Corona ପରେ Dengue ବିରୁଦ୍ଧରେ ଲଢିବାକୁ ଅଣ୍ଟାଭିଡ଼ିଲା BMC
Advertisement
Article Detail0/zeeodisha/odisha940091

Corona ପରେ Dengue ବିରୁଦ୍ଧରେ ଲଢିବାକୁ ଅଣ୍ଟାଭିଡ଼ିଲା BMC

ଡେଙ୍ଗୁ ମୁକାବିଲା ପାଇଁ ରାଜଧାନୀରେ ବିଭିନ୍ନ ନାଳନର୍ଦ୍ଦମା ସଫେଇ ଏବଂ ଅନାବନା ଜଙ୍ଗଲକୁ ସଫା କରିବା ପ୍ରକ୍ରିୟା ଜାରି ରହିଛି।

Corona ପରେ Dengue ବିରୁଦ୍ଧରେ ଲଢିବାକୁ ଅଣ୍ଟାଭିଡ଼ିଲା BMC

ଭୁବନେଶ୍ୱର: କୋରୋନା ପରେ ରାଜଧାନୀରେ ଚିନ୍ତା ବଢାଇ ଦେଇଛି  ଡେଙ୍ଗୁ। ଏହାର ମୁକାବଲା ପାଇଁ ବିଏମସି ପକ୍ଷରୁ ଜାରି ରହିଛି ପ୍ରୟାସ। ଭୁବନେଶ୍ବର ସହରରେ ଡେଙ୍ଗୁ ପ୍ରାଦୁର୍ଭାବକୁ ଦୃଷ୍ଟିର ରଖି ପୂର୍ବରୁ କେନ୍ଦ୍ରୀୟ ଟିମ୍ ଯାଇଥିବା ବେଳେ ରବିବାର ଠାରୁ ଘର ଘର ବୁଲି ଲୋକଙ୍କୁ ସଚେତନତା କରାଯାଉଛି। ଡେଙ୍ଗୁର ଲକ୍ଷଣ ସହ ନିରାକରଣ ଉପରେ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ବର୍ଷା ଦିନ ଶେଷ ହେବା ପର୍ଯ୍ୟନ୍ତ ଏହି କାଯ୍ୟକ୍ରମ ଚାଲିବ ବୋଲି କୁହାଯାଇଛି।

ଡେଙ୍ଗୁ ପ୍ରାଦୁର୍ଭାବକୁ ଦୃଷ୍ଟିରେ ରଖି ରାଜଧାନୀର ଶୈଳୀଶ୍ରୀ ବିହାର (Sailashree Vihar), ନୀଳାଦ୍ରି ବିହାର (Neeladri Vihar) ସମେତ ଅନେକ ବସ୍ତି (Bhubaneswar Town Slum Area) ଏବଂ ବିଭିନ୍ନ ଅନ୍ୟ ଅଞ୍ଚଳ ଉପରେ ନଜର ରଖାଯାଇଛି। ରାଜଧାନୀରେ ବିଭିନ୍ନ ନାଳନର୍ଦ୍ଦମା ସଫେଇ ଏବଂ ଅନାବନା ଜଙ୍ଗଲକୁ ସଫା କରିବା ପ୍ରକ୍ରିୟା ଜାରି ରହିଛି। ଭୁବନେଶ୍ୱର ମହାନଗର ନିଗମ-ବିଏମସି (Bhubaneswar Municipal Corporation-BMC) ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ ସହ ଏକ ଡାକ୍ତରୀ ଦଳ ମଧ୍ୟ୍ୟ ଡେଙ୍ଗୁ ପ୍ରଭାବିତ ଅଞ୍ଚଳରେ ସ୍ୱତନ୍ତ୍ର ଭାବରେ କାଯ୍ୟ କରୁଛନ୍ତି। ଲୋକଙ୍କୁ ମଶାରି ବ୍ୟବହାର କରିବା, ଘର ବାହାର ସଫା ରଖିବା, ଛାତ ଉପରେ ଅନାବଶ୍ୟକ ଟାୟାର ନଫିଙ୍ଗିବା ସହ ଘରେ ଲାଗିଥିବା ଗଛରେ କିଭଳି ପାଣି ନଜମିବ ସେନେଇ ସଚେତନ ରହିବାକୁ ବିଏମସି ପକ୍ଷରୁ କୁହାଯାଇଛି।