ମିଳିବ ପଦୋନ୍ନତି; ଉପକୃତ ହେବ ୬୩ ହଜାର ୩୦୩ ଶିକ୍ଷକ
Advertisement
Article Detail0/zeeodisha/odisha953855

ମିଳିବ ପଦୋନ୍ନତି; ଉପକୃତ ହେବ ୬୩ ହଜାର ୩୦୩ ଶିକ୍ଷକ

 ଉଚ୍ଚ ପ୍ରାଥମିକ ସ୍ତରରେ ବିଭିନ୍ନ ବିଷୟ ପାଇଁ ଶିକ୍ଷକ ପଦବୀ ପୂରଣ ହେବ। 

ମିଳିବ ପଦୋନ୍ନତି; ଉପକୃତ ହେବ ୬୩ ହଜାର ୩୦୩ ଶିକ୍ଷକ

ଭୁବନେଶ୍ୱର: ପଦୋନ୍ନତି ପାଇବେ ପ୍ରାଥମିକ ଶିକ୍ଷକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟ ଶିକ୍ଷକଙ୍କ ପଦୋନ୍ନତି ପାଇଁ ଆବଶ୍ୟକ ରେସିଡେନ୍ସି ପିରିଅଡ ଅବଧିକୁ କମ୍ କରାଯାଇଛି। ଏହା ଦ୍ୱାରା ଉପକୃତ ହେବେ ୬୩ ହଜାର ୩୦୩ ଜଣ ଶିକ୍ଷକ। 

ଏହା ସହିତ ଉଚ୍ଚ ପ୍ରାଥମିକ ସ୍ତରରେ ବିଭିନ୍ନ ବିଷୟ ପାଇଁ ଶିକ୍ଷକ ପଦବୀ ପୂରଣ ହେବ। ପ୍ରାଥମିକ ତଥା ଉଚ୍ଚ ପ୍ରାଥମିକ ସ୍ତରରେ ପ୍ରଧାନ ଶିକ୍ଷକ ପଦବୀ ମଧ୍ୟ ପୂରଣ ହୋଇପାରିବ। ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେବା ଦ୍ବାରା ୫(ଏ) ସ୍ତରରେ ଥିବା ୨୯ ହଜାର ୭୫୯ ଜଣ ସହକାରୀ ଶିକ୍ଷକ ୫(ବି) ସ୍ତରକୁ ପଦୋନ୍ନତି ପାଇବ ଏବଂ ୫(ବି) ସ୍ତରରେ ଥିବା ୨୯ ହଜାର ୭୫୯ ଜଣ ବରିଷ୍ଠ ଶିକ୍ଷକ ଲେଭେଲ-୪ ବର୍ଗକୁ ପଦୋନ୍ନତି ପାଇବେ। ଏହା ସହିତ ଲେଭେଲ ୪ ବର୍ଗରେ ଥିବା ୩୭୮୫ ଜଣ ପ୍ରଧାନ ଶିକ୍ଷକ ସେପ୍ଟେମ୍ବର ମାସ ସୁଦ୍ଧା ଲେଭେଲ-୩ ବର୍ଗକୁ ପଦୋନ୍ନତି ପାଇବେ। 

Also Read: ଖୋଲିଲା ବିଦ୍ୟାଳୟ; ଆରମ୍ଭ ହେଲା ଶ୍ରେଣୀଗୃହ ପାଠ ପଢା

ଲେଭେଲ ୫(ବି) ବର୍ଗରେ ଥିବା ସହକାରୀ ଶିକ୍ଷକଙ୍କ ପାଇଁ ରେସିଡେସନ୍‌ସି ପିରିଅଡ ଅବଧିକୁ ଏକ ବର୍ଷରୁ ୬ ମାସ କରାଯାଇଥିବା ବେଳେ, ଲେଭେଲ-୪ ବର୍ଗରୁ ଲେଭେଲ-୩ ବର୍ଗକୁ ପଦୋନ୍ନତି ପାଇବା ପାଇଁ ରେସିଡ଼େନସି ପିରିୟଡ ସୀମା ୨ ବର୍ଷରୁ ବର୍ଷେ କରାଯାଇଛି। ଏହି ନିଷ୍ପତ୍ତି ଶିକ୍ଷକଙ୍କ ମନୋବଳ ବୃଦ୍ଧି କରିବା ସହ ଗୁଣାତ୍ମକ ଶିକ୍ଷା ଦିଗରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ତଥା ତଥା ଶିକ୍ଷକଙ୍କୁ  କୃତଜ୍ଞତା ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ।