ବିଏମସି ପରେ ଏଣିକି ପ୍ଲାଷ୍ଟିକ ପରିଚାଳନା କରିବେ ସ୍କୁଲ ପିଲା
Advertisement
Article Detail0/zeeodisha/odisha799062

ବିଏମସି ପରେ ଏଣିକି ପ୍ଲାଷ୍ଟିକ ପରିଚାଳନା କରିବେ ସ୍କୁଲ ପିଲା

ପ୍ରତି ବିଦ୍ୟାଳୟରେ ପ୍ଲାଷ୍ଟିକ ପୃଥକୀକରଣ କରିବା ଲାଗି ଏକ ସ୍ବତନ୍ତ୍ର ଡଷ୍ଟବିନ୍ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ବିଏମସି ଡେପୁଟି କମିଶନର ଶୁଭେନ୍ଦୁ ସାହୁ।

ବିଏମସି ପରେ ଏଣିକି ପ୍ଲାଷ୍ଟିକ ପରିଚାଳନା କରିବେ ସ୍କୁଲ ପିଲା

ଶାନ୍ତସ୍ବରୂପ ରାଉତ,ଭୁବନେଶ୍ବର: ଏଣିକି ସ୍କୁଲରେ ଦିଆଯିବ ପ୍ଲାଷ୍ଟିକ ପରିଚାଳନା ତାଲିମ (Plastic Management Training)। ରାଜଧାନୀରେ ଅବସ୍ଥିତ ବିଭିନ୍ନ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପ୍ଲାଷ୍ଟିକ୍ ପରିଚାଳନା ବାବବଦରେ ପ୍ରଶିକ୍ଷଣ ଦିଆଯିବ। ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କୁ ଏହି ପ୍ରଶିକ୍ଷଣ ଦେବେ। ଏଥିପାଇଁ ସେମାନଙ୍କୁ ଆଜି ବିଏମସି କାର୍ଯ୍ୟାଳୟ (BMC Office) ଠାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ତାଲିମ ଦିଆଯାଇଛି। 

ରାଜଧାନୀ ଭୁବନେଶ୍ୱରକୁ ପ୍ଲାଷ୍ଟିକ୍ ମୁକ୍ତ କରିବା (Plastic Free Bhubaneswar) ଏବଂ ଏହାର ପରିଚାଳନା କରିବା ପାଇଁ ବିଏମସି ତତ୍ତ୍ଵାବଧାନରେ ୟୁଏନଡିପି (UNDP), କୋର (Core) ସଂସ୍ଥା ସହାୟତାରେ ରାଜଧାନୀର ବିଭିନ୍ନ ବିଦ୍ୟାଳୟର ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ପରିବେଶ ତଥା ଭବିଷ୍ୟତ ପାଇଁ ମୁଣ୍ଡବଥାର କାରଣ ସାଜିଥିବା ପ୍ଲାଷ୍ଟିକକୁ ସୁପରିଚାଳନା କରିବା ଲାଗି ଆଉ ପାଦେ ଆଗକୁ ବଢିଛି ଭୁବନେଶ୍ବର ମହାନଗର ନିଗମ-ବିଏମସି (BMC-Bhubaneswar Municipal Corporation)। 

Also Read: ଶ୍ରୀମନ୍ଦିର ଢାଞ୍ଚାରେ ହେବ ଲିଙ୍ଗରାଜର ବିକାଶ

 

ରାଜ୍ୟ ରାଜଧାନୀରେ ପ୍ଲାଷ୍ଟିକ ପରିଚାଳନାକୁ ସୁଦୃଢ କରିବା ଲାଗି ବିଦ୍ୟାଳୟ ସ୍ତରରେ ପିଲାଙ୍କୁ ସଚେତନ ଓ ପ୍ରଶିକ୍ଷିତ କରାଯିବ। ଏନେଇ ପ୍ରାଥମିକ ସ୍ତରରେ ସହରର ୩୦ଟି ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ପ୍ରତି ବିଦ୍ୟାଳୟରେ ପ୍ଲାଷ୍ଟିକ ପୃଥକୀକରଣ କରିବା ଲାଗି ଏକ ସ୍ବତନ୍ତ୍ର ଡଷ୍ଟବିନ୍ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ବିଏମସି ଡେପୁଟି କମିଶନର (BMC Deputy Commissioner) ଶୁଭେନ୍ଦୁ ସାହୁ।

ଅନେକ ସମୟରେ ପ୍ଲାଷ୍ଟିକ ଏଣେତେଣେ ପଡିବା ଦ୍ବାରା ରାସ୍ତାଘାଟ, ନାଳନର୍ଦ୍ଦମା ଜାମ ହେଉଛି। ବିଦ୍ୟାଳୟରେ ମଧ୍ୟ ଚକଲେଟ୍ ରାପ୍, ଅବ୍ୟବହୃତ ପାଣି ବୋତଲ, ବିଭିନ୍ନ ସ୍ନାକ୍ସ ଜରି ଇତ୍ୟାଦି ଦୈନିକ ବାହାରୁଛି। ଯାହାକୁ ଏବେ ବିଦ୍ୟାଳୟ ସ୍ତରରେ ପୃଥକୀକରଣ କରିବା ପରେ ଅନୁବନ୍ଧିତ ସଂସ୍ଥା ପକ୍ଷରୁ ଏପରି ବର୍ଜ୍ୟବସ୍ତୁର ପରିଚାଳନା କରାଯିବ। ନିୟମିତ ଭାବେ ବିଦ୍ୟାଳୟ ସ୍ତରରୁ ଖବର ସଂଗ୍ରହ କରି ପ୍ଲାଷ୍ଟିକ ପଦାର୍ଥକୁ ସଂଗ୍ରହ କରାଯିବ ବୋଲି ବିଏମସି ଡେପୁଟି କମିଶନର କହିଛନ୍ତି।

ପ୍ଲାଷ୍ଟିକ ପରିଚାଳନାରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ବିଦ୍ୟାଳୟକୁ ପ୍ରୋତ୍ସାହିତ କରିବା ଲାଗି ପୁରସ୍କୃତ କରାଯିବ। ବିଦ୍ୟାଳୟ ଖୋଲିବା ପରେ ଏହାକୁ କାର୍ଯ୍ୟକାରୀ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏହା କେତେଦୂର ସହାୟକ ହେଉଛି ତାହା ଉପରେ ନଜର।