ସମ୍ଭାବ୍ୟ ବାତ୍ୟା 'ଆସାନୀ' ଆଶଙ୍କାକୁ ଦୃଷ୍ଟିରେ ରଖି ଓଡିଶା ସରକାର ୧୮ଟି ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରିଛନ୍ତି। ପାଣିପାଗ ବିଭାଗ (IMD) ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପ୍ରବଳ ପବନ ବହିପାରେ। ଏହି ବିପଦକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାରେ ସରକାର ୧୭ଟି NDRF ଟିମ୍ ଏବଂ ୨୦ଟି ODRAF ଟିମ୍ ନିୟୋଜିତ କରିଛନ୍ତି।
Trending Photos
ଭୁବନେଶ୍ୱର: ବାତ୍ୟା ସହିତ ଓଡିଶାର ସମ୍ପର୍କ ଅତି ନିବିଡ! ପ୍ରାୟ ପ୍ରତିବର୍ଷ ରାଜ୍ୟବାସୀଙ୍କୁ ଛୋଟ ଏବଂ ବଡ ବାତ୍ୟାର ସାମ୍ନା କରିବାକୁ ପଡୁଛି। ଏପରି ପରିସ୍ଥିତିରେ, ସମ୍ଭାବ୍ୟ ବାତ୍ୟା 'ଆସାନୀ'କୁ ନେଇ ପୁଣି ଥରେ ଅନେକ କଳ୍ପନାଜଳ୍ପନା ଚାଲିଛି। ପାଣିପାଗ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଆସାନି ହୋଇପାରେ। ବୁଧବାର ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଆଜି (ଶୁକ୍ରବାର) ଲଘୁଚାପରେ ପରିଣତ ହୋଇପାରେ। ଧୀରେ ଧୀରେ ଓହା ଉତ୍ତର ପଶ୍ଚିମ ଦିଗକୁ ଗତି କରି ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଅର୍ଥାତ ମେ ୮ ତାରିଖ ବେଳକୁ ଅବପାତର ରୂପ ନେବ। ଯାହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଅର୍ଦ୍ଧାଧିକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ସମ୍ଭାବ୍ୟ ବାତ୍ୟା 'ଆସାନୀ' ଆଶଙ୍କାକୁ ଦୃଷ୍ଟିରେ ରଖି ଓଡିଶା ସରକାର ୧୮ଟି ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରିଛନ୍ତି। ପାଣିପାଗ ବିଭାଗ (IMD) ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପ୍ରବଳ ପବନ ବହିପାରେ। ଏହି ବିପଦକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାରେ ସରକାର ୧୭ଟି NDRF ଟିମ୍ ଏବଂ ୨୦ଟି ODRAF ଟିମ୍ ନିୟୋଜିତ କରିଛନ୍ତି। ୧୭୫ଟି ଅଗ୍ନିଶମ ବାହିନୀ ମଧ୍ୟ ନିୟୋଜିତ କରାଯାଇଛି। ପୁରୀ, ଢେଙ୍କାନାଳ ଏବଂ ଉତ୍ତର ଉପକୂଳ ଓଡିଶାର ଅନେକ ଜିଲ୍ଲା ଶୁକ୍ରବାର ଠାରୁ ଶନିବାର ପର୍ଯ୍ୟନ୍ତ ପ୍ରବଳ ପବନ ବହିପାରେ। ଆଣ୍ଡାମାନ ସାଗରରେ ଲଘୁଚାପ (Low Pressure) ଯୋଗୁଁ ଏହି ଘୂର୍ଣ୍ଣିବଳୟର ଗତି ଶୁକ୍ରବାର ଦିନ ଜଣା ପଡିବ ବୋଲି ପାଣିପାଗ କେନ୍ଦ୍ର କହିଛି।
Also Read: ଆସୁଛି Cyclone ! ପ୍ୟାନିକ ନହେବାକୁ SRC ଦେଲେ ନିର୍ଦ୍ଦେଶ
ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ଆସନ୍ତା ୮ ତାରିଖ ସୁଦ୍ଧା ଏହି ଘୂର୍ଣ୍ଣିବଳୟ ବଙ୍ଗୋପସାଗରରେ ପ୍ରବେଶ କରିବ। ଏହା ପରେ, ଏହାର ଗତି ଘଣ୍ଟା ପ୍ରତି ୭୫ କିଲୋମିଟର ହୋଇପାରେ। ଆମେ ଏହା ଉପରେ ନଜର ରଖୁଛୁ। ଆସାନୀରେ କେବଳ ଓଡିଶା ନୁହଁ, ପଶ୍ଚିମବଙ୍ଗ, ସିକ୍କିମ୍, ଆସାମ, ମେଘାଳୟ, ନାଗାଲାଣ୍ଡ, ମିଜୋରାମ, ଝାଡଖଣ୍ଡ, ଉତ୍ତର-ପୂର୍ବ ରାଜ୍ୟ ପ୍ରଭାବିତ ହୋଇ ପାରନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ସମ୍ଭାବ୍ୟ ବତ୍ୟା ଆସାନି (Cyclone Asani) ସମ୍ପର୍କରେ ଏକ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ବିପର୍ଯ୍ୟୟ ବିଭାଗ ଏବଂ ପାଣିପାଗ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ଓଡ଼ିଶା ସରକାର ଉପକୂଳବର୍ତ୍ତୀ ଅଞ୍ଚଳରେ ଖାଦ୍ୟ ସାମଗ୍ରୀ ବିତରଣ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି।
୨୦୨୧ ମସିହାରେ ତିନୋଟି ବାତ୍ୟା (Cyclone) ଭାରତରେ ମାଡ ହୋଇଛି। ଡିସେମ୍ବର ୨୦୨୧ରେ ସାଇକ୍ଲୋନନ୍ 'ଜୱାଦ' ଆସିଥିବାବେଳେ ସେପ୍ଟେମ୍ବରରେ 'ଗୁଲାବ' ଓ ମେ' ରେ 'ୟସ' ଆସିଥିଲା। ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏହି ଘୂର୍ଣ୍ଣିବଳୟ ପାଇଁ ପାଣିପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ୨୦୧୯ ଏପ୍ରିଲରେ କେନ୍ଦ୍ରୀଭୂତ ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ବତ୍ୟା 'ଫଣୀ'ର ରୂପ ନେଇଥିଲା। ଫଣୀ ମେ' ୫ରେ ଲ୍ୟାଣ୍ଡଫଲ କରିଥିଲା। ଆସାନୀ ଓ ଫଣୀର ଉତ୍ପତ୍ତି ସ୍ଥାନ ଭିନ୍ନ ହୋଇପାରେ। ଏଭଳି ପରିସ୍ଥିତିରେ ଫାନି ଭଳି ଆସାନୀ ପ୍ରଭାବଶାଳୀ ହୋଇନପାରେ। ଯଦିଓ ବାତ୍ୟା ସମୟରେ ଘଣ୍ଟା ପ୍ରତି ପବନର ବେଗ ୮୦ରୁ ୯୦ କିଲୋମିଟର ରହିବ ବୋଲି ଆଶାଙ୍କା କରାଯାଉଛି।