ଶ୍ରୀମନ୍ଦିର ଢାଞ୍ଚାରେ ହେବ ଲିଙ୍ଗରାଜର ବିକାଶ
Advertisement

ଶ୍ରୀମନ୍ଦିର ଢାଞ୍ଚାରେ ହେବ ଲିଙ୍ଗରାଜର ବିକାଶ

ଖୁବଶୀଘ୍ର ଆଇନ ପ୍ରଣୟନ କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ବୁଧବାର ଅପରାହ୍ନରେ ଏକାମ୍ରକ୍ଷେତ୍ର ବିକାଶ ପ୍ରକଳ୍ପ ବୁଲି ଦେଖିବା ଅବସରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣ କରିଛନ୍ତି।

ଏକାମ୍ରକ୍ଷେତ୍ର ବିକାଶ ପ୍ରକଳ୍ପ ବୁଲିଲେ ମୁଖ୍ୟମନ୍ତ୍ରୀ

ରାଜେଶ ସାମନ୍ତରାୟ, ଭୁବନେଶ୍ୱର:  ଶ୍ରୀମନ୍ଦିର ଢାଞ୍ଚାରେ ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ  ଆସିବ ଏକ ସ୍ବତନ୍ତ୍ର ଆଇନ। ଏନେଇ ରାଜ୍ୟ ସରକାର ଖୁବଶୀଘ୍ର ଆଇନ ପ୍ରଣୟନ କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ବୁଧବାର ଅପରାହ୍ନରେ ଏକାମ୍ରକ୍ଷେତ୍ର ବିକାଶ ପ୍ରକଳ୍ପ ବୁଲି ଦେଖିବା ଅବସରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ଅପରାହ୍ନରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଠାକୁର ଦର୍ଶନ ପରେ ସେବାୟତଙ୍କ ସହିତ ଆଲୋଚନା କରିଥିଲେ।

ସାଂପ୍ରତିକ ସରକାରଙ୍କ ଅମଳରେ ବିନ୍ଦୁସାଗର ଠାରୁ ଆରମ୍ଭ କରି ପୁରୁଣା ଭୁବନେଶ୍ବର (Bhubaneswar) ଏବଂ ଲିଙ୍ଗରାଜ ମନ୍ଦିର (Lingraj Temple) ସଂଲଗ୍ନ ଅଞ୍ଚଳରେ ଅନେକ ବିକାଶମୂଳକ କାର୍ଯ୍ୟ ହୋଇଛି। ଯେଉଁଥିପାଇଁ ସେବାୟତମାନେ ମୁଖ୍ୟମନ୍ତ୍ରୀ (Naveen Pattnaik) ଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏକାମ୍ରକ୍ଷେତ୍ର ପରିଦର୍ଶନ ବେଳେ ମୁଖ୍ୟମନ୍ତ୍ରୀ ଦେବୀ ପାଦହରା ପୁଷ୍କରଣୀ, ବିନ୍ଦୁସାଗର ମଠ, ଘାଟ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହା ସହ ଏକାମ୍ରକ୍ଷେତ୍ର ପ୍ରକଳ୍ପ ପାଇଁ ଜମି ଦାନ କରିଥିବା ବ୍ୟକ୍ତିଙ୍କୁ ସେ ସାଧୁବାଦ ଜଣାଇବା ସହ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

Also Read: ବଦଳିବ ଶ୍ରୀମନ୍ଦିର ରୂପରେଖ, ରୂପାରେ ଝଲସିବ ୮ ଦ୍ୱାର

ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତିରେ ସନ୍ତୋଷ ପ୍ରକାଶ କରିବା ସହିତ ଅଧିକ ପର୍ଯ୍ୟଟକଙ୍କୁ ସେଠାକୁ ଆକର୍ଷିତ କରିବାରେ ଏହି ଯୋଜନା ଏକ ସଫଳ ଉଦ୍ୟମ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଖୁବଶୀଘ୍ର ଏହି ସବୁ ବିକାଶ କାମର ନିର୍ମାଣ ଶେଷ କରାଯିବ ବୋଲି ସେ ଆଶ୍ବାସନା ବି ଦେଇଛନ୍ତି। ପ୍ରାୟତଃ ଜାଗର ବେଳକୁ ଏବୁ ସ୍ଥାନର ବିକାଶ କାମ ଶେଷ ହେବ ବୋଲି ଆକଳନ କରାଯାଇଛି।

fallback

ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି, ପୁରୀ ଭଳି ଏକାମ୍ରକ୍ଷେତ୍ର (Ekamra Khetra) କୁ ବିଶ୍ବ ପର୍ଯ୍ୟଟନ ମାନଚିତ୍ର (Tourist Map) ରେ ସ୍ଥାନ ଦେବା ସରକାରଙ୍କ ଲକ୍ଷ୍ୟ। ଏହା ସହ ଲିଙ୍ଗରାଜ ମନ୍ଦିର ଆଇନ ଆସିଲେ ସେବାୟତଙ୍କ ଉନ୍ନତି, ପର୍ଯ୍ୟଟନର ବିକାଶ, ସ୍ଥାନୀୟ ଅଂଚଳର ବିକାଶ ମଧ୍ୟ ହୋଇପାରିବ ବୋଲି ମନ୍ତ୍ରୀ ପଣ୍ଡା କହିଛନ୍ତି।  

Also Read: ମନ୍ଦିର ନ ଖୋଲିଲେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚେତାବନୀ ଦେଲେ ସେବାୟତ

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ '୫ଟି' କାର୍ଯ୍ୟକ୍ରମ ଅଧୀନରେ ଏକାମ୍ରକ୍ଷେତ୍ର ବିକାଶ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି । ଐତିହ୍ୟ ନଗରୀ (Anciant city) ଭୁବନେଶ୍ବରର ଗରିମାକୁ ଆହୁରି ବୃଦ୍ଧି କରିବା, ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବରେ ବିକଶିତ କରିବା ଏବଂ ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ଏକ ଅନନ୍ୟ ଆଧ୍ୟାତ୍ମିକ ଅନୁଭବ ପ୍ରଦାନ କରିବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ। ମୁଖ୍ୟମନ୍ତ୍ରୀଙ୍କ ପରିଦର୍ଶନ ସମୟରେ  ବିଧାୟକ ଅନନ୍ତ ନାରାୟଣ ଜେନା,  ସୁଷାନ୍ତ ରାଉତ, ଉନ୍ନୟନ କମିଶନ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ, ପୋଲିସ କମିଶନର ପ୍ରମୁଖ ଉପସ୍ଥିତ ଥିଲେ।