କମିଶନରେଟ ପୋଲିସର ଅଜବ ନୀତି: ଅଭିଯୁକ୍ତକୁ ଧରିପାରିଲାନି, ନିରୀହ ଲୋକଙ୍କୁ ମାଡ ମାରିଲା !
Advertisement
Article Detail0/zeeodisha/odisha611652

କମିଶନରେଟ ପୋଲିସର ଅଜବ ନୀତି: ଅଭିଯୁକ୍ତକୁ ଧରିପାରିଲାନି, ନିରୀହ ଲୋକଙ୍କୁ ମାଡ ମାରିଲା !

କମିଶନରେଟ ପୋଲିସର ପୁଣି ଏକ ଦାଦାଗିରି ! ଫେରାର ମାରୁଛନ୍ତି ବଡ ବଡ ଅପରାଧି, ନିରୀହ ଲୋକଙ୍କ ଉପରେ ଜୁଲୁମବାଜ । ରାତି ଅଧିଆ ପାଚେରି ଡେଇଁଲା, ଘରେ ପଶି ମାଡ ମାରିଲା । ଏତିକିରେ ସରିନଥିଲା କାହାଣୀ । ଥାନାକୁ ଉଠେଇ ନେଇ ରାତିସାରା ମାଡ ମାରିଥିବା ଅଭିଯୋଗ ହୋଇଛି । ପୁରା ଭିଜୁଆଲ ଏବେ ସିସିଟିଭିରେ । ପ୍ରଶ୍ନ, ଆମ ପୋଲିସ...କାହା ସେବାରେ ? 

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

ସରୋଜ ବେହେରା, ଭୁବନେଶ୍ୱର: କମିଶନରେଟ ପୋଲିସର ପୁଣି ଏକ ଦାଦାଗିରି ! ଫେରାର ମାରୁଛନ୍ତି ବଡ ବଡ ଅପରାଧି, ନିରୀହ ଲୋକଙ୍କ ଉପରେ ଜୁଲୁମବାଜ । ରାତି ଅଧିଆ ପାଚେରି ଡେଇଁଲା, ଘରେ ପଶି ମାଡ ମାରିଲା । ଏତିକିରେ ସରିନଥିଲା କାହାଣୀ । ଥାନାକୁ ଉଠେଇ ନେଇ ରାତିସାରା ମାଡ ମାରିଥିବା ଅଭିଯୋଗ ହୋଇଛି । ପୁରା ଭିଜୁଆଲ ଏବେ ସିସିଟିଭିରେ । ପ୍ରଶ୍ନ, ଆମ ପୋଲିସ...କାହା ସେବାରେ ? 

ପୁରା ଘଟଣା ଥିଲା ଏପରି । ଭୁବବଶ୍ୱର ଶହୀଦ ନଗର ସ୍ଥିତ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରନ୍ତି ଶିବୁନ ଓ ବିକାଶ । ତେବେ ଏହି ସଂସ୍ଥାରେ ଅସ୍ଥାୟୀ ଭାବରେ ଡ୍ରାଇଭର ଥିଲେ ରମେଶ ବାରିକ । ନିଜ ଡ୍ରାଇଭର ନଥିବାରୁ କିଛିଦିନ ପାଇଁ ରମେଶକୁ ନିଜ ସଂସ୍ଥାରେ ରଖିଥିଲେ ମାଲିକ  କୈଲାସ ଚନ୍ଦ୍ର ମୁଦୁଲି । ଡ୍ରାଇଭର ରମେଶ ନାଁରେ ପୂର୍ବରୁ ଖଣ୍ଡଗିରି ଥାନାରେ ମାମଲା ରହିଛି । ତେଣୁ ରମେଶକୁ ଧରିବା ପାଇଁ ଆସି ସଂସ୍ଥାର ଅନ୍ୟ କର୍ମଚାରୀ ଶିବୁନ ଓ ବିକାଶଙ୍କ ଉପରେ ଅତ୍ୟାଚାର କରିଥିଲା ପୋଲିସ । 

ରାତି ଅଧିଆ ପାଚେରି ଡେଇଁ ଅଫିସ ଭିତରେ ପଶିଥିଲା ଖଣ୍ଡଗିରି ପୋଲିସ । ତେବେ ପୋଲିସ ସାଧା ପୋଷାକରେ ଆସିଥିବାରୁ ଅନ୍ୟ କେହି ଭାବି କବାଟ ନଖୋଲି ପ୍ରଥମେ ମାଲିକଙ୍କୁ ଏ ସମ୍ପର୍କରେ ପଚାରିଥିଲେ ଉଭୟ ଶିବୁନ ଓ ବିକାଶ । ପୋଲିସ ଆସିଥିବା ଜାଣିବା ପରେ କବାଟ ଖୋଲିଥିଲେ । ବାସ୍, ଭୁଲ ଏତିତି । କବାଟ ଖୋଲିବାରେ ବିଳମ୍ବ କାହିଁକି କହି ପୋଲିସ ଆରମ୍ଭ କରିଦେଇଥିଲା ଲାତ ଗୋଇଠା । ଅଭିଯୁକ୍ତ ରମେଶ ତ ନଥିଲା, କିନ୍ତୁ ନିରୀହ ଶିବୁନ ଓ ବିକାଶଙ୍କୁ ଥାନାକୁ ଉଠେଇ ନେଇ ମାଡି ମାରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସଂସ୍ଥାର ମାଲିକ କୈଳାଶ ଚନ୍ଦ୍ର ମୁଦୁଲି । ଏପରିକି ଏନେଇ ସେ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି । ସେହିପରି ଦୁଇ ପୀଡିତ ଶିବୁନ ପରିଡା ଓ ବିକାଶ ରାଉତରାୟ ଏହାର ତଦନ୍ତ ଦାବି କରିଛନ୍ତି ।

ଆହୁରି ପଢନ୍ତୁ; ହୋଟେଲରେ ଯୁବତୀଙ୍କୁ ଅସଦାଚରଣ