ଅନ୍ୟପଟେ ଏହାକୁ ନେଇ ନା ରାଜ୍ୟ ସରକାର ଅଥବା ବିରୋଧୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।
Trending Photos
ଭୁବନେଶ୍ୱର: ଗତ କିଛି ଦିନ ତଳେ ବେଶ ଧୂମ୍ ଧାମରେ ପାଳତ ହୋଇଯାଇଛି ରାଜଧାନୀ ପ୍ରତିଷ୍ଠା ଦିବସ। ଏହା ପରେ ରାଜଧାନୀକୁ ଜିଲ୍ଲା ମନ୍ୟତା ଦେବା ପାଇଁ ଦାମଙ୍କ ଦାବି ମଧ୍ୟ ବେଶ ରାଜନୈତିକ ଉଷ୍ମତା ଆଣିଦେଇଛି। ରାଜଧାନୀ। ପ୍ରତିଷ୍ଠା ଦିବସ ପାଳନ ଅବସରରେ ଭୁବନେଶ୍ବର ଗାନ୍ଧି ମାର୍ଗରେ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଯେଉଁଥିଲେ ବାଚସ୍ପତି, ବହୁ ବରିଷ୍ଠ ମନ୍ତ୍ରୀ ଏବଂ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ। ହେଲେ ଏନେଇ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଖୋଦ ଭୁବନେଶ୍ବର ସାସଂଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନିମନ୍ତ୍ରଣ ହୋଇନଥିଲା। ଯାହାକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହୋଇଥିଲା। ସାଂସଦ ଟ୍ୱିଟ୍ କରିବା ସହ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ ଆଶା କରି ଏକ ଚିଠି ମଧ୍ୟ ଲେଖିଥିଲେ ।
ଏହି ଭିତରେ ପୂର୍ବତନ ମନ୍ତ୍ରୀ ଦାମ ରାଉତଙ୍କ ଭୁବନେଶ୍ବରକୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବି ଏବେ ବେଶ ଚର୍ଚ୍ଚାରେ। ଦାମଙ୍କ ଅଭିଯୋଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁନେଶ୍ବରୁକୁ ୧ ନମ୍ବର ସହର କରିବା ଅନେକ ଯୋଜନା କରୁଛନ୍ତି। ରାଜଧାନୀବାସୀଙ୍କ ବିକାଶ, ରୋଜଗାର, ରାସ୍ତାଘାଟ, ସ୍ବାସ୍ଥ୍ୟା, ଶିକ୍ଷା ଏବଂ ରାଜଧାନୀକୁ ସବୁଜ ସୁନ୍ଦର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅବଦାନ ବେଶ ଗୁରୁତ୍ବ। ହେଲେ ରାଜଧାନୀକୁ ଏକ ଜିଲ୍ଲା ଘୋଷଣା କରାଯିବାର ଅବଶ୍ୟକତା ରହିଛି। ଯାହାଫଳରେ ରାଜଧାନୀବାସୀ ଅନ୍ୟ ଜିଲ୍ଲା ଭଳି ନିଜସ୍ବ ମାନତ୍ୟ ମଧ୍ୟ ପାଇପାରିବେ। ଏହା ସହ ଅର୍ଥିକ ସହାୟତା ପ୍ରଦାନ ମଧ୍ୟ କରାଯାଇ ପାରନ୍ତା। ହେଲେ ଭୁବନେଶ୍ୱର ଖୋର୍ଦ୍ଧା ଜିଲ୍ଲା ଅଧିନରେ ଯାଉଥିବାରୁ ଜିଲ୍ଲାପାଳ ଖୋର୍ଦ୍ଧା ଠାରେ ରହୁଛନ୍ତି। ଅନ୍ୟପଟେ ଭୁବନେଶ୍ବରରେ ଥିବା ତାଙ୍କ କାର୍ଯ୍ୟାଳୟ ଏବେ ବନ୍ଦ ହେବାକୁ ବସିଲାଣି। ଗତ ୨୦୧୧ ଜନଗଣନା ଆଧାରରେ ଭୁବନେଶ୍ବରରେ ପାଖାପାଖି ୧୦ ଲକ୍ଷ ଲୋକ ବାସବାସ କରନ୍ତି। ଏହା ସହ ରୋଜଗାର ଏବଂ ଉଚ୍ଚମାନ ଶିକ୍ଷା ପାଇବା ଆଶା ନେଇ ବିଭିନ୍ନ ଜିଲ୍ଲାର ଲୋକେ ଏଠାକୁ ଆସିଥାନ୍ତି। କାରଣ ରାଜଧାନୀରେ ରାଜ୍ୟ ସରକାରଙ୍କ ବହୁ ବଡ ବଡ ସରକାରୀ କାର୍ଯ୍ୟାଳୟ ସହ ବିଧାନସଭା, ଲୋକସେବା ଭବନ ଅବସ୍ଥିତ। ଏହାସହ INFOSYS, MINDTREE, WIPRO, TCS ଭଳି ୩ ଶହରୁ ଉର୍ଦ୍ଧ୍ୱ IT COMPANY ଭୁବନେଶ୍ବରରେ ରହିଛି। ବହୁ ବଡ ବଡ ମଲ୍ ସୋରୁମ ଭଳି ଜାଗାରେ ଚାକିରି କରିବା ପାଇଁ ବିଭିନ୍ନ ଜିଲ୍ଲାରୁ ଲୋକେ ଏଠାକୁ ଅସିଥାନ୍ତି। ଏହା ସହ ଭୁବନେଶ୍ବରରେ ବହୁ ଘରୋଇ ଶିକ୍ଷା ଅନୁଷ୍ଠାନ, ଅତ୍ୟଧୁନିକ ସ୍ବାସ୍ଥ୍ୟ ସେବା ଭଳି ସୁବିଧା ମଧ୍ୟ ରହିଛି। ଭୁବନେଶ୍ବର ଏକ ଜିଲ୍ଲା ମାନ୍ୟତା ପାଇଲେ ବିଶେଷ ଭାବରେ ଭୁବନେଶ୍ବର ବାସିନ୍ଦାଙ୍କ ବିକାଶ ଓ ସେମାନଙ୍କ ମୌଳିକ ସୁବିଧା କ୍ଷେତ୍ରରେ ବେଶ ଗୁରୁତ୍ୱ ଦିଆ ଯାଇପାରନ୍ତା।
ଦାମ ରାଉତ ଏହା ମଧ୍ୟ କହିଛନ୍ତି ଭୁନେଶ୍ବରରେ ଚାରୋଟି ବିଧାନସଭା ନିର୍ବାଚନମଣ୍ଡଳୀ ରହିଛି। ଏହା ମଧ୍ୟରୁ ୩ ନିର୍ବାଚନମଣ୍ଡଳୀ ଭୁବନେଶ୍ୱର ମହାନଗର ନିଗମ ଅଧିନରେ ଅବସ୍ଥିତ ଥିବା ବଳେ ଗୋଟିଏ ଭୁବନେଶ୍ୱର ଉପଖଣ୍ତରେ ରହିଛି। ଏହା ସହ ଭୁବନେଶ୍ବର ବ୍ଲକ ଅଧିନରେ ୨୦ ପଞ୍ଚାୟତ, ବାଲିଅନ୍ତାର ୧୬, ବାଲିପାଟଣାର ୧୭, ଜଟଣୀର ୧୫ଟି ପଞ୍ଚାୟତ ମଧ୍ୟ ଏହାର ଅଧିନରେ ରହିଛି। ତେବେ ସବୁଠାରୁ ଗୁରୁତ୍ବ ପୂର୍ଣ୍ଣ କଥା ହେଉଛି ରାଜଧାନୀରେ ଜାଗା କିଣିବା ବେଶ କଷ୍ଟକର ହୋଇଗଲାଣି। ପୂର୍ବରୁ ରାଜ୍ୟ ସରକାର ଗୋଟିଏ LAND ACQUISITION COMMITTEE ଗଠନ କରିଥିଲେ ଯାହାର ଅଧିନରେ ପ୍ରତି ବର୍ଷ ଏକ ବୈଠକ ଡକାଯାଏ। ସେଠାରେ ରାଜଧାନୀରେ ଜାଗା କିଣା ବିକା ପାଇଁ କିଛି ମାନଦଣ୍ଡ ନିର୍ଦ୍ଧାରଣ କରାଯାଏ। ହେଲେ ଦୀର୍ଘ ୩୦ ବର୍ଷ ହେବ ଏହି କମିଟି ମଧ୍ୟ ରାଜ୍ୟ ସରକାର କୌଣସି ବୈଠକ ଡାକିନାହାଁନ୍ତି। ଏବେ ରାଜଧାନୀରେ ଏବେ ଦଲାଲ ପୁଞ୍ଜିପତିଙ୍କ ରାଜ ଚାଲିଛି। ଯାହାଫଳରେ ରାଜଧାନୀରେ ଜାଗାର ମୂଲ୍ୟ ଏବେ ଆକାଶ ଛୁଆଁ। ତେଣୁ ରାଜଧାନୀ ବାସୀ ଯେଉଁ ଦାବି କରୁଛନ୍ତି ତାହା ପୁରଣ କରାଯିବା ଆବଶ୍ୟକ ।
ଅନ୍ୟପଟେ ଏହାକୁ ନେଇ ନା ରାଜ୍ୟ ସରକାର ଅଥବା ବିରୋଧୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ହେଲେ ରାଜଧାନୀର ବିକାଶ ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି ବୋଲି ବିଜେଡି ପକ୍ଷରୁ ମତ ରଖାଯାଇଛି।