ଭେଜାଲ ପେଟ୍ରୋଲ ଜାଲରେ ରାଜଧାନୀ, ଗାଡି ଇଞ୍ଜିନ ସିଜ୍ !
Advertisement
Article Detail0/zeeodisha/odisha859388

ଭେଜାଲ ପେଟ୍ରୋଲ ଜାଲରେ ରାଜଧାନୀ, ଗାଡି ଇଞ୍ଜିନ ସିଜ୍ !

ଭେଜାଲ ପେଟ୍ରୋଲ ଜାଲରେ ରାଜ୍ୟ ରାଜଧାନୀ । ଭୁବନେଶ୍ବର ବରମୁଣ୍ଡା ସ୍ଥିତି ଏକ ପେଟ୍ରୋଲ ପମ୍ପରେ ଅପମିଶ୍ରିତ ତେଲ ବାହାରିଥିବା ଅଭିଯୋଗ ହୋଇଛି ।

ଭେଜାଲ ପେଟ୍ରୋଲ ଜାଲରେ ରାଜଧାନୀ, ଗାଡି ଇଞ୍ଜିନ ସିଜ୍ !

ଶାନ୍ତସ୍ବରୂପ ରାଉତ, ଭୁବନେଶ୍ବର : ଭେଜାଲ ପେଟ୍ରୋଲ ଜାଲରେ ରାଜ୍ୟ ରାଜଧାନୀ । ଭୁବନେଶ୍ବର ବରମୁଣ୍ଡା ସ୍ଥିତି ଏକ ପେଟ୍ରୋଲ ପମ୍ପରେ ଅପମିଶ୍ରିତ ତେଲ ବାହାରିଥିବା ଅଭିଯୋଗ ହୋଇଛି । ଖାଲି ଅଭିଯୋଗ ନୁହେଁ ବରଂ ଏହାଦ୍ବାରା ଚାଳକମାନଙ୍କ ଗାଡି ସିଜ୍ ହୋଇଥିବା ସେମାନେ ଅଭିଯୋଗ କରିବା ସହ ଉତ୍ତେଜନା ପରିସ୍ଥିତି ଦେଖାଦେଇଥିଲା ।

ପୂରା ଘଟଣାକ୍ରମ ଏମିତି, ବରମୁଣ୍ଡାସ୍ଥିତ ଏଚପି ପେଟ୍ରୋଲ ପମ୍ପରେ ଆଜି ଦିନରେ ତେଲ ପକାଇଯାଇଥିବା ଗାଡି ଚାଳିକ ଅସୁବିଧାର ସମ୍ମୁଖନୀ ହୋଇଥିଲେ । ତେଳ ପକାଇ ଯାଉଥିବା ବେଳେ ଅଧା ରାସ୍ତାରେ ସେମାନଙ୍କ ଗାଡି ସିଜ୍ ହୋଇଯାଇଥିଲା । ଗ୍ୟାରେଜରେ ଦେଖାଇବା ପରେ ଶେଷରେ ତେଲ କାଢି ଦେଖିବା ବେଳକୁ ଏହା ଭେଜାଲ ଥିଲା । 

ବୋତଲରେ କାଢି ଦେଖିବା ପରେ ତେଲ ସହିତ କୌଣସି ପାଣି କିମ୍ବା ଜେଲ୍ ଭଳି ଅପମିଶ୍ରଣ ପଦାର୍ଥ ସାମ୍ନାକୁ ଆସିଥିଲା । ଏହାପରେ ସଂନ୍ଧ୍ୟା ସମୟରେ ଚାଳକ ମାନଙ୍କ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଥିଲା । ପେଟ୍ରୋଲ ପମ୍ପରେ ଆସି ତିବ୍ର ବିରୋଧ କରିବା ସହ କ୍ଷତିପୂରଣ ପାଇଁ ଦାବୀ କରିଥିଲେ । ବଡ କଥା ହେଉଛି ଜଣେ କି ଦୁଇ ଜଣ ନୁହେଁ ୨୦ରୁ ଉର୍ଦ୍ଦ୍ବ ଚାଳିକ ଏହି ସମାନ ସମସ୍ୟାର ସମ୍ମୁଖୀନ ହୋଇଥିବା ଅଭିଯୋଗ କରିଛନ୍ତି ।

ଏହାପରେ ସ୍ଥାନୀୟ ଭରତପୁର ପୋଲିସ ଷ୍ଟେସନ ପକ୍ଷରୁ ଆସି ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କୁ ଅଟକ ରଖି ପଚରାଉଚରା କରାଯାଇଥିଲା । ଏହାସହ ସ୍ଥାନୀୟ ଲୋକ ମାନଙ୍କୁ ବୁଝାସୁଝା କରିବା ପରେ ବିରୋଧ ଥମିଥିଲା ।