Bhubaneswar Metro: ଆଉ ପାଦେ ଆଗେଇଲା ଭୁବନେଶ୍ୱରରେ ମେଟ୍ରୋ ପ୍ରୋଜେକ୍ଟ, ଘୋଷଣା ହେଲା ଏହି ୨୦ଟି ଷ୍ଟେସନ୍
Advertisement

Bhubaneswar Metro: ଆଉ ପାଦେ ଆଗେଇଲା ଭୁବନେଶ୍ୱରରେ ମେଟ୍ରୋ ପ୍ରୋଜେକ୍ଟ, ଘୋଷଣା ହେଲା ଏହି ୨୦ଟି ଷ୍ଟେସନ୍

Bhubaneswar Metro Rail project: ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ କଟକ ତ୍ରିଶୁଳିଆ ପର୍ଯ୍ୟନ୍ତ (୨୬ କିଲୋମିଟର) ମେଟ୍ରୋ ରେଳ ଚଳାଚଳ ପାଇଁ ଟ୍ରାଫିକ, ସାମାଜିକ ଓ ପରିବେଶ ପ୍ରଭାବ, ଟପୋଗ୍ରାଫିକ୍ ସର୍ଭେ ସହ ଜିଓ ଟେକ୍ନିକାଲ ତଦନ୍ତ କାର୍ଯ୍ୟ ସାରିଛି ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ।

 

ସୌ: ସୋସିଆଲ ମିଡିଆ

ଭୁବନେଶ୍ୱର: ଗତ ଏପ୍ରିଲ ମାସ ୧ ତାରିଖ ୨୦୨୩ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ "ଭୁବନେଶ୍ୱର ରେ ଖୁବ୍ ଶୀଘ୍ର ମେଟ୍ରୋ ଟ୍ରେନ ଗଡିବ" ବୋଲି ମଞ୍ଜୁରୀ ଦେବା ପରେ ଦ୍ରୁତ ଗତିରେ ଆଗେଇ ଚାଲିଛି ସର୍ଭେ କାର୍ଯ୍ୟ । ପ୍ରାଥମିକ ପର୍ଯ୍ୟାୟର ଭୁବନେଶ୍ୱର ଏୟାରପୋର୍ଟ ନିକଟରୁ କଟକ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ ଗଢିବାକୁ ଯୋଜନା ହୋଇଛି । ଯାହା ଆଗକୁ ଖୋର୍ଦ୍ଧା, ପୁରୀ ଓ ଭୁବନେଶ୍ଵରର ଅନ୍ୟାନ୍ୟ ଅଞ୍ଚଳକୁ ସଂଯୋଗ କରାଯିବ ବୋଲି ଯୋଜନା ରହିଛି । 

ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନକୁ ଭୁବନେଶ୍ୱର ମେଟ୍ରୋ ଚଳାଚଳ ପାଇଁ ସର୍ଭେ ସହ ଏହାର ରୂପରେଖ ପ୍ରସ୍ତୁତ ପାଇଁ ଦାୟିତ୍ଵ ପ୍ରଦାନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ କଟକ ତ୍ରିଶୁଳିଆ ପର୍ଯ୍ୟନ୍ତ (୨୬ କିଲୋମିଟର) ମେଟ୍ରୋ ରେଳ ଚଳାଚଳ ପାଇଁ ଟ୍ରାଫିକ, ସାମାଜିକ ଓ ପରିବେଶ ପ୍ରଭାବ, ଟପୋଗ୍ରାଫିକ୍ ସର୍ଭେ ସହ ଜିଓ ଟେକ୍ନିକାଲ ତଦନ୍ତ କାର୍ଯ୍ୟ ସାରିଛି ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ । ଏଥିସହିତ ୨୬ କିଲୋମିଟର ମଧ୍ୟରେ ବିଭିନ୍ନ ଆବଶ୍ୟକତାକୁ ନେଇ ମୋଟ ୨୦ଟି ଷ୍ଟେସନ ର ତାଲିକା କରି ବୁଧବାର ଦିନ ଏକ ଡି.ପି.ଆର୍ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରିଛି DMRC ।

ଡି.ପି. ଆର୍ ଅନୁଯାୟୀ ଭୁବନେଶ୍ୱର ମେଟ୍ରୋ ଟ୍ରେନର ୨୦ଟି ରହଣୀ ସ୍ଥାନ ଗୁଡ଼ିକ ହେଲା....

