ଡ୍ରଗ୍ସ ମାମଲାରେ ବୟାନ ବାଜି ପଡ଼ିଲା ଭାରି; ନବାବଙ୍କ ନାମରେ ଦାୟର ହେଲା ୧୦୦ କୋଟି ଟଙ୍କାର ମାନହାନି ମକଦ୍ଦମା
Advertisement
Article Detail0/zeeodisha/odisha1018514

ଡ୍ରଗ୍ସ ମାମଲାରେ ବୟାନ ବାଜି ପଡ଼ିଲା ଭାରି; ନବାବଙ୍କ ନାମରେ ଦାୟର ହେଲା ୧୦୦ କୋଟି ଟଙ୍କାର ମାନହାନି ମକଦ୍ଦମା

Mumbai Drugs Case: ମୁମ୍ବାଇ ଡ୍ରଗ୍ସ ମାମଲାରେ ପୁଣି ଏକ ନୂଆ ମୋଡ଼ ଆସିଛି । ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ତଥା ଏନସିପି ନେତା ନବାବ ମଲ୍ଲିକଙ୍କ (Nawab Malik) ବିରୋଧରେ ବିଜେପି ନେତା ୧୦୦ କୋଟି ଟଙ୍କା ମାନହାନି ମକଦ୍ଦମା ଦାୟର କରିଛନ୍ତି ।

ଡ୍ରଗ୍ସ ମାମଲାରେ ବୟାନ ବାଜି ପଡ଼ିଲା ଭାରି; ନବାବଙ୍କ ନାମରେ ଦାୟର ହେଲା ୧୦୦ କୋଟି ଟଙ୍କାର ମାନହାନି ମକଦ୍ଦମା

ମୁମ୍ବାଇ: ଭାରତୀୟ ଜନତା ପାର୍ଟି (BJP) ନେତା ମୋହିତ କାମ୍ବୋଜ ମହାରାଷ୍ଟ୍ର ସରକାରୀ ମନ୍ତ୍ରୀ ତଥା ଏନସିପି ନେତା ନବାବ ମଲ୍ଲିକଙ୍କ (Nawab Malik) ବିରୋଧରେ ୧୦୦ କୋଟି ଟଙ୍କାର ମାନହାନି ମକଦ୍ଦମା ଦାୟର କରିଛନ୍ତି । ବିଜେପି ନେତା ମୋହିତ କାମ୍ବୋଜ (Mohit Kamboj) କହିଛନ୍ତି ଯେ ନବାବ ମଲ୍ଲିକ ତାଙ୍କ ଏବଂ ତାଙ୍କ ପରିବାର ବିରୋଧରେ ମିଥ୍ୟା ଏବଂ ଭିତ୍ତିହୀନ ଅଭିଯୋଗ ଆଣିଛନ୍ତି ।

ମୋହିତ କାମ୍ବୋଜଙ୍କ ଟ୍ୱିଟ୍
ମୋହିତ କାମ୍ବୋଜ ଟ୍ୱିଟ୍ କରି କହିଛନ୍ତି ଯେ ମୋର ଏବଂ ମୋ ପରିବାର ବିରୋଧରେ ଭିତ୍ତିହୀନ ଅଭିଯୋଗ ଆଣିଥିବାରୁ ମୁଁ ମୁମ୍ବାଇ ହାଇକୋର୍ଟରେ ମିଆଁ ନବାବ ମଲିକଙ୍କ ବିରୋଧରେ ୧୦୦ କୋଟି କ୍ଷତିପୂରଣ ମକଦ୍ଦମା ଦାୟର କରିଛି ।

ନବାବ ମଲ୍ଲିକ ବିଜେପି ନେତାଙ୍କ ସମେତ ଅନେକ ଲୋକଙ୍କ ବରୋଧରେ ଅଭିଯୋଗ ଆଣିଥିଲେ
ମହାରାଷ୍ଟ୍ର ସରକାରୀ ମନ୍ତ୍ରୀ ନବାବ ମଲ୍ଲିକ ମୁମ୍ବାଇ ଡ୍ରଗ୍ସ ମାମଲାରେ ଏନସିବି ଅଧିକାରୀ ସମୀର ୱାଙ୍ ଡେଙ୍କ ସମେତ ଅନେକ ବିଜେପି ନେତାଙ୍କ ବରୋଧରେ ଅଭିଯୋଗ କରିଥିଲେ । ବର୍ତ୍ତମାନ ଏହି ପ୍ରସଙ୍ଗରେ ଏକ ନୂଆ ମୋଡ଼ ଆସିଛି । ବିଜେପି ନେତା ନବାବ ମଲ୍ଲିକଙ୍କ ବିରୋଧରେ ୧୦୦ କୋଟି ଟଙ୍କାର ମାନହାନୀ ମକଦ୍ଦମା ଦାୟର କରିଛନ୍ତି ।

ନୋଟିସ ପରେ ମଧ୍ୟ ଅଟକି ନଥିଲେ ନବାବ ମଲ୍ଲିକ
ଏକ ରିପୋର୍ଟ ଅନୁଯାୟୀ, ବିଜେପି ନେତା ମୋହିତ କାମ୍ବୋଜ ୯ ଅକ୍ଟୋବରରେ ନବାବ ମଲିକଙ୍କୁ ନୋଟିସ ପଠାଇଥିଲେ । ଏହି ନୋଟିସରେ ମୋହିତ କାମ୍ବୋଜ ନବାବ ମଲ୍ଲିକଙ୍କୁ ତାଙ୍କ ବିରୋଧରେ ବୟାନ ନଦେବାକୁ ଚେତାବନୀ ଦେଇଥିଲେ । ଏହା ସତ୍ତ୍ୱେ ନବାବ ମଲିକ ଅକ୍ଟୋବର ୧୧ ରେ ଏକ ସାମ୍ବାଦିକ ସମ୍ମିଳନୀ କରି ମୋହିତ କାମ୍ବୋଜଙ୍କ ବିରୋଧରେ ଅନେକ ଆରୋପ ଲଗାଇଥିଲେ ।

ଏହା ବି ପଢ଼ନ୍ତୁ: ଗୁଡ଼ ନ୍ୟୁଜ! କୃଷକଙ୍କ ଆକାଉଣ୍ଟକୁ ଆସିବାକୁ ଯାଉଛି ୪୦୦୦ ଟଙ୍କା, ତୁରନ୍ତ ଜମା କରନ୍ତୁ ଏହି ଡକ୍ୟୁମେଣ୍ଟ

କୋର୍ଟରେ ଏକ ପିଟିସନ ଦାଖଲ କରି ମୋହିତ କାମ୍ବୋଜ କହିଛନ୍ତି ଯେ ଏନସିପି ନେତା ନବାବ ମଲ୍ଲିକଙ୍କ ମିଥ୍ୟା ଅଭିଯୋଗ ଯୋଗୁଁ ତାଙ୍କ ପ୍ରତିଛବିକୁ ଖରାପ ହୋଇଛି , ସେଥିପାଇଁ ସେ ନବାବ ମଲ୍ଲିକଙ୍କ ବିରୋଧରେ ୧୦୦ କୋଟି ମାନହାନି ମକଦ୍ଦମା ଦାୟର କରୁଛି ।