କାନ୍ଧକୁ କାନ୍ଧ ମିଶିବ, ସବୁ ସମସ୍ୟାର ସମାଧାନ ହେବ...
Advertisement

କାନ୍ଧକୁ କାନ୍ଧ ମିଶିବ, ସବୁ ସମସ୍ୟାର ସମାଧାନ ହେବ...

ନିଷ୍କର୍ଷ ଅନୁଯାୟୀ, ଉଭୟ ରାଜ୍ୟ ପକ୍ଷରୁ ଗଠନ ହେବ ଉଚ୍ଚସ୍ତରୀୟ କମିଟି। ଏହି କମିଟିରେ ସଦସ୍ୟ ରହିବେ ଦୁଇ ରାଜ୍ୟର ବରିଷ୍ଠ ପଦାଧିକାରୀ। 

କାନ୍ଧକୁ କାନ୍ଧ ମିଶିବ, ସବୁ ସମସ୍ୟାର ସମାଧାନ ହେବ...

ଭୁବନେଶ୍ୱର: ଶେଷହେଲା ଆନ୍ଧ୍ର ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଭିତରେ ଚାଲିଥିବା ଆଲୋଚନା । ଲୋକସେବା ଭବନରେ ସିଏମ୍ ନବୀନଙ୍କୁ ଭେଟିଲେ ଜଗନ ମୋହନ ରେଡ୍ଡି । ତେବେ ଏହି ଆଲୋଚନା ସ୍ୱଳ୍ପ ସମୟ ପାଇଁ ସଂଗଠିତ ହୋଇଥିଲା । ଏଥିରେ ବାହାରିଥିବା ନିଷ୍କର୍ଷ ଅନୁଯାୟୀ, ଉଭୟ ରାଜ୍ୟ ପକ୍ଷରୁ ଗଠନ ହେବ ଉଚ୍ଚସ୍ତରୀୟ କମିଟି। ଏହି କମିଟିରେ ସଦସ୍ୟ ରହିବେ ଦୁଇ ରାଜ୍ୟର ବରିଷ୍ଠ ପଦାଧିକାରୀ। 

ଏହି କମିଟି ଜରିଆରେ ହିଁ ଦ୍ୱିପାକ୍ଷିକ ସମସ୍ୟା ଓ ଏହାର ସମାଧାନ ଉପରେ ହେବ ଆଲୋଚନା। ଆବଶ୍ୟକତା ସମୟରେ ଉଭୟ ରାଜ୍ୟ ପରସ୍ପରକୁ ପୂର୍ଣ୍ଣ ସହଯୋଗ ଏବଂ ସହାୟତା କରିବେ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ କାନ୍ଧକୁ କାନ୍ଧ ମିଳାଇ ଛିଡ଼ାହେବେ । ଜଳ ସମ୍ପଦ କ୍ଷେତ୍ରରେ, ସୀମା, ଶକ୍ତି ଏବଂ ମାଓବାଦୀ ସମସ୍ୟା ଉପରେ ବି ଆଲୋଚନା ହୋଇଥିଲା । କୋଟିଆ, ନେରେଡି ବ୍ୟାରେଜ, ଜାଞ୍ଜାଭାଟି ଜଳଭଣ୍ଡାର, ପୋଲାଭରମ (Polavaram) , ବାହୁଡା ନଦୀ ପାଇଁ ଜଳ ମୁକ୍ତ, ବାଲିମେଲା ଏବଂ ଅପର ସିଲେରୁ ପାଇଁ ଉଭୟ ରାଜ୍ୟ ମଧ୍ୟରେ ଏନଓସି (NOC)  ସ୍ୱାକ୍ଷରିତ ହୋଇଥିଲା।

Also Read: କୋରୋନାର କଳା ନଜର: ଏ ବର୍ଷ ବି ବାଲିଯାତ୍ରା ବନ୍ଦ...

ଆଜି ନେରେଡ଼ି ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ପାଇଁ ଆସିଥିଲେ ଆନ୍ଧ୍ର ସିଏମ୍  (Andhra Chief Minister) ଜଗନ ରେଡ୍ଡି (Jagan Mohan Reddy) । ତେବେ କୋଟିଆ (Kotia) ପ୍ରସଙ୍ଗରେ ଆଲୋଚନା କରିବେ ନା ନାହିଁ, ତାକୁ ନେଇ ଚର୍ଚ୍ଚା ମଧ୍ୟ ଲାଗିରହିଥିଲା । ମାତ୍ର ହାଇଲେବୁଲ କମିଟି ଗଠନ କଥା ହିଁ ଆଲୋଚନା ହେଲା ।  ଭାଷା, ଜଳ ଓ ସୀମା ବିବାଦ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ନେଇ ରାଜ୍ୟବାସୀ ଆଶାବାଦୀ ଥିଲେ । ତେବେ ଏହି ଆଲୋଚନା ସଫଳ ହୋଇଥିବା କୁହାଯାଉଛି।