୧- ବିଜୁ ପଟ୍ଟନାୟକ ବିମାନ ବନ୍ଦର 

୨- କ୍ୟାପିଟାଲ ହସ୍ପିଟାଲ

୩- ଶିଶୁଭବନ

୪- ବାପୁଜୀ ନଗର

୫- ଭୁବନେଶ୍ୱର ରେଲୱେ ଷ୍ଟେସନ

୬- ରାମ ମନ୍ଦିର ଛକ 

୭- ବାଣୀ ବିହାର

୮- ଆଚାର୍ଯ୍ୟ ବିହାର

୯- ଜୟଦେବ ବିହାର

୧୦- ଜାଭିୟର ଛକ 

୧୧- ରେଳ ସଦନ

୧୨- ଡିଷ୍ଟ୍ରିକ୍ଟ ସେଣ୍ଟର୍

୧୩- ଡ଼ମଣା ଛକ

୧୪- ପଟିଆ ଛକ

୧୫- କିଟ୍ ଛକ

୧୬- ନନ୍ଦନ୍ ବିହାର

୧୭- ରଘୁନାଥପୁର

୧୮- ନନ୍ଦନକାନନ 

୧୯- ଫୁଲ ପୋଖରୀ

୨୦- ତ୍ରିଶୁଳିଆ ଛକ

ମେଟ୍ରୋ ଟ୍ରେନ ଚଳାଚଳ ଦ୍ଵାରା ଭୁବନେଶ୍ୱର ରେ ଦିନକୁ ଦିନ ବଢୁଥିବା ଟ୍ରାଫିକ ସମସ୍ୟା ସମେତ ବିଭିନ୍ନ ସ୍ଥାନରେ ଚାକିରୀ କରିଥିବା ଲୋକ ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ଏହା ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ୍‌‌ ପ୍ରୋଜେକ୍ଟ ଭାବେ ଏହାକୁ ଗ୍ରହଣ କରାଯାଉଥିବା ବେଳେ ଅଳ୍ପ ଦିନ ମଧ୍ୟରେ ପ୍ରକଳ୍ପ କାମ ଶେଷ କରି ଓଡ଼ିଶା ମାଇଲଖୁଣ୍ଟ ସ୍ଥାପନ କରିବାକୁ ଯୋଜନା ରଖିଛି ।

ଚଳିତ ବର୍ଷ ଉତ୍କଳ ଦିବସରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଟ୍ରୋ ଟ୍ରେନ୍‌‌ ପ୍ରକଳ୍ପକୁ ଅନୁମୋଦନ ଦେବା ପରଠାରୁ ଦ୍ରୁତ ଗତିରେ ଏନେଇ କାମ ଆରମ୍ଭ ହୋଇଛି । ଏହି ପ୍ରକଳ୍ପ ଅଧୀନରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ କଟକ ତ୍ରିଶୁଳିଆ ମଧ୍ୟରେ ପ୍ରଥମେ ମେଟ୍ରୋ ଟ୍ରେନ୍‌‌ ଚଳାଚଳ କରିବାକୁ ଥିବା ବେଳେ ପରେ ଦ୍ବିତୀୟ ପର୍ଯ୍ୟାୟରେ କଟକ ସହର, ପୁରୀ ଓ ଖୋର୍ଦ୍ଧା ପର୍ଯ୍ୟନ୍ତ ଏହାକୁ ସମ୍ପ୍ରସାରଣ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।

ଏହା ବି ପଢ଼ନ୍ତୁ: Indian Railway: ଭାରତରେ ଏହା ଏକମାତ୍ର ରେଳ ଷ୍ଟେସନ ଯେଉଁଠାରେ ଭିସା-ପାସପୋର୍ଟ ବିନା ମିଳେ ନାହିଁ ଏଣ୍ଟ୍ରି, ଜାଣନ୍ତୁ କାରଣ

ଏହା ବି ପଢ଼ନ୍ତୁ: Railway Knowledge: ଟ୍ରେନରେ କାହିଁକି ଧୂମପାନ ନିଷେଧ; ଏହାକୁ ନେଇ କ'ଣ ରହିଛି ଆଇନ, ଏହା କଲେ ମିଳିଥାଏ କେଉଁ ଦଣ୍ଡ? ଜାଣନ୍ତୁ ସବୁକିଛି