ଶୂନ ସଂକ୍ରମଣ ମୁହାଁ ହେଉଛି ରାଜ୍ୟ ରାଜଧାନୀ । ଭୁବନେଶ୍ବର ଦେଇ ରାଜ୍ୟକୁ କୋରୋନା ପ୍ରବେଶ କରିବା ପରେ ରାଜଧାନୀ ହଟସ୍ପଟ୍ ହୋଇଯାଇଥିଲା, ଆଉ ଧିରେ ଧିରେ କୋରୋନା ମିଟର ଏବେ ତଳକୁ ଖସିବାରେ ଲାଗିଛି ।
Trending Photos
ଶାନ୍ତସ୍ବରୂପ ରାଉତ, ଭୁବନେଶ୍ବର : ଏଣିକି ଯେକୌଣସି ସ୍ଥାନରେ ନେଇହେବ ଦ୍ୱୀତିୟ ଡୋଜ୍ । ରାଜ୍ୟରେ କୋରୋନା ଟିକାକରଣ ପ୍ରକ୍ରିୟାକୁ ଏପରି ସରଳିକରଣ କରିଛନ୍ତି ସରକାର । ପ୍ରଥମ ଡୋଜ ପାଇଁ ଯଦି ଜଣେ ବ୍ୟକ୍ତି ଗୋଟିଏ ସ୍ଥାନରେ ପଞ୍ଜିକରଣ କରିଛନ୍ତି ପରବର୍ତ୍ତୀ ସମୟରେ ସେ ଯେକୌଣସି ସ୍ଥାନରେ ଟିକା ନେଇପାରିବେ । ଏହାସହ ଦ୍ବୀତିୟ ପର୍ଯ୍ୟାୟ ଟିକା ଆସନ୍ତା ଦୁଇ ଦିନ ମଧ୍ୟରେ ସମସ୍ତ ଜିଲ୍ଲାକୁ ପଠାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ସେପଟେ ଶୂନ ସଂକ୍ରମଣ ମୁହାଁ ହେଉଛି ରାଜ୍ୟ ରାଜଧାନୀ । ଭୁବନେଶ୍ବର ଦେଇ ରାଜ୍ୟକୁ କୋରୋନା ପ୍ରବେଶ କରିବା ପରେ ରାଜଧାନୀ ହଟସ୍ପଟ୍ ହୋଇଯାଇଥିଲା, ଆଉ ଧିରେ ଧିରେ କୋରୋନା ମିଟର ଏବେ ତଳକୁ ଖସିବାରେ ଲାଗିଛି ।
ପ୍ରଥମ ଡୋଜ (First Dose) ପାଇଁ ଯଦି ଜଣେ ବ୍ୟକ୍ତି ଗୋଟିଏ ସ୍ଥାନରେ ପଞ୍ଜିକରଣ କରି ପରବର୍ତ୍ତୀ ସମୟରେ ଅନ୍ୟ ସ୍ଥାନକୁ ବଦଳି କିମ୍ବା ଯାଇଛନ୍ତି ତେବେ ସେହି ସ୍ଥାନରେ ମଧ୍ୟ ଦିତ୍ବୀୟ ଡୋଜ ନେଇପାରିବେ । ସେପଟେ ରାଜ୍ୟକୁ ଆଗରୁ ୨୧ ଲକ୍ଷ ସିରିଞ୍ଜ ଆସିଥିବା ବେଳେ ପୁଣି ୨୨ ଲକ୍ଷ ଆସିଛି । ଏହାସହ ମଙ୍ଗଳବାର ଆସିଥିବା କୋଭିସିଲ୍ଡ଼ (Covishield) ଟିକା ରାଜ୍ୟ ଭ୍ୟାକ୍ସିନ ଷ୍ଟୋର (Odisha Vaccine Store) ରେ ରହିଥିବା ବେଳେ ଦୁଇ ତିନି ଦିନ ମଧ୍ୟରେ ଜିଲ୍ଲା ମାନଙ୍କୁ ପଠାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ସେହିପରି ପ୍ରଥମ ଡୋଜରେ ୩ ଜଣଙ୍କର ସାମାନ୍ୟ ପାର୍ଶ୍ଵ ପ୍ରତିକ୍ରିୟା (Side Effect) ଦେଖା ଦେଇଥିବା ବେଳେ ବର୍ତ୍ତମାନ ସ୍ବାଭାବିକ ରହିଛି । ମୋଟ ୧୬ ହଜାର ୨୬୧ ଜଣଙ୍କୁ ଟିକାକରଣ (Vaccination) ପାଇଁ ଲକ୍ଷ ଥିବା ବେଳେ ସେଥିରୁ ୧୪ ହଜାର ୨୯୧ ଜଣଙ୍କୁ ଟିକା ଦିଆଯାଇସାରିଥିବା ସେ କହିଛନ୍ତି ।
