ସ୍ଥାନୀୟ ପ୍ରଶାସନ ଉପରେ ସରକାର ଦାୟୀତ୍ବ ନ୍ୟସ୍ତ କରିବା ପରେ ଏବେ ପର୍ଯ୍ୟାକ୍ରମେ ମନ୍ଦିର ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ରାଜ୍ୟ ରାଜଧାନୀରେ ବି ସମସ୍ତ ମନ୍ଦିର ଖୋଲିପାରିବ। ପୂର୍ବରୁ ଘୋଷଣା ହୋଇଥିବା ବେଳେ BMC ପକ୍ଷରୁ ମନ୍ଦିର ଖୋଲିବା ନେଇ ଭକ୍ତ, ଭଗବାନ, ସେବାୟତ ଓ ମନ୍ଦିର ସେବା ସହ ଜଡିତ ବ୍ୟକ୍ତି ବିଶେଷଙ୍କ ପାଇଁ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି ।
Trending Photos
ଶାନ୍ତସ୍ବରୂପ ରାଉତ, ଭୁବନେଶ୍ବର: ମନ୍ଦିର ଖୋଲିବାକୁ ଆଉ ବାଡ ନାହିଁ। ରାଜ୍ୟରେ ମନ୍ଦିର ଖୋଲିବା ନେଇ ଗ୍ରୀନ ସିଗନାଲ ଦେବା ସହ ସ୍ଥାନୀୟ ପ୍ରଶାସନ ଉପରେ ସରକାର ଦାୟୀତ୍ବ ନ୍ୟସ୍ତ କରିବା ପରେ ଏବେ ପର୍ଯ୍ୟାକ୍ରମେ ମନ୍ଦିର ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ରାଜ୍ୟ ରାଜଧାନୀରେ ବି ସମସ୍ତ ମନ୍ଦିର ଖୋଲିପାରିବ। ପୂର୍ବରୁ ଘୋଷଣା ହୋଇଥିବା ବେଳେ BMC ପକ୍ଷରୁ ମନ୍ଦିର ଖୋଲିବା ନେଇ ଭକ୍ତ, ଭଗବାନ, ସେବାୟତ ଓ ମନ୍ଦିର ସେବା ସହ ଜଡିତ ବ୍ୟକ୍ତି ବିଶେଷଙ୍କ ପାଇଁ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି ।
ଆଉ ସପ୍ତାହେ ପରେ କୋରୋନା (COVID-19) କଣ୍ଟାରୁ ହଟି ଭକ୍ତ ଓ ଭଗବାନଙ୍କର ମିଳନ ହେବ। ଲିଙ୍ଗରାଜ ମନ୍ଦିର (Lingaraj Temple) ଆସନ୍ତା ୨୭ ତାରିଖରୁ ସର୍ବସାଧାରଣଙ୍କ ନିମନ୍ତେ ଖୋଲିବାକୁ ଯାଉଛି। ଏଥିଲାଗି ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି। ୨୭ରୁ ୩୧ ପର୍ଯ୍ୟନ୍ତ ପ୍ରଥମେ ସେବାୟତଙ୍କ ପରିବାର ସଦସ୍ୟ ଦର୍ଶନ କରିପାରିବେ। ୧ ଓ ୨ ତାରିଖ ନୂଆବର୍ଷ (New Year) ଗହଳିକୁ ଦେଖି ମନ୍ଦିର ବନ୍ଦ ରହିବ। ଏହାପରେ ୩ରୁ ୫ ତାରିଖ ରାଜଧାନୀବାସୀ (Bhubaneswar) ଙ୍କ ପାଇଁ ପରିଚୟ ପତ୍ର ଦେଇ ଦର୍ଶନର କରିବାର ବ୍ୟବସ୍ଥା ରହିଛି। ଏଥିଲାଗି ୪ ଦିନ ପୂର୍ବର କୋରୋନା ନେଗେଟିଭ୍ ରିପୋର୍ଟ ଦରକାର।
Also Read: ରାଜଧାନୀରେ ଖୋଲିଲା ଆଦିବାସୀ ସଂଗ୍ରହାଳୟ
୩ରୁ ୧୫ତାରିଖ ପର୍ଯ୍ୟନ୍ତ BMC ପକ୍ଷରୁ ମନ୍ଦିର ନିକଟରେ ଥର୍ମାଲ ସ୍କ୍ରିନିଂ ସେଣ୍ଟର ଓ ଆଣ୍ଟିଜେନ୍ ଟେଷ୍ଟ ସେଣ୍ଟର୍ ଖୋଲାଯିବ। ୬ ତାରିଖରୁ ସର୍ବସାଧାରଣଙ୍କ ପାଇଁ ବିନା ପରିଚୟ ପତ୍ର ଓ କୋଭିଡ ରିପୋର୍ଟ ବିନା ଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି। ସେହିପରି ମନ୍ଦିର ଭିତରେ ମାସ୍କ ପରିଧାନ କରିବା ସାମାଜିକ ଦୂରତା (Social distance) ବଜାୟ ରଖିବା, ପାନ ଓ ଗୁଟକା ଛେପ ପକାଇବାକୁ ବାରଣ କରାଯାଇଛି। ଏକକାଳୀନ ୫ ଶହ ଭକ୍ତଙ୍କୁ ଦର୍ଶନ କରିବାର ପ୍ରବଧାନ ରହିଛି। କୋରୋନା ଲକ୍ଷଣ ଥିବା ବ୍ୟକ୍ତି, ବୟସ୍କ, ଗର୍ଭବତୀ, ୧୦ ବର୍ଷରୁ କମ୍ ଶିଶୁଙ୍କୁ ମନ୍ଦିର ପ୍ରବେଶ ନେଇ ବାରଣ କରାଯାଇଛି।
ଜାନୁୟାରୀ ୩୧ ଯାଏଁ ଭକ୍ତମାନେ ସିଂହଦ୍ବାରରୁ ଆଡ଼କାଠ ମଧ୍ୟରେ ରହି ଦର୍ଶନ କରିପାରିବେ। ସାହାଣ ଦର୍ଶନ ଓ ଗର୍ଭଗୃହ ଦର୍ଶନ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି। ଏହାସହ ଆସନ୍ତା ୩ ତାରିଖରୁ ରାଜଧାନୀର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ SOP ଜାରି କରାଯାଇଛି। ଅନ୍ୟାନ୍ୟ ମନ୍ଦିର ସମେତ ମସଜିଦ୍ ଓ ଗୀର୍ଜା ଖୋଲିବା ନେଇ ଅନୁମତି ରହିଛି। ତେବେ ଏଥିପାଇଁ ଏହାର ପରିଚାଳକ କର୍ତ୍ତୁପକ୍ଷ ସେମାନଙ୍କ କ୍ଷମତା ନେଇ BMCକୁ ଅଣ୍ଡରଟେକିଂ ଦେବାକୁ ପଡିବ। ସେପଟେ ବଡ ଦିନ ପାଇଁ ମଧ୍ୟ ଚର୍ଚ୍ଚଗୁଡିକୁ ଗୋଟିଏ ଦିନ ଖୋଲିବା ଲାଗି ସ୍ବତନ୍ତ୍ର ଅନୁମତି ରହିଛି।