‘ଆତ୍ମା’ ପରଖିବ ଟିକେଟ୍
Advertisement
Article Detail0/zeeodisha/odisha926281

‘ଆତ୍ମା’ ପରଖିବ ଟିକେଟ୍

ସ୍ୱୟଂଚାଳିତ ବ୍ୟବସ୍ଥା ମାଧ୍ୟମରେ ରେଳଷ୍ଟେସନ ଠାରେ କରାଯିବ ଯାତ୍ରୀଙ୍କ ଟିକେଟ ଯାଞ୍ଚ।  

 

 

 

‘ଆତ୍ମା’ ପରଖିବ ଟିକେଟ୍

ଭୁବନେଶ୍ୱର: ‘ଆତ୍ମା’ ପରଖିବ ଟିକେଟ୍। ଭୁବନେଶ୍ବର ରେଳ ଷ୍ଟେସନ ଠାରେ ସ୍ୱଂୟଚାଳିତ ଟିକେଟ ଯାଞ୍ଚ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ଏହା ସହିତ ଯାତ୍ରୀଙ୍କ ନିରାପଦ ସ୍କ୍ରିନିଂ ସୁନିଶ୍ଚିତ କରିବା ସହ କର୍ତ୍ତବ୍ୟରତ ଟିକେଟ୍ ଯାଞ୍ଚ କର୍ମଚାରୀଙ୍କୁ ସୁରକ୍ଷା ଯୋଗାଇବା ଉଦ୍ଦେଶ୍ୟରେ ଏପରି ପଦକ୍ଷେପ ନିଆଯାଇଛି।

ରାଷ୍ଟ୍ରାୟତ୍ତ ଉଦ୍ୟୋଗ (State Owned Enterprise) ପାରାଦୀପ ଫସପେଟ୍ ଲିମିଟେଡ୍-ପିପିଏଲ୍ (Paradeep Phosphates Limited-PPL) ପକ୍ଷରୁ କର୍ପୋରେଟ ସୋସିଆଲ ରେସପନସିବିଲିଟି-ସିଏସ୍ଆର୍ (Corporate Social Responsibility-CSR) କାର୍ଯ୍ୟକ୍ରମ ମାଧ୍ୟମରେ ଏହି ବ୍ୟବସ୍ଥା ଭୁବନେଶ୍ୱର ରେଳଷ୍ଟେସନ (Bhubaneswar Railway Station) ଠାରେ କାର୍ଯ୍ୟକାରୀ କରାଯାଇଛି। ଏହି ବ୍ୟବସ୍ଥା ଆଗାମୀ ଦିନରେ ପୁରୀ ଏବଂ ଯାଜପୁର-କେନ୍ଦୁଝର ରେଳ ଷ୍ଟେସନ ଠାରେ କାର୍ଯ୍ୟକାରୀ ହେବ। 

Also Read: ସପ୍ତାହନ୍ତରେ ରେଳ ଯାତ୍ରୀ ହନ୍ତସନ୍ତ, ୧୧ ଯୋଡା ପାସେଞ୍ଜର ଓ ୪ଟି ସ୍ୱତନ୍ତ୍ର ଟ୍ରେନ୍ ବାତିଲ

କୋରୋନା ମହାମାରୀ ସମୟରେ ଯାତ୍ରୀ ଏବଂ ରେଳବାଇ କର୍ମଚାରୀଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ସହ ରେଳ ଷ୍ଟେସନରେ କେବଳ ଅଧିକୃତ ଯାତ୍ରୀ ପ୍ରବେଶ କରୁଛନ୍ତି କି ନାହିଁ ତାହା ଯାଞ୍ଚ କରିବାରେ 'ଆତ୍ମା' ବ୍ୟବସ୍ଥା ବିଶେଷ ଭାବରେ ସହାୟକ ହେବ। କେବଳ ସେତିକି ନୁହେଁ ଏହା ଦ୍ୱାରା ଯାତ୍ରୀଙ୍କ ତାପମାତ୍ରା ମପାଯିବା ସହ ପ୍ରବେଶ ପ୍ରସ୍ଥାନ ପଥରେ କର୍ମଚାରୀଙ୍କ ଦ୍ବାରା ନିରାପଦ ଦୂରତାରୁ ଟିକେଟ୍ ଯାଞ୍ଚ କରିବାରେ ମଧ୍ୟ ସହାୟତା କରିବ।

ଅଟୋମେଟିକ୍ ଟିକେଟ୍ ଯାଞ୍ଚ ଏବଂ ପରିଚାଳନା ଆକସେସ୍ (Automated Ticket Checking & Managing Access Machine-ATMA) ଆତ୍ମା ଅର୍ଥାତ ଏଟିଏମଏ ବ୍ୟବସ୍ଥାରେ (ATMA System) ଚାରୋଟି ବୈଶିଷ୍ଟ୍ୟ ରହିଛି। ଆଇଆରସିଟିସି ଆଧାରିତ ଟ୍ରେନ୍ ଟିକେଟ୍ (IRCTC Train Ticket) କ୍ୟୁଆର କୋଡ୍ ସ୍କାନ୍ (QR Code Scan) କରିବା ଲାଗି ବାର୍ କୋଡ୍ ସ୍କାନର୍ (Bar Code Scanner), ଗୋଟିଏ ସ୍ପିକର ଯାହା ମାଧ୍ୟମରେ ଷ୍ଟେସନରେ ପ୍ରବେଶ କରୁଥିବା ଯାତ୍ରୀ ପିଏନଆର୍ ନମ୍ବର (PNR Number) କହିପାରିବେ। ଏକ ତାପମାତ୍ରା ସ୍କାନର୍ ଯାହାଦ୍ଵାରା ତାପମାତ୍ରା ମପା ଯାଇପାରିବ ଏବଂ ଏକ କ୍ୟାମେରା ଯାହା ଯାତ୍ରୀ ମାସ୍କ ପିନ୍ଧିଛନ୍ତି କି ନାହିଁ ତାହା ପରଖିବ। 

Also Read: Corona Alert: ଚେକିଂ ବ୍ୟବସ୍ଥାକୁ କଡାକଡି କଲା BMC

ରେଳ ଯାତ୍ରୀଙ୍କ ଠାରୁ ଏକ ନିରାପଦ ଦୂରତ୍ୱରୁ ସମସ୍ତ ଚାରୋଟି ପାରାମିଟରକୁ ଯାଞ୍ଚ କରିପାରିବେ ନିୟୋଜିତ ରେଳବାଇ କର୍ମଚାରୀ। ଯାହାଦ୍ୱାରା ଅଧିକୃତ ଯାତ୍ରୀ ରେଳ ଷ୍ଟେସନରେ ପ୍ରବେଶ କରିପାରିବେ ଏବଂ କୋଭିଡ-୧୯ ସଂକ୍ରମଣ ବୃଦ୍ଧିକୁ ମଧ୍ୟ ରୋକା ଯାଇପାରିବ। ଏହି ଅଭିନବ ଯୋଜନା ବିନା ଛୁଆଁରେ ଉପଲବ୍ଧ ହେଉଥିବାରୁ ଯାତ୍ରୀ ଏହାକୁ ପସନ୍ଦ ମଧ୍ୟ କରିଛନ୍ତି।