ନନ୍ଦନକାନନରେ ୩ ଦିନରେ ମଲେଣି ୨ ଆନାକୋଣ୍ଡା
Advertisement
Article Detail0/zeeodisha/odisha603580

ନନ୍ଦନକାନନରେ ୩ ଦିନରେ ମଲେଣି ୨ ଆନାକୋଣ୍ଡା

ବଂଶବୃଦ୍ଧି କରିବାକୁ ଭୁବନେଶ୍ୱରର ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଥିଲେ ଆନାକୋଣ୍ଡା । ହେଲେ ଏଠାରେ ଗୋଟାଏ ପରେ ଗୋଟାଏ ଆନାକୋଣ୍ଡାର ମୃତ୍ୟୁ ଘଟିବାରେ ଲାଗିଛି । କିଛି ମାସ ପୂର୍ବେ ଅଣାଯାଇଥିବା ଆନାକୋଣ୍ଡା ସାପ ଏବେ ନିଜ ବଂଶ ରକ୍ଷା କରିବାକୁ ସଂଘର୍ଷ କରୁଛନ୍ତି ।

ଫାଇଲ ଫଟୋ

ସରୋଜ ବେହେରା, ଭୁବନେଶ୍ୱର: ନନ୍ଦନକାନନରେ ପୁଣି ଏକ ଆନାକୋଣ୍ଡା ସାପର ମୃତ୍ୟୁ ଘଟିଛି । ଗୁରୁବାର ଏକ ଆନାକୋଣ୍ଡାର ମୃତ୍ୟୁ ଘଟିଥିବା ବେଳେ ଶନିବାର ଆନାକୋଣ୍ଡା ମୃତ୍ୟୁପରେ ସଂଖ୍ୟା ୨କୁ ବୃଦ୍ଧି ପାଇଛି । ଆଉ ୩ ଆନାକୋଣ୍ଡା ଅସୁସ୍ଥ ଥିବା ବେଳେ ସ୍ଥିତି ପରଖିବା ଲାଗି ଚେନ୍ନାଇରୁ ଆସୁଛି ସ୍ୱତନ୍ତ୍ର ଟିମ୍ । କିଛି ଦିନ ତଳେ ଚେନ୍ନାଇରୁ ୮ଟି ଆନାକୋଣ୍ଡା ଅଣାଯାଇଥିଲା । ଆନାକୋଣ୍ଡା ଗୁଡିକର ଇନଟାଷ୍ଟାଇନ ଇନଫେକସନ ପରେ ମୃତ୍ୟୁ ଘଟିଥିବା ପୋଷ୍ଟ ମର୍ଟମ ପରେ ଜଣାପଡିଛି । ସେପଟେ ସାପଗୁଡିକର ଉଚିତ ରକ୍ଷଣାବେକ୍ଷଣ କରାଯାଉ ନଥିବାରୁ ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ ।

ବଂଶବୃଦ୍ଧି କରିବାକୁ ଭୁବନେଶ୍ୱରର ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଥିଲେ ଆନାକୋଣ୍ଡା । ହେଲେ ଏଠାରେ ଗୋଟାଏ ପରେ ଗୋଟାଏ ଆନାକୋଣ୍ଡାର ମୃତ୍ୟୁ ଘଟିବାରେ ଲାଗିଛି । କିଛି ମାସ ପୂର୍ବେ ଅଣାଯାଇଥିବା ଆନାକୋଣ୍ଡା ସାପ ଏବେ ନିଜ ବଂଶ ରକ୍ଷା କରିବାକୁ ସଂଘର୍ଷ କରୁଛନ୍ତି । ଚେନ୍ନାଇ ଚିଡ଼ିଆଖାନାରୁ ୮ଟି ଆନାକୋଣ୍ଡାଙ୍କୁ ନନ୍ଦନକାନନ ଅଣାଯାଇଥିଲା । ସେଥି ମଧ୍ୟରୁ ଗତ ୩ ଦିନରେ ୨ଟି ଆନାକୋଣ୍ଡାର ମୃତ୍ୟୁ ହୋଇଥିବାବେଲେ ଆଉ ୩ଟି ଏବେ ଅସୁସ୍ଥ ଅଛନ୍ତି । ଯାହା ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଯାଇଛି । ଇନଟାଷ୍ଟାଇନ ଇନଫେକସନ ପରେ ମୃତ୍ୟୁ ଘଟିଥିବା ପୋଷ୍ଟ ମର୍ଟମ ପରେ ଜଣାପଡିଛି ବୋଲି କହିଛନ୍ତି ଅତିରିକ୍ତ ନିର୍ଦେଶକ ଜୟନ୍ତ ଦାସ ।