Also Read: ତୁଟିଲା ସ୍କୁଲ ଫି ଅଡ଼ୁଆ, ତଥାପି ହଟିନି ଅଳିଆ
ସେପଟେ ରାଜ୍ୟ ରାଜଧାନୀ ଦେଇ କୋରୋନା (Corona) ପ୍ରବେଶ କରିଥିବା ହଟସ୍ପଟ ଏବେ ଶୂନ ସଂକ୍ରମଣ ଆଡକୁ ମୁହାଁଉଛି । ଲଗାତାର ତିନିଦିନ ହେବ ଏକ ଅଙ୍କ ବିଶିଷ୍ଟ କୋରୋନା ସଂକ୍ରମଣ (Corona Infected) ସାମ୍ନାକୁ ଆସୁଛି । ଗତ ୨୪ ଘଣ୍ଟାରେ ୬ ଜଣ ସ୍ଥାନୀୟ ସଂକ୍ରମିତ ପଜିଟିଭ୍ (Positive) ଆସିଥିବା ବେଳେ ୮ ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଏଯାବତ ଆଉ ମାତ୍ର ୨୦୫ ଆକ୍ଟିଭ କେସ୍ (Active Case) ରହିଛି । ଏହାସହ ଲଗାତାର ଗତ କିଛି ଦିନ ଧରି ମୃତ୍ୟୁ ସଂଖ୍ୟାରେ ମଧ୍ୟ ବ୍ରେକ୍ ଲାଗିଛି । ତେବେ ଟିକାକରଣ (Vaccination) ଆରମ୍ଭ ହୋଇଥିବା ସତ୍ତ୍ବେ ସଚେତନତା ଓ ଏନଫୋର୍ସମେଣ୍ଟ (Enforcement) ଜାରି ରହିଥିବା ବିଏମସି କମିଶନର (Bmc Commissioner) ପ୍ରେମ ଚନ୍ଦ୍ର ଚୌଧରୀ କହିଛନ୍ତି । ପୂର୍ବରୁ ଦୌନିକ ୪ ହଜାର ଟେଷ୍ଟ କରାଯାଉଥିବା ବେଳେ ଏବେ ଆବଶ୍ୟକତାକୁ ଦେଖି ଦୈନିକ ୫ଶହରୁ ୧ହଜାର ପର୍ଯ୍ୟନ୍ତ ଟେଷ୍ଟ କରାଯାଉଥିବା କହିଛନ୍ତି । ସେପଟେ ରାଜଧାନୀରେ ସଂକ୍ରମଣ ହ୍ରାସକୁ ନେଇ ହର୍ଡ ଇମ୍ୟୁନିଟିକୁ ଶ୍ରେୟ ଦେଇଛନ୍ତି ବିଶେଷଜ୍ଞ ନିରୋଜ ମିଶ୍ର।
Also Read: ଭେଜାଲ ଜାଲରେ ସ୍ମାର୍ଟସିଟି ଭୁବନେଶ୍ୱର, ମିଳିଲା ପୋକ ସାଲୁବାଲୁ ନକଲି ଆଚାର
ଦ୍ବୀତିୟ ସଂକ୍ରମଣ ( Second Wave) ର ପୂର୍ବ ଆକଳନକୁ ପଛରେ ପକାଇ ଏବେ ଧିରେ ଧିରେ ସଂକ୍ରମଣ କ୍ଷେତ୍ରରେ ସୁଧାର ଆସୁଛି । ତାଜା ଆକଳନ କହୁଛି ଆସନ୍ତା ଦୁଇ ମାସ ମଧ୍ୟରେ ସଂକ୍ରମଣ ସଂପୂର୍ଣ୍ଣ କମିଯିବ । ହେଲେ ଟିକା ନ ନେବା ପର୍ଯ୍ୟନ୍ତ ଆମେ କୋଭିଡ ନିୟମ ପାଳନ କରିବା ଅପରିହାର୍ଯ୍ୟ ।
Edited: Zee Odisha Desk