ଖୋଲିଲା ବିଦ୍ୟାଳୟ; ଆରମ୍ଭ ହେଲା ଶ୍ରେଣୀଗୃହ ପାଠ ପଢା
Advertisement
Article Detail0/zeeodisha/odisha950870

ଖୋଲିଲା ବିଦ୍ୟାଳୟ; ଆରମ୍ଭ ହେଲା ଶ୍ରେଣୀଗୃହ ପାଠ ପଢା

କୋଭିଡ ମହମାରୀର ଦ୍ବିତୀୟ ଲହର କଟକଣାରେ ସ୍ବାଭାବିକ ହୋଇଛି ବିଦ୍ୟାଳୟ।

ଖୋଲିଲା ବିଦ୍ୟାଳୟ; ଆରମ୍ଭ ହେଲା ଶ୍ରେଣୀଗୃହ ପାଠ ପଢା

ଭୁବନେଶ୍ୱର: ସ୍କୁଲ ଚଲେ ହମ୍। ରାଜ୍ୟରେ କୋରୋନା କଟକଣାର ଦ୍ବିତୀୟ ଲହର ମଧ୍ୟରେ ବିଦ୍ୟାଳୟ ଖୋଲିଛି। ସୋମବାରୁ ପ୍ରାଥମିକ ପର୍ଯ୍ୟାୟରେ ଉଭୟ ଦଶମ, ଦ୍ବାଦଶ ଛାତ୍ରଛାତ୍ରୀଙ୍କ ଲାଗି ଶ୍ରେଣୀ ଗୃହ ପାଠପଢା ଆରମ୍ଭ ହୋଇଛି। କଟକଣାର ଭିନ୍ନ ଏକ ପରିବେଶରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏସଓପି ଆଧାରରେ ଶିକ୍ଷାଦାନ ସହ ଶିକ୍ଷାଗ୍ରହଣ ହୋଇଛି। 

ଦୀର୍ଘ ଦିନ ପରେ ବିଦ୍ୟାଳୟ ଖୋଲିଥିବାରୁ ଅଫଲାଇନ ପାଠପଢାକୁ ନେଇ ଆଶ୍ବସ୍ତ ହୋଇଛନ୍ତି ଛାତ୍ରଛାତ୍ରୀ। କଡା କୋଭିଡ କଟକଣା ମଧ୍ୟରେ ପାଠ ପଢା ହୋଇଛି। ଖୋଲିଲା ବିଦ୍ୟାଳୟ, କଳାପଟାରୁ ପାଠପଢିଲେ ଛାତ୍ରଛାତ୍ରୀ। କୋଭିଡ ମହମାରୀର ଦ୍ବିତୀୟ ଲହର କଟକଣାରେ ସ୍ବାଭାବିକ ହୋଇଛି ବିଦ୍ୟାଳୟ। ପ୍ରାୟ ୩ ମାସର ବ୍ୟବଧାନ ପରେ ଦଶମ-ଦ୍ବାଦଶ ଛାତ୍ରଛାତ୍ରୀଙ୍କ ଲାଗି ଉଭୟ ସରକାରୀ-ବେସରକାରୀ ବିଦ୍ୟାଳୟ ଖୋଲିଥିବାରୁ ଭିନ୍ନ ଏକ ପରିବେଶ ମଧ୍ୟରେ ବେଲୁନ୍ ଏବଂ ସ୍ୱାଗତମ ପୋଷ୍ଟର ଦ୍ବାରା ଛାତ୍ରଛାତ୍ରୀ ବିଦ୍ୟାଳୟକୁ ପ୍ରବେଶ କରାଯାଇଛି। 

