ବଦଳିଲା ଶ୍ରୀମନ୍ଦିର SOP, ବାହାର ଭକ୍ତଙ୍କ ପାଇଁ କଠୋର କଟକଣା
Advertisement

ବଦଳିଲା ଶ୍ରୀମନ୍ଦିର SOP, ବାହାର ଭକ୍ତଙ୍କ ପାଇଁ କଠୋର କଟକଣା

ଆସନ୍ତା ୨୪ ତାରିଖ ପରଠାରୁ ସପ୍ତାହରେ ଦୁଇଦିନ ଅର୍ଥାତ ଶନିବାର ଓ ରବିବାର ଶ୍ରୀମନ୍ଦିର ଭକ୍ତଙ୍କ ଦର୍ଶନ ପାଇଁ ବନ୍ଦ ରହିବ। କୋଭିଡ ଆକ୍ରାନ୍ତ ସେବାୟତଙ୍କ ପାଇଁ ପୁନଃ ନୀଳାଚଳ ଭକ୍ତ ନିବାସରେ କୋଭିଡ କେୟାର ହୋମ କାର୍ଯ୍ୟକ୍ଷମ ହୋଇଛି।

 

ଡିଜାଇନ ଫଟୋ

ପୁରୀ: ରାଜ୍ୟ ତଥା ପୁରୀ ଜିଲ୍ଲାରେ ବଢି ଚାଲିଛି କରୋନା ସଂକ୍ରମଣ। ଯାହା ଉଭୟ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପାଇଁ ଚିନ୍ତା ବଢାଇଛି। ଏଣୁ  କୋରୋନାକୁ ନେଇ ଶ୍ରୀମନ୍ଦିର ଦର୍ଶନ ବ୍ଯବସ୍ଥା ପରିପ୍ରେକ୍ଷୀରେ ବଦଳିଲା ସ୍ୱତନ୍ତ୍ର ଏସଓପି। କଡାକଡି ପାଳନ ହେବ କରୋନା କଟକଣା। ଛତିଷାନିଯୋଗ ବୈଠକରେ ଏମିତି କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ଏଥର ଶ୍ରୀମନ୍ଦିରରେ (Srimandir) ବାହାର ରାଜ୍ୟର ଭକ୍ତଙ୍କ ପାଇଁ ବଢିଲା କଟକଣା। ୭୨ ଘଣ୍ଟାର RTPCR ନେଗେଟିଭ ରିପୋର୍ଟ କିମ୍ବା ଦୁଇ ପର୍ଯ୍ୟାୟ ଟିକାକରଣ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି। ନିଜ ପରିଚୟ ପତ୍ର ସହ ଏହି ପ୍ରମାଣପତ୍ର କିଓସ୍କ ମାଧ୍ୟମରେ ଯାଞ୍ଚ ହେବ। ସେହିପରି ଆସନ୍ତା ୨୪ ତାରିଖ ପରଠାରୁ ସପ୍ତାହରେ ଦୁଇଦିନ ଅର୍ଥାତ ଶନିବାର ଓ ରବିବାର ଶ୍ରୀମନ୍ଦିର ଭକ୍ତଙ୍କ ଦର୍ଶନ ପାଇଁ ବନ୍ଦ ରହିବ। କୋଭିଡ ଆକ୍ରାନ୍ତ ସେବାୟତଙ୍କ ପାଇଁ ପୁନଃ ନୀଳାଚଳ ଭକ୍ତ ନିବାସରେ କୋଭିଡ କେୟାର ହୋମ କାର୍ଯ୍ୟକ୍ଷମ ହୋଇଛି।

