୧୩୫ ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ରୂପାନ୍ତର କରି ଶ୍ରେଷ୍ଠ ମହାନଗର ନିଗମ ଭାବରେ ପୁରସ୍କୃତ ହେଲା BMC
Advertisement

୧୩୫ ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ରୂପାନ୍ତର କରି ଶ୍ରେଷ୍ଠ ମହାନଗର ନିଗମ ଭାବରେ ପୁରସ୍କୃତ ହେଲା BMC

Bhubaneswar Municipal Corporation: ରାଜ୍ୟରେ ୫ଟି ମହାନଗର ନିଗମ ମଧ୍ୟରୁ ଖୁବ କମ ଦିନରେ ବିଏମସି ୧୩୫ଟି ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରି ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି ।

ସୌ: ସୋସିଆଲ ମିଡିଆ

ଭୁବନେଶ୍ୱର: ୧୩୫ ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରି ଭୁବନେଶ୍ୱର ମହାନଗର ନିଗମ ପ୍ରଥମ ସ୍ଥାନ ଅଧିକାର କରିବା ସହ ଶ୍ରେଷ୍ଠ ମହାନଗର ନିଗମ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ (Naveen Patnaik) ପୁରସ୍କାର ଗ୍ରବଣ କରିଛି । ସୋମବାର ଦିନ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଉଥିଲା । ରାଜ୍ୟର ବିଭିନ୍ନ ପୌରାଞ୍ଚଳରେ ବସ୍ତି ବାସିନ୍ଦାକୁ ଜମିର ମାଲିକାନା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ସୂରୁପ ଆଜି ବିଏମସି ଅଞ୍ଚଳର ୫୧ ହଜାର ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ବଣ୍ଟନ କରାଯାଇଛି ।

ରାଜ୍ୟରେ ୫ଟି ମହାନଗର ନିଗମ ମଧ୍ୟରୁ ଖୁବ କମ ଦିନରେ ବିଏମସି ୧୩୫ଟି ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରି ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି । ମୁଖ୍ୟମନ୍ତ୍ରୀଙ୍କଠାରୁ ଆଜି ମାନନୀୟା ମେୟର ଶ୍ରୀମତି ସୁଲୋଚନା ଦାସ, କମିଶନର ଶ୍ରୀ ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ କମିଶନର ଲକ୍ଷ୍ମିକାନ୍ତ ସେଠୀ, ସିଟି ଇଂଜିନିୟର ଶ୍ରୀ ଅରୁଣ କୁମାର ନାୟକ ଓ କର୍ପୋରେଟରମାନେ ଏହି ପୁରସ୍କାର ଗ୍ରହଣ କରିଥିଲେ ।

ସୂଚନାଯୋଗ୍ୟ ଯେ ଏହି ଅଭିଜାନ ଆଜି କାର୍ଯ୍ୟକ୍ରମରେ ସୀମିତ ନ ରହି ଆସନ୍ତା ଅକ୍ଟୋବର ମାସ ଯାଏଁ ଚାଲୁ ରହିବ ଓ ପ୍ରତ୍ୟକ ଯୋଗ୍ୟ ହିତଧିକାରୀଙ୍କୁ ସରକାରଙ୍କ ନିୟମ ମୁତାବକ ଭୂମି ଅଧିକାର ପ୍ରମାଣପତ୍ର ଦେବା ପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି କହିଛନ୍ତି କମିଶନର ଶ୍ରୀ କୁଲାଙ୍ଗେ ।

କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ବିଏମସି ଅଞ୍ଚଳର ୪ ହଜାର ୫୦୦ ହିତାଧିକାରୀଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ବଣ୍ଟନ କରିଥିବା ବେଳେ ବିଏମସିର ୩ଟି ଜୋନ୍ ଅଫିସରେ ୪୬ ହଜାର ୫୦୦ ହିତାଧିକାରୀଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯାଇଛି ।

ଏହା ବି ପଢ଼ନ୍ତୁ: Mo College Abhijan: ମହର୍ଷି ମହିଳା ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ନେଇ ଏକ କର୍ମଶାଳା ଆୟୋଜିତ

ଏହା ବି ପଢ଼ନ୍ତୁ: Odisha: ଉପକୂଳ ରାଜପଥକୁ ମିଳିଲା ସବୁଜ ମଞ୍ଜୁରୀ; ପୁନର୍ବାର କାର୍ଯ୍ୟକାରୀ ହୋଇପାରେ ପ୍ରକଳ୍ପ!