ଆସନ୍ତାକାଲି ଠାରୁ ରାଜ୍ୟରେ ହେବ କ୍ୟାମ୍ପେନ୍ ମୋଡରେ ଟିକାକରଣ
Advertisement
Article Detail0/zeeodisha/odisha924650

ଆସନ୍ତାକାଲି ଠାରୁ ରାଜ୍ୟରେ ହେବ କ୍ୟାମ୍ପେନ୍ ମୋଡରେ ଟିକାକରଣ

କେନ୍ଦ୍ର ସରକାରଙ୍କ ମାଗଣା ଟିକା ଯୋଜନା ରାଜ୍ୟରେ କାର୍ଯ୍ୟକାରୀ ହେଉଛି। 

ଆସନ୍ତାକାଲି ଠାରୁ ରାଜ୍ୟରେ ହେବ କ୍ୟାମ୍ପେନ୍ ମୋଡରେ ଟିକାକରଣ

ଭୁବନେଶ୍ୱର: ଜୁନ ୨୧ ତାରିଖ ସୋମବାର ଠାରୁ ରାଜ୍ୟରେ କ୍ୟାମ୍ପେନ୍ ମୋଡ ମାଧ୍ୟମରେ ଆରମ୍ଭ ହେବାକୁ ଯାଉଛି ଟିକାକରଣ। ରାଜ୍ୟରେ ଦ୍ରୁତ ଟିକାକରଣ ପାଇଁ ଦୈନିକ ୩ ଲକ୍ଷ ନାଗରିକଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଏହି ଟିକାକରଣରେ ସମସ୍ତବର୍ଗକୁ ପ୍ରାଧାନ୍ୟ ଦିଆଯିବ। ସେକେଣ୍ଡ ଡୋଜ ଠାରୁ ଆରମ୍ଭ କରି ୧୮ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ବର୍ଗକୁ ଟିକା ପ୍ରଦାନ କରାଯିବ ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। 

କୋଭିଡ୧୯ ଟିକାକରଣ (Covid19 Vaccination) ପ୍ରକ୍ରିୟାକୁ ସରଳୀକରଣ କରିବା ପାଇଁ ୫୦ ପ୍ରତିଶତ ପଞ୍ଜୀକରଣ ଅଫ୍ ଲାଇନ୍ ଏବଂ ବାକି ୫୦ ପ୍ରତିଶତ ପଞ୍ଜୀକରଣ ଅନ୍ ଲାଇନ୍ ମାଧ୍ୟମରେ କରାଯିବ। ଏହା ସହ ଯେଉଁ ଗ୍ରାମାଞ୍ଚଳ (Rural Area) କିମ୍ବା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର (Tribal Domoinated Area) ଲୋକ କୋରୋନା ଟିକା ନେବା ପାଇଁ ଅନିଛା ପ୍ରକାଶ କରୁଛନ୍ତି, ସେମାନଙ୍କ ନିକଟରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ପହଞ୍ଚି ସେମାନଙ୍କୁ ବ୍ୟକ୍ତିଗତ ସ୍ତରରେ ଅବଗତ କରାଇବେ। ପ୍ରାୟ ୨ ହଜାର କେନ୍ଦ୍ରରେ ଟିକାକରଣ କରିବା ଲାଗି ଲକ୍ଷ୍ୟ ରଖିଛନ୍ତି ସରକାର। 

Also Read: ବିଏମସିର ମିଶନ୍ ଭ୍ୟାକ୍ସିନେସନ୍

ଆସନ୍ତାକାଲି ଠାରୁ ରାଜ୍ୟରେ ଜୋରଦାର ହେବ ଟିକାକରଣ। ଦୈନିକ ୩ ଲକ୍ଷ ନାଗରିକଙ୍କୁ କୋରୋନା ଟିକା (Corona Vaccine) ଦେବାକୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ଏବେ ଦେଢ ହଜାର ଟିକାକରଣ କେନ୍ଦ୍ର ରହିଥିବା ବେଳେ ଆଗକୁ ଏହି ସଂଖ୍ୟା ୨ ହଜାରକୁ ବଢାଇବାକୁ ଲକ୍ଷ୍ୟ ରଖାଯାଇଛି। ଟିକାକରଣ ପ୍ରକ୍ରିୟାକୁ ସରଳ କରିବା ପାଇଁ ୫୦ ପ୍ରତିଶତ ଅନ୍ ଲାଇନ ଏବଂ ୫୦ ପ୍ରତିଶତ ଅଫ୍ ଲାଇନ୍ ପଞ୍ଜୀକରଣ କରାଯିବ। 

ଆସନ୍ତା ସୋମବାର ଠାରୁ ରାଜ୍ୟର ସମସ୍ତ ବ୍ଲକ (Block), ବିଜ୍ଞାପିତ ଅଞ୍ଚଳ ପରିଷଦ-ଏନଏସି (Notified Area Council,-NAC), ପୌରପାଳିକା (Municipality) ଏବଂ ମହାନଗର ନିଗମ (Municipal Corporation) ଠାରେ କ୍ୟାମ୍ପେନ ମୋଡ଼ ମାଧ୍ୟମରେ ହେବ ଟିକାକରଣ (Campaign Mode Vaccination)। ପ୍ରତ୍ୟେକ ବ୍ଲକ ସହ ଏନଏସସି ଅଞ୍ଚଳରେ ୫, ପୌରପାଳିକାରେ ୧୦, ମହାନଗର ନିଗମରେ ୨୦ଟି ଲେଖାଏଁ ସେସନ କରିବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ (Odisha Health Department) ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। 

