୍ତି ଏମାନଙ୍କୁ ଶନି ଦେବ ଦିନେ ନା ଦିନେ ଦଣ୍ଡ ଦେଇଥାନ୍ତି ।

ଅନ୍ୟର ଅଧିକାରକୁ ଛଡାଇ ଆଣିବା:- ଶନିଦେବ ସେହିମାନଙ୍କୁ କେବେ କ୍ଷମା କରି ନ ଥାନ୍ତି ଯେଉଁମାନେ ଅନ୍ୟର ଅଧିକାରକୁ ଛଡାଇ ଆଣିଥାନ୍ତି । ଯେପରିକି ଅନ୍ୟର ଜିନିଷ ଜବରଦସ୍ତ ଉପଭୋଗ କରିବା, ଜମି ହଡପ କରିବା ଇତ୍ୟାଦି ।

ଉଧାର ନେଇ ଟଙ୍କା ନ ଫେରାଇବା:- ଯେଉଁମାନେ ପଇସା ଉଧାର ନେଇ ଫେରାଇ ନ ଥାନ୍ତି କିମ୍ବା ଜାଣିଶୁଣି ଫେରାଇ ନ ଥାନ୍ତି ତାଙ୍କ ଉପରେ ବି ଶନିଙ୍କ କୁଦୃଷ୍ଟି ରହିଥାଏ ।

Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।