ବିଏମସିର ମିଶନ୍ ଭ୍ୟାକ୍ସିନେସନ୍
Advertisement
Article Detail0/zeeodisha/odisha917171

ବିଏମସିର ମିଶନ୍ ଭ୍ୟାକ୍ସିନେସନ୍

ଆଗକୁ କୋରୋନାର ତୃତୀୟ ଲହର ଆସିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ରାଜଧାନୀରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଟିକାକରଣ କରିବାକୁ ବିଏମସି ଟାର୍ଗେଟ କରିଛି ।

ବିଏମସିର ମିଶନ୍ ଭ୍ୟାକ୍ସିନେସନ୍

ଭୁବନେଶ୍ୱର: ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ମିଶନ୍ ମୋଡରେ ଜାରି ରହିଛି ଟିକାଦାନ (Vaccination) ପ୍ରକ୍ରିୟା । କୌଣସି ଯୋଗ୍ୟ ହିତାଧିକାରୀ ଯେପରି ଟିକା (Corona Vaccine) ରୁ ବଞ୍ଚିତ ରହିବେନି ସେଥିପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଉଛି । ସମୁଖ ଯୋଦ୍ଧା, ୪୫ ବର୍ଷରୁ ଉଦ୍ଧ୍ୱ ପରେ ଯୁବ ବର୍ଗଙ୍କ ସମେତ ସାମ୍ବାଦିକ, ବାସହରା ଓ ଭିକ୍ଷୁକଙ୍କୁ ବ୍ୟବସ୍ଥିତ ଢଙ୍ଗରେ ଟିକାକରଣ କରିବା ପରେ ଆଜିଠୁ ଜରୁରୀ ସେବା ତଥା ହୋଟେଲ କର୍ମଚାରୀ ଓ ଶଯ୍ୟାଶାୟୀଙ୍କୁ ସ୍ବତନ୍ତ୍ର ଭାବେ ଟିକା ଦିଆଯାଇଛି ।

ଅଧିକ ପଢ଼ନ୍ତୁ:-ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ପୁଣି ୮ ହଜାରରୁ ଉର୍ଦ୍ଧ୍ୱ କୋରୋନା ସଂକ୍ରମିତ

ରାଜ୍ୟଧାନୀରେ ଆଜିଠୁ ହୋଟେଲ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଟିକାଦାନ (Coronavirus Vaccination) କରାଯାଇଛି । ବିଏମସି ଓ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ ଅଫ ଓଡିଶା ବା ହାରୋ ସହ ମିଳିତ ଉଦ୍ୟମରେ ଏହି ଟିକାକରଣ ଆରମ୍ଭ ହୋଇଛି । ପୂର୍ବରୁ ଏନେଇ ହାରୋ ପକ୍ଷରୁ କର୍ମଚାରୀଙ୍କ ତାଲିକା ଦିଆଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩୦ରୁ ଉର୍ଦ୍ଧ୍ୱ ହୋଟେଲର ୫ ଶହ କର୍ମଚାରୀଙ୍କ ପାଇଁ ଟିକା ବ୍ୟବସ୍ଥା କରାଯାଇଛି । ବିନା ସ୍ଲଟ ବୁକିଂରେ ସ୍ୱତନ୍ତ୍ର ସେସନ ଜରିଆରେ 7th ବାଟାଲିଆନ ନିକଟ ହାଇସ୍କୁଲରେ ଏହି ଟିକା ଦିଆଯାଇଛି । ତେବେ ଆଗାମୀ ଦିନରେ ରାଜ୍ୟ ଓ ଦେଶ ଭିତରୁ ଓ ବାହାରୁ ଆସୁଥିବା ପର୍ଯ୍ୟଟକ ଏବଂ ଗ୍ରାହକ ମାନଙ୍କ ସହ ହୋଟେଲ କର୍ମଚାରୀ ସିଧାସଳଖ ସଂପୃକ୍ତ ରହିବା ହେତୁ ଟିକଦାନର ଆବଶ୍ୟକତା ଥିବା ସେମାନେ କହିଛନ୍ତି ।

ଅଧିକ ପଢ଼ନ୍ତୁ:-କାଲିଠୁ ବଦଳିବ ପାଗ: ବଢିବ ବର୍ଷାର ପରିମାଣ, ୧୪ ଯାଏଁ ବର୍ଷିବ!

ସେପଟେ ଆଜିଠୁ ଘରେ ଘରେ ଟିକାଦାନ କରାଯାଇଛି । କେବଳ ଶଯ୍ୟାଶାୟୀ ଓ ଶାରୀରିକ ଅଚଳ ହିତାଧିକାରୀ ମାନଙ୍କୁ ନିଜ ଡୋର ଷ୍ଟେପରେ ଟିକା ଦିଆଯାଇଛି । ପୂର୍ବରୁ ବିଏମସି ସୂଚନା ପରେ ସେମାନେ ୧୯୨୯ ଜରିଆରେ ପଂଜିକରଣ କରିଥିଲେ । ଏହାପରେ ବିଏମସି ପକ୍ଷରୁ ଆରଆରଟି ଟିମ୍ ସହ ଭ୍ୟାକ୍ସିନେଟର ପ୍ରମୁଖ ମିଳିତ ଭାବେ ପଂଜିକୃତ ହିତାଧିକାରୀଙ୍କ ଘରେ ଆସି ଟିକା ଦେଇଛନ୍ତି । ସଂପୂର୍ଣ୍ଣ ଶଯ୍ୟାଶୟୀ କିମ୍ବା କୌଣସି କାରଣ ବଶତଃ ଅଂଗପ୍ରତ୍ୟଂଗ ଅଚଳ ଥିବା ଯୋଗ୍ୟ ହିତାଧିକାରୀ ମାନଙ୍କୁ ଏହି ପ୍ରକ୍ରିୟାରେ ସାମିଲ କରାଯାଇଛି ।

ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ପାଇଁ ଡବଲ ଗୁଡ୍ ନ୍ୟୁଜ୍! ମହଙ୍ଗା ଭତ୍ତା ସହିତ ଏବେ Appraisal ରୁ ମଧ୍ୟ ବଢ଼ିବ ଦରମା

ଆଗକୁ କୋରୋନାର ତୃତୀୟ ଲହର ଆସିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ରାଜଧାନୀରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଟିକାକରଣ କରିବାକୁ ବିଏମସି ଟାର୍ଗେଟ କରିଛି ।