Corona Alert: ଚେକିଂ ବ୍ୟବସ୍ଥାକୁ କଡାକଡି କଲା BMC
Advertisement
Article Detail0/zeeodisha/odisha883106

Corona Alert: ଚେକିଂ ବ୍ୟବସ୍ଥାକୁ କଡାକଡି କଲା BMC

ଦୈନିକ ପ୍ରାୟ ୭ହଜାର ଲୋକ ରାଜ୍ୟ ବାହାରୁ ଆସୁଛନ୍ତି।

Corona Alert: ଚେକିଂ ବ୍ୟବସ୍ଥାକୁ କଡାକଡି କଲା  BMC

ଭୁବନେଶ୍ବର: କୋରୋନ ମହାମାରୀର ମୁକାବିଲା ପାଇଁ ରାଜ୍ୟ ରାଜଧାନୀରେ ସୋମବାର ଠାରୁ ଯାଞ୍ଚକୁ କଡାକଡି କରାଯାଇଛି। କୋରୋନା ବାହକଙ୍କୁ ଚେକ୍ ଦେବା ପାଇଁ ଚେକିଂ ବ୍ୟବସ୍ଥାକୁ ଜୋରଦାର କରାଯାଇଛି। ଭୁବନେଶ୍ୱର ବିମାନବନ୍ଦର ସହ ରେଳ ଷ୍ଟେସନରେ ଏହାକୁ କାର୍ଯ୍ୟକାରୀ କରାଯାଇଛି। ବାହାର ରାଜ୍ୟରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ଆରଟିପିସିଆର କୋଭିଡ ନେଗେଟିଭ ରିପୋର୍ଟ ଯାଞ୍ଚ କରାଯାଉଛି।

ନଚେତ ପଞ୍ଜିକରଣ କରି ୭ ଦିନ ଗୃହ ସଙ୍ଗରୋଧ ଅର୍ଥାତ ହୋମ କ୍ୱାରେନଣ୍ଟାଇନରେ (Home Quarentine) ରହିବା ପାଇଁ ପରାମର୍ଶ ଦିଆଯାଉଛି। ଏଥିପାଇଁ ଉଭୟ ରେଳ ଷ୍ଟେସନ (Bhubaneswar Railway Station), ବିମାନବନ୍ଦରରେ (Bhubaneswar Airport) ଶିକ୍ଷକଙ୍କୁ ନିୟୋଜିତ କରାଯାଇ ୨୪ ଘଣ୍ଟିଆ ପହରା ଦିଆଯାଇଛି। ମୋଟ ୮ଟି କାଉଣ୍ଟରରେ ୩ଟି ସିଫ୍ଟରେ କାର୍ଯ୍ୟ ଆରମ୍ଭ ହୋଇଛି। ସେପଟେ ପୁଣି ବିଏମସି ପକ୍ଷରୁ ରାଜଧାନୀରେ ଦେୟଯୁକ୍ତ ହୋଟେଲ୍ କ୍ୱାରେଣ୍ଟାଇନ (Hotel Quarentine) ବ୍ୟବସ୍ଥା ଆରମ୍ଭ ହୋଇଛି।

Also Read: Corona Alert: ଏଣିକି ରେଳଯାତ୍ରୀଙ୍କୁ ୨୪ ଘଣ୍ଟା ଜଗିବ BMC

ବଢୁଥିବା ସଂକ୍ରମଣକୁ ଦେଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ସୋମବାର ଠାରୁ ଏହାକୁ କଡାକଡି କରାଯାଇଛି। ଉଭୟ ରେଳ ଷ୍ଟେସନ ଏବଂ ବିମାନ ବନ୍ଦରରେ ସ୍ୱତନ୍ତ୍ର ଡେସ୍କ କରାଯାଇ ଲୋକଙ୍କ କୋଭିଡ ରିପୋର୍ଟ ଯାଞ୍ଚ କରାଯାଇଛି। ବାହାର ରାଜ୍ୟର ସମସ୍ତ ଯାତ୍ରୀଙ୍କ ପାଇଁ ସର୍ବାଧିକ ୭୨ ଘଣ୍ଟା ପୂର୍ବର ଆରଟିପିସିଆ ନେଗେଟିଭ୍ ରିପୋର୍ଟ (RTPCR Negetive Report) କିମ୍ବା କୋଭିଡ ଟିକା ଦ୍ବିତୀୟ ଖୋରାକ ସାର୍ଟିଫିକେଟ୍ (Corona Vaccine Second Dose Certificate) ପ୍ରମାଣପତ୍ର ତଦାରଖ କରିବା ସହ ପଞ୍ଜୀକରଣ କରାଯାଉଛି। 

