ପତ୍ନୀକୁ ଛାଡ଼ି ପ୍ରେମିକା ସହ ପତିତପାବନ ଫେରାର୍! ମଧ୍ୟପ୍ରଦେଶରେ ମିଳିଲା ସନ୍ଧାନ
Advertisement

ପତ୍ନୀକୁ ଛାଡ଼ି ପ୍ରେମିକା ସହ ପତିତପାବନ ଫେରାର୍! ମଧ୍ୟପ୍ରଦେଶରେ ମିଳିଲା ସନ୍ଧାନ

ଡେଲିଭରୀ ବୟ ପତିତପାବନ ପୃଷ୍ଟି ଅପହରଣ ଘଟଣା ଟୁଇଷ୍ଟ ଆସିଛି। ନିଖୋଜ ଅଭିଯୋଗର ଦୁଇ ଦିନ ପରେ ଅର୍ଥାତ ମଙ୍ଗଳବାର ପତିତପାବନ ଓ ଜଣେ ଯୁବତୀଙ୍କୁ ମଧ୍ୟପ୍ରଦେଶ ଠାବ କରାଯାଇଛି।

ଡିଜାଇନ୍ ଫଟୋ

ଭୁବନେଶ୍ୱର: ଶେଷରେ ମିଳିଲା ଧଉଳିରୁ ନିଖୋଜ ହୋଇଥିବା ଡେଲିଭରୀ ବୟ ପତିତପାବନ ପୃଷ୍ଟିର ସନ୍ଧାନ। ମଧ୍ୟପ୍ରଦେଶର କଟନି ରେଳଷ୍ଟେସନରୁ ତାଙ୍କୁ ମଙ୍ଗଳବାର ଠାବ କରାଯାଇଛି। ପତିତପାବନଙ୍କ ସହ ଜଣେ ଯୁବତୀଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିବା କଟନି ରଳବାଇ ସୁରକ୍ଷା ବଳ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପତିତପାବନ ଓ ଯୁବତୀ କେମିତି ଓଡିଶାରୁ ମଧ୍ୟପ୍ରଦେଶ ପହଞ୍ଚିଲେ ତାହାକୁ ନେଇ ସସ୍ପେନ୍ସ ଜାରି ରହିଛି। 

ଡେଲିଭରୀ ବୟ ପତିତପାବନ ପୃଷ୍ଟି ଅପହରଣ ଘଟଣା ଟୁଇଷ୍ଟ ଆସିଛି। ନିଖୋଜ ଅଭିଯୋଗର ଦୁଇ ଦିନ ପରେ ଅର୍ଥାତ ମଙ୍ଗଳବାର ପତିତପାବନ ଓ ଜଣେ ଯୁବତୀଙ୍କୁ ମଧ୍ୟପ୍ରଦେଶ ଠାବ କରାଯାଇଛି। ଉଭୟଙ୍କୁ ରେଳବାଇ ପୋଲିସ ଅଟକ ରଖି ଓଡିଶା ପୋଲିସକୁ ଖବର ଦେଇଛି। ଉଭୟଙ୍କୁ ଭୁବନେଶ୍ୱର ଆଣି ପୋଲିସ ଅଧିକ ତଦନ୍ତ କରିବ ବୋଲି ସୂଚନା ମିଳିଛି। 

Also Read: ଧଉଳିରୁ Delivery Boy ଗାଏବ୍, ଦୟା ନଦୀ ବ୍ରିଜ୍ ଉପରୁ ଚପଲ ଓ ପର୍ସ ଠାବ

ପତିତପାବନ ସହ ଉଦ୍ଧାର ଯୁବତୀଙ୍କ ଘର ଗୋପ ଥାନା ଅନ୍ତର୍ଗତ ବେଦପୁର ଗାଁରେ ବୋଲି ଜଣା ପଡିଛି। ଝିଅକୁ ପତିତପାବନ ଅପହରଣ କରିଥିବା ନେଇ ସମ୍ପୃକ୍ତ ଯୁବତୀଙ୍କ ପରିବାର ଗୋପ ଥାନାରେ ଅଭିଯୋଗ କରିଥିଲେ। ଆଉ ଏହି ମାମଲାର ତଦନ୍ତ ବେଳେ ମଧ୍ୟପ୍ରଦେଶ ରେଳବାଇ ପୋଲିସ ପତିତପାବନ ଓ କଥିତ ଅପହୃତା ଯୁବତୀଙ୍କୁ ଠାବ କରିଥିଲା। ତେବେ ଯୁବକ, ଯୁବତୀ ନିଜ ଇଛାରେ ଘରୁ ପଳାଇ ଅପହରଣ ନାଟକ ରଚିଛନ୍ତି ନା ଘଟଣା ପଛରେ ଆଉ କିଛି କାରଣ ରହିଛି ତାହା ତଦନ୍ତ ପରେ ଜଣା ପଡିବ।

fallback

ଗତ ୧୨ ତାରିଖରେ ପତିତପାବନଙ୍କ ପରିବାର ତରଫରୁ ଅପହରଣ ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଠିକ୍ ସେହି ସମୟରେ ଜଣା ପଡିଥିଲା ପୁରୀ ଗୋପ ଥାନାରେ ଜଣେ ଯୁବତୀ ବି ଅପହରଣ ହୋଇଛନ୍ତି। ତଦନ୍ତ ବେଳେ ପତିତପାବନ ମଧ୍ୟପ୍ରଦେଶରେ ଟ୍ରେନରେ ଯାତ୍ରା କରୁଥିବା ଜଣାପଡିଥିଲା। କମିସନରେଟ୍ ପୋଲିସ, ରୋଳବାଇ ପୋଲିସ ସହାୟତା ନେଇ ଉଭୟଙ୍କୁ ଟ୍ରେନ୍ ଭିତରୁ ଅଟକ ରଖିଥିଲା। ଏବେ ତାଙ୍କୁ ଭୁବନେଶ୍ବର ଅଣା ଯାଉଛି। ଧଉଳି ଥାନା ଆଇଆଇସି ନିଜେ ମଧ୍ୟପ୍ରଦେଶ ଗସ୍ତ କରିଛନ୍ତି।

Also Read: ଲଘୁଚାପର ପ୍ରଭାବ, ଆଜି ଏସବୁ ଜିଲ୍ଲାରେ ପ୍ରବଳ ବର୍ଷିବ!

ସୂଚନାଯୋଗ୍ୟ, ଶନିବାର ରାତି ପ୍ରାୟ ୧୦ରେ ଧଉଳି ଥାନା ଅନ୍ତର୍ଗତ ଉତରା ଛକରୁ Delivery Boy ପତିତପାବନ ପୃଷ୍ଟିଙ୍କୁ ଅପହରଣ କରାଯାଇଥିବା ସୂଚନା ମିଳିଥିଲା। ଅଡିଓ ମେସେଜ ଯୋଗେ ସ୍ୱାମୀଙ୍କୁ ଅପହରଣ କରାଯାଇଥିବା ଖବର ପାଇବା ପରେ ପତିତପାବନଙ୍କ ପତ୍ନୀ ଧଉଳି ଥାନାରେ ଏତଲା ଦେଇଥିଲେ। ତେବେ ରବିବାର ସକାଳେ ଦୟା ନଦୀ ପୋଲ ନିକଟରୁ ବିଜୟ ନଗର ଅଞ୍ଚଳ ବାସିନ୍ଦା ପତିତପାବନଙ୍କ ଚପଲ, ପର୍ସ, ଗଞ୍ଜି ସହ ଏକ ଛୁରୀ ଠାବ କରାଯାଇଥିଲା।