Also Read: ଆଜିଠୁ ରାଜ୍ୟରେ ପୁଣି କ୍ଲାସରୁମ୍ ପାଠପଢା

ପ୍ରଥମେ ତାପମାତ୍ରା ଯାଞ୍ଚ, ମାସ୍କ, ଅଭିଭାବକଙ୍କ ଅନୁମତି ପତ୍ର ସହ ଶ୍ରେଣୀଗୃହକୁ ପ୍ରବେଶ କରିଛନ୍ତି ଛାତ୍ରଛାତ୍ରୀ। ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ସାଙ୍ଗସାଥୀଙ୍କ ଗହଣରେ କଳାପଟା ଆଗରେ ପାଠପଢିଛନ୍ତି ଛାତ୍ରଛାତ୍ରୀ। ରାଜ୍ୟ ଗଣଶିକ୍ଷା ବିଭାଗ ଏସଓପି ମୁତାବକ ପୂର୍ବରୁ ସ୍କୁଲରେ ସଫେଇ ସହ ବିଶୋଧନ ଶେଷ ହୋଇଥିବା ବେଳେ ତାହା ପାଳନ ହୋଇଛି ନା ନାହିଁ ସେନେଇ ବିଭାଗୀୟ ବରିଷ୍ଠ ଅଧିକାରୀ ସ୍କୁଲ ପରିଦର୍ଶନ କରି ଏହାର ତଦାରଖ କରିଛନ୍ତି।  

ସେହିପରି ଦ୍ବାଦଶ ବା ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ଲାଗି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମଧ୍ୟ ସମାନ ବ୍ୟବସ୍ଥା କରାଯାଇଛି। ଛାତ୍ରଛାତ୍ରୀଙ୍କ ଲାଗି ଅଲଗା ଅଲଗା ପ୍ରବେଶ ପଥ, ଥର୍ମାଲ ସ୍କିନ୍ରିଂ ସହ ନନ୍ ଟଚ୍ ସାନିଟାଇଜର ବ୍ୟବସ୍ଥା ଉପଲବ୍ଧ କରାଯାଇଛି। ସକାଳ ୧୦ଟାରୁ ମଧ୍ୟାନ୍ନ ସାଢେ ୧ଟା ପର୍ଯ୍ୟନ୍ତ ପାଠପଢା ହୋଇଛି। ଏହାସହ ହଷ୍ଟେଲ ଖୋଲିଥିବାରୁ ଉଭୟ ସ୍କୁଲ ଶ୍ରେଣୀଗୃହ ସହ ହଷ୍ଟେଲ ପରିସରରେ ସାମାଜିକ ଦୂରତାକୁ ଗୁରୁତ୍ବ ଦିଆଯାଇଛି। ସଙ୍ଗରୋଧ  ଗୃହର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏସବୁ କଟକଣା ଭିତରେ ବିଦ୍ୟାଳୟ ଖୋଲିବା ସହ ଅନଲାଇନ ପାଠପଢାରୁ ମୁକ୍ତି ଏବଂ ଅଫଲାଇନ ପାଠପଢାକୁ ନେଇ ଛାତ୍ରଛାତ୍ରୀ ଖୁସି ପ୍ରକଟ କରିଛନ୍ତି। 

Also  Read: ଆସନ୍ତାକାଲି ଠାରୁ SOP ଆଧାରରେ ଖୋଲିବ School; ପ୍ରସ୍ତୁତି ଶେଷ

ପ୍ରାଥମିକ ପର୍ଯ୍ୟାୟରେ ଦଶମ, ଦ୍ବାଦଶ ଛାତ୍ରଛାତ୍ରୀଙ୍କ ଲାଗି ବିଦ୍ୟାଳୟ ଖୋଲିଥିବା ବେଳେ ଅଗଷ୍ଟ ୧୬ ତାରିଖରୁ ନବମ ଏବଂ ସେପ୍ଟେମ୍ବର ୧୫ ତାରିଖରୁ ଏକାଦଶ ଛାତ୍ରଛାତ୍ରୀଙ୍କ ଲାଗି କ୍ଲାସ୍ ରୁମ୍ ପାଠପଢା ଆରମ୍ଭ କରିବାକୁ ଗଣଶିକ୍ଷା ବିଭାଗ ଯୋଜନା କରିଛି। ଆଗାମୀ ଦିନରେ ସ୍ଥିତି ଦେଖି ବିଚାର କରାଯିବ। ଏହାସହ ଅଫଲାଇନ ପାଠପଢା ସମେତ ଅନଲାଇନ ପାଠପଢା ମଧ୍ୟ ଜାରି ରହିବ।