Also Read: କୋରୋନା କବଜାରେ ନେତା-ମନ୍ତ୍ରୀ, ଘାତକ ସ୍ଥିତି ବେଳେ ଟିକାର ହେଉଛି କଳାବଜାରୀ

କୋରୋନା ମହାମାରୀ (coronavirus) କୁ ଦୃଷ୍ଟିରେ ରଖି ଶୁକ୍ରବାର ଭର୍ଚୁଆଲରେ ଛତିଷାନିଯୋଗ ବୈଠକ ବସିଥିଲା। ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରିଶନ କୁମାରଙ୍କ ଅଧ୍ୟକ୍ଷତା କରିଥିଲେ। ଏପ୍ରିଲ ମାସ ପାଇଁ ପୂର୍ବରୁ ହୋଇଥିବା SOP ପରିବର୍ତ୍ତୀତ ହୋଇଛି। ଶ୍ରୀମନ୍ଦିର ଦର୍ଶନ ବ୍ଯବସ୍ଥାକୁ ନେଇ ସ୍ୱତନ୍ତ୍ର ଏସଓପି ହୋଇଛି। ପୁରୀ (Puri) ସହର ବ୍ୟତୀତ ବାହାର ଭକ୍ତଙ୍କ ପାଇଁ RTPCR ନେଗେଟିଭ ପ୍ରମାଣପତ୍ର କିମ୍ବା ଟିକାର ଦୁଇଟି ଡୋଜ ନେଇଥିବା ପ୍ରମାଣପତ୍ର ବାଧ୍ଯତାମୂଳକ କରାଯାଇଛି। ତେବେ ଏହା ୭୨ ଘଣ୍ଟା ପୁରୁଣା ହେବା ଆବଶ୍ୟକ।

fallback

କୁମ୍ଭମେଳା (Kumbh mela) ଯାଇଥିବା ଶତାଧିକ ସେବାୟତଙ୍କର କୋଭିଡ୍ ଟେଷ୍ଟ ହେବ। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟେଷ୍ଟିଂର ବ୍ଯବସ୍ଥା କରାଯିବ। ସେପଟେ ସାନିଟାଇଜର ଓ ମାସ୍କ ବ୍ଯବହାର ଉପରେ କଡା କଟକଣା ଜାରି କରାଯାଇଛି। ଶ୍ରୀମନ୍ଦିରକୁ ଯାଉଥିବା ଭକ୍ତଙ୍କ ପାଇଁ ଭିତରକାଠରୁ ଦର୍ଶନ ବନ୍ଦ କରାଯାଇଛି। ବାହାର କାଠ ନିକଟରୁ ସର୍ବସାଧାରଣ ଦର୍ଶନ ହେବ। ଶ୍ରୀମନ୍ଦିର ଭିତରେ କୋଭିଡ୍ ଗାଇଡଲାଇନ ଅନୁପାଳନ ନେଇ ତିନୋଟି ଟିମ୍ ଗଠନ ହେବ। ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ତିନୋଟି ଟିମ୍ ମିଳିତ ଭାବେ ଏନଫୋର୍ସମେଣ୍ଟ କରିବେ।

Also Read: ଏସସିବି ମେଣ୍ଟାଲ ୱାର୍ଡରେ ନାଗାବାବା; ପାଗଳ ଆଖ୍ଯା ଦେବାକୁ ନେଇ ତେଜିଲା ଅସନ୍ତୋଷ

ସପ୍ତାହରେ ଦୁଇଦିନ ଅର୍ଥାତ ଶନିବାର ଓ ରବିବାର ଶ୍ରୀମନ୍ଦିର (Puri Jagannath Temple) ବନ୍ଦ ରହିବ। ଏହି ସମୟରେ ଶ୍ରୀମନ୍ଦିର ଭିତରବେଢା, ସ୍ୱତନ୍ତ୍ର ବ୍ଯାରିକେଡ, ବଡଦାଣ୍ଡ ଆଦି ସାନିଟାଇଜେସନ କରାଯିବ। ଆଗାମୀ ୨୪ ତାରିଖ ଶନିବାର ଠାରୁ ସପ୍ତାହରେ ଦୁଇଦିନ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ଭର୍ଚ୍ଯୁଆଲ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସେପଟେ କୋଭିଡ୍ ଆକ୍ରାନ୍ତ ସେବାୟତଙ୍କ ପାଇଁ ପୁନଃ କାର୍ଯ୍ଯକ୍ଷମ ହୋଇଛି କୋଭିଡ୍ କେୟାର ସେଣ୍ଟର। ନିଳାଚଳ ଭକ୍ତ ନିବାସରେ ଏହା କରାଯାଇଛି। ଅଧିକାଂଶ ଭକ୍ତ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନର ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି।

ଆସନ୍ତା ୨୪ ତାରିଖ ପରଠାରୁ ଶ୍ରୀମନ୍ଦିର ସପ୍ତାହରେ ୫ ଦିନ ଭକ୍ତଙ୍କ ପାଇଁ ଖୋଲା ରହିବ। କୋରୋନା ପରିସ୍ଥିତିକୁ ଦେଖି ଶ୍ରୀମନ୍ଦିର ପାଇଁ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ସେପଟେ ASI ପକ୍ଷରୁ ବିଶ୍ୱ ପ୍ରସିଦ୍ଧ କୋଣାର୍କ ସମେତ ଅନ୍ୟାନ୍ୟ ମନ୍ଦିର ଓ ଐତିହ୍ୟସ୍ଥଳୀ ବନ୍ଦ କରାଯାଇଛି।