ଶ୍ରଦ୍ଧାଳୁଙ୍କୁ ଲିଙ୍ଗରାଜ ମନ୍ଦିର ମନା
Advertisement

ଶ୍ରଦ୍ଧାଳୁଙ୍କୁ ଲିଙ୍ଗରାଜ ମନ୍ଦିର ମନା

ଶ୍ରଦ୍ଧାଳୁଙ୍କ ପାଇଁ ଅନିର୍ଦ୍ଧିଷ୍ଠ କାଳ ପାଇଁ ମନ୍ଦିର ବନ୍ଦ (Temple Closed) କରିବାକୁ ଭୁବନେଶ୍ୱର ମହାନଗର ନିଗମ (BMC) ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ତେବେ କେବଳ ସେବାୟତମାନେ ହିଁ ନୀତିକାନ୍ତି କରିବେ। 

ସୌ- ସୋସିଆଲ ମିଡିଆ

ଭୁବନେଶ୍ୱର: ପୁଣି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ବାଡ ସାଜିଲା ମହାମାରୀ କୋରୋନା। ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ହେଲା ଲିଙ୍ଗରାଜ ମନ୍ଦିର। କିଛି ସେବାୟତ କୋରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ଆଜି ଲିଙ୍ଗରାଜ ମନ୍ଦିରର କେତେକ ସେବାୟତ କୋରୋନା (Coronavirus) ରେ ଆକ୍ରାନ୍ତ ହୋଇଥିବା ନେଇ ସୂଚନା ମିଳିଛି। ଏହା ପରେ ଶ୍ରଦ୍ଧାଳୁଙ୍କ ପାଇଁ ଅନିର୍ଦ୍ଧିଷ୍ଠ କାଳ ପାଇଁ ମନ୍ଦିର ବନ୍ଦ (Temple Closed) କରିବାକୁ ଭୁବନେଶ୍ୱର ମହାନଗର ନିଗମ (BMC) ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ତେବେ କେବଳ ସେବାୟତମାନେ ହିଁ ନୀତିକାନ୍ତି କରିବେ। 

Also Read: ବଦଳିଲା ଶ୍ରୀମନ୍ଦିର SOP, ବାହାର ଭକ୍ତଙ୍କ ପାଇଁ କଠୋର କଟକଣା

ପରବର୍ତ୍ତୀ ଆଦେଶ ନ ଆସିବା ପର୍ଯ୍ୟନ୍ତ ଶ୍ରୀଲିଙ୍ଗରାଜ ମନ୍ଦିର (Lingraj Temple) ରେ ସାଧାରଣ ଦର୍ଶନ ବନ୍ଦ ରହିବ। ଏହି ସମୟରେ କୌଣସି ଶ୍ରଦ୍ଧାଳୁଙ୍କୁ ମନ୍ଦିର ଭତରକୁ ପ୍ରବେଶ ମିଳିବ ନାହିଁ। କିନ୍ତୁ BMCର ପୂର୍ବ ନିଷ୍ପତ୍ତି ଅନୁସାରେ ଅଶୋକାଷ୍ଟାମୀ (Ashokastami) ରଥଯାତ୍ରା ହେବ।