Also Read: ବଢୁଛି ସଂକ୍ରମଣ ଘଟଣା; ଲାଗୁହେବ ପୁରୁଣା କଟକଣା

ନାଁ ଗାଁ ଠିକଣା ଆଦି ପଞ୍ଜୀକରଣ କରାଯାଇ ୭ ଦିନ ହୋମ କ୍ବାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି। ଥର୍ମାଲ୍ ସ୍କ୍ରିନିଂ (Thermal Screening) କରିବା ସମୟରେ କୋରୋନା ଲକ୍ଷଣ ଦେଖାଗଲେ ତୁରନ୍ତ ପରୀକ୍ଷା ପାଇଁ ପଠାଯାଉଥିବା ଭୁବନେଶ୍ୱର ମହାନଗର ନିଗମ (Bhubaneswar Municipal Corporation) ବିଏମସି କମିଶନର (BMC Commissioner) ପ୍ରେମ ଚନ୍ଦ୍ର ଚୌଧରୀ କହିଛନ୍ତି।

Also Read: କୋଭିଡ ମୁକାବିଲାରେ ସାମିଲ ହେଲେ ଆୟୁଷ ଡାକ୍ତର

ଏହାକୁ ତ୍ବରାନ୍ବିତ କରିବା ପାଇଁ ରେଳ ଷ୍ଟେସନରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ୮ ଟି କାଉଣ୍ଟର କରାଯାଇଛି। ବାହାର ରାଜ୍ୟରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ପଞ୍ଜୀକରଣ କରାଯାଉଛି। ପ୍ରତିଦିନ ଭୁବନେଶ୍ୱର ରେଳଷ୍ଟେସନକୁ ୬୦ରୁ ଅଧିକ ଟ୍ରେନ ଯାତାୟତ କରୁଥିବା ବେଳେ ୩୦ରୁ ୩୫ ରେଳଗାଡି ବାହାର ରାଜ୍ୟରୁ ଆସୁଛି। ଦୈନିକ ପ୍ରାୟ ୭ହଜାର ଲୋକ ରାଜ୍ୟ ବାହାରୁ ଆସୁଛନ୍ତି। କୋଭିଡ଼ କଟକଣାକୁ କଡାକଡି କରାଯାଇ ଯାତ୍ରୀଙ୍କ ପ୍ରବେଶ ଏବଂ  ପ୍ରସ୍ଥାନ ପଥକୁ ବଦଳା ଯାଇଥିବା ଭୁବନେଶ୍ବର ଷ୍ଟେସନ ନିର୍ଦ୍ଦେଶକ ଚିତ୍ତ ରଞ୍ଜନ ନାୟକ କହିଛନ୍ତି।

Also Read: କୋରୋନା ମୁକାବିଲା: ଆସନ୍ତା ଏପ୍ରିଲ ପହିଲାରୁ ହେବ ବ୍ୟାପକ ଟୀକାକରଣ

ଖାଲି ଷ୍ଟେସନ କିମ୍ବା ବିମାନବନ୍ଦର ନୁହେଁ ମାର୍କେଟ, ମଲ ଠାରେ ବିଏସି ପକ୍ଷରୁ ଚେକିଂ ବ୍ୟବସ୍ଥା ଆହୁରି କଡାକଡି କରାଯାଇଥିବା ବେଳେ ନିୟମ ଉଲଂଘନକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସେହିଭଳି ବିଏମସି ପକ୍ଷରୁ ପୁଣି ଦେୟ ଯୁକ୍ତ ସଙ୍ଗରୋଧ କେନ୍ଦ୍ର (Pay & Use Quarentine Centre) ବ୍ୟବସ୍ଥା ଆରମ୍ଭ ହୋଇଛି। ୩ଟି ଓୟୋ ହୋଟେଲରେ ଏସି ଏବଂ ନନ୍ ଏସି (AC & Non AC Quarentine Centre) ଭଳି ମୋଟ ୪୦ଟି  ରୁମ୍ କରାଯାଇଛି। ସେଠାରେ ଡାକ୍ତରଙ୍କ ସ୍ବାସ୍ଥ୍ୟଗତ ପରାମର୍ଶ ଉପଲବ୍ଧ ରହିବ। ଅପରପକ୍ଷେ ଉତ୍କଳ ବିଶ୍ୱବିଦ୍ୟାଳୟରେ ୪ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାଙ୍କର କଣ୍ଟାକଟ୍ରେସିଂ ଏବଂ ସେମାନଙ୍କ ସଂସ୍ପର୍ଶ ରେ ଆସିଥିବା ସମସ୍ତ ଲୋକଙ୍କ କୋରୋନା ପରୀକ୍ଷା କରାଯିବ ବିଏମସି କମିଶନର କହିଛନ୍ତି।