ଆଜି ଅପରାହ୍ନରେରେ ଓୟୁଏଟିର ଡାକ୍ତରୀ ଟିମ୍ ନନ୍ଦନକାନନ ଆସି ସ୍ୱାସ୍ଥ୍ୟ ପରୀକ୍ଷା କରିବେ ବୋଲି କୁହାଯାଇଛି । ଏହାସହ ଚେନ୍ନାଇରୁ ଏହି ସାପଗୁଡ଼ିକୁ ଅଣାଯାଇଥିବାରୁ ସେଠିକାର ଚିଡ଼ିଆଖାନାର ବିଶେଷଜ୍ଞ ଡାକ୍ତରଙ୍କୁ ଡକାଯାଇଛି । ସେମାନେ ସୋମବାର  ପହଞ୍ଚିବେ ବୋଲି କୁହାଯାଇଛି । ବ୍ୟାକ୍ଟେରିଆ କିମ୍ବା ରକ୍ତ ସଂକ୍ରମଣ ଯୋଗୁଁ ମୃତ୍ୟ ହେଉଛି, ତାହା ଏ ଯାଏ ଜଣାପଡ଼ିନି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସାପ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଅପେକ୍ଷା କରାଯାଇଛି ।

ନିୟମିତ ଭାବେ ଗୋଟାଏ ପରେ ଗୋଟାଏ ପ୍ରାଣୀର ମୃତ୍ୟୁ ପରେ ଚିନ୍ତାରେ ନନ୍ଦନକାନନ କର୍ତ୍ତୃପକ୍ଷ । ପୂର୍ବରୁ ହାତୀ, ପରେ ବାଘ ଓ ବିଲୁପ୍ତ ପ୍ରାପ୍ତ ମାଙ୍କଡର ମୃତ୍ୟୁ ପରେ ସାପ ମୃତ୍ୟୁ ସମସ୍ତଙ୍କ ମୁଣ୍ଡ ବ୍ୟଥା ବଢାଇ ଦେଇଛି । ସେପଟେ ସାପଗୁଡିକର ଉଚିତ ରକ୍ଷଣାବେକ୍ଷଣ କରାଯାଉନଥିବାରୁ ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ ବନ୍ୟ ପ୍ରାଣୀ ବିଶେଷଜ୍ଞ ଶୁଭେନ୍ଦୁ ମଲ୍ଲିକ ।

ବିଶେଷଜ୍ଞ ଅଭିଯୋଗ କରିଛନ୍ତି ଯେ, ଯେଭଳି ଭାବେ ଏହି ସାପଙ୍କୁ ରଖାଯିବା କଥା ସେଭଳି ବନ୍ୟ ପ୍ରାଣୀଙ୍କ ପାଇଁ ପ୍ରଶିକ୍ଷିତ କେୟର ଟେକର ନାହାନ୍ତି  । ଫଳରେ ସାପଙ୍କ ଖାଦ୍ୟରେ ଜୀବାଣୁ ଯାଇ ପରେ ପେଟରେ ରକ୍ତସ୍ରାବ ହେଉଛି ବୋଲି କହିଛନ୍ତି ପଶୁ ଚିକିତ୍ସକ ଆଦିତ୍ୟ ପ୍ରସାଦ ମିଶ୍ର ।

ପୂର୍ବ ଭାରତରେ ନନ୍ଦନକାନନ ହେଉଛି ସବୁଠୁ ବଡ ପ୍ରାଣୀ ଉଦ୍ୟାନ । ଏଠାକୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି । ହେଲେ ଏଭଳି ଗୋଟାଏ ପରେ ଗୋଟାଏ ପ୍ରାଣୀଙ୍କ ମୃତ୍ୟୁ ନିଶ୍ଚିତ ଆଗାମୀ ସମୟରେ ଓଡିଶାରେ ଛବି ଖରାପ କରିପାରେ ।