ଉଭୟ ଅନଲାଇନ-ଅଫଲାଇନ ଟିକାକରଣ ପାଇଁ ଜିଲ୍ଲାସ୍ତରରେ ଯୋଜନା କରାଯିବ। ୨ ହଜାର ଟିକାଦାନ କେନ୍ଦ୍ର ପାଇଁ ପର୍ଯ୍ୟାପ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ତାଲିମ୍ ଦିଆଯିବ। ସବୁ ବର୍ଗର ଲୋକଙ୍କୁ ସମାନ ଗୁରୁତ୍ବ ଦିଆଯିବ। ୧୮ ବର୍ଷରୁ ଅଧିକ, ୪୫ ବର୍ଷରୁ ଅଧିକ ସମେତ ସ୍ବାସ୍ଥ୍ୟକର୍ମୀ, ସମ୍ମୁଖ କୋରୋନା ଯୋଦ୍ଧାଙ୍କୁ (Frontline Corona Warrior) ଟିକା ଦିଆଯିବା ସହ ସଠିକ ସମୟରେ ଦ୍ବିତୀୟ ଡୋଜ (Second Dose Vaccine) ଦିଆଯିବା ଉପରେ ଗୁରୁତ୍ବ ଦିଆଯାଇଛି। 

Also Read: Covid19 Vaccination: 45 Plus ପରେ ଏବେ ନଜରରେ 18 Plus

ଏବେ ରାଜ୍ୟରେ ଜୁନ ୧୯ ତାରିଖ ଶନିବାର ପର୍ଯ୍ୟନ୍ତ ୯୬ ଲକ୍ଷ ୭୭ ହଜାର ୫୯୨ ଡୋଜ ଟିକାକରଣ ହୋଇସାରିଛି। ଅର୍ଥାତ ରାଜ୍ୟର ମୋଟ ଜନସଂଖ୍ୟାର ୨୨ ପ୍ରତିଶତ ଲୋକଙ୍କ ଟିକାକରଣ ହୋଇସାରିଛି। କେତେକ ଅଞ୍ଚଳର ଲୋକ ଟିକା ନେବାକୁ ଅନିଛା ପ୍ରକାଶ କରୁଥିବାରୁ ସେଠାରେ ସ୍ଥାନୀୟ ପ୍ରଶାସନ ପହଞ୍ଚି ଲୋକଙ୍କୁ ଟିକାକରଣ ବାବଦରେ ବୁଝାଇବେ। ଏବେ ରାଜ୍ୟରେ ୧୦ ଲକ୍ଷ କୋଭିସିଲ୍ଡ (Covishield) ଏବଂ 4 ଲକ୍ଷ କୋଭାକ୍ସିନ (Covaxin) ଟିକା ମହଜୁଦ ରହିଛି। 

କେନ୍ଦ୍ର ସରକାରଙ୍କ ମାଗଣା ଟିକା ଯୋଜନା ରାଜ୍ୟରେ କାର୍ଯ୍ୟକାରୀ ହେଉଛି। ସାରା ଦେଶରେ ଆସନ୍ତାକାଲି ଠାରୁ ଏହା ଆରମ୍ଭ ହେଉଛି। ରାଜ୍ୟ ପାଖରେ ଉପଲବ୍ଧ ରହିଥିବା ଟିକା ଏବଂ କେନ୍ଦ୍ର ସରକାର ଯୋଗାଇ ଦେଇଥିବା ଟିକା ଲୋକଙ୍କୁ ପ୍ରଦାନ କରାଯିବ। ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଟିକାକରଣକୁ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ହେଲେ ଭ୍ରାମ୍ୟମାଣ ଟିକାଦାନ କେନ୍ଦ୍ର (Mobile Vaccination Center) କରିବାକୁ ହେବ। ଯାହା ଫଲରେ ପାହାଡିଆ କିମ୍ବା ଦୁର୍ଗମ ଅଞ୍ଚଳର (Cut Off Area) ଲୋକଙ୍କ ଟିକାକରଣ ସହଜରେ ହୋଇପାରିବ। ଏହା ସହ ଆଦିବାସୀ ଏବଂ ଜନଜାତି ବର୍ଗର ଲୋକଙ୍କୁ (Tribal People) ବୁଝାଇବା ପାଇଁ ସ୍ଥାନୀୟ ଲୋକ ପ୍ରତିନିଧି , ସାହି ମୁରବୀ, ପଞ୍ଚାୟତ ସ୍ତରର ଅଧିକାରୀଙ୍କୁ ନେଇ କାମ କରିବାକୁ ହେବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି। 

Also Read: BMC ପକ୍ଷରୁ Vaccine Drive ସେବା ଆରମ୍ଭ; ଗାଡିରେ ମିଳିଲା ଟୀକା, No Waiting No Halting

କେନ୍ଦ୍ର ସରକାରଙ୍କର ନୂଆ ଟିକା ନୀତି ଅନୁସାରେ ଟିକା ନିର୍ମାଣକାରୀ କମ୍ପାନୀ ନିଜ ଉତ୍ପାଦନର 75 ପ୍ରତିଶତ କେନ୍ଦ୍ର ସରକାରଙ୍କୁ ଦେବେ ଏବଂ ବଳକା ୨୫ ପ୍ରତିଶତ ଘରୋଇ ଡାକ୍ତରଖାନାକୁ ଯୋଗାଇ ଦିଆଯିବ। ଚଳିତ ବର୍ଷ ଶେଷ ସୁଦ୍ଧା ସମଗ୍ର ଦେଶରେ ଟିକାକରଣ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ସରକାର।