ରାଜେଶ ସାମନ୍ତରାୟ, ଭୁବନେଶ୍ୱର: ରାଜଧାନୀବାସୀଙ୍କ ପାଇଁ ଖୁସି ଖବର। ଭୁବନେଶ୍ବର (Bhubaneswar) ସହରାଞ୍ଚଳରେ ଥିବା ସମସ୍ତ ବସ୍ତି (Slum Area) ଏବେ କୋରୋନା ମୁକ୍ତ (Corona Free) ହୋଇଛି। କୌଣସି ଗୋଟିଏ ବି ରୋଗୀ ଏବେ ବସ୍ତି ଅଞ୍ଚଳରେ ନାହାନ୍ତି। ଏ ନେଇ ଭୁବନେଶ୍ବର ମ୍ୟୁନିସିପାଲ କର୍ପୋରେସନ୍ ବିଏମସି (Bhubaneswar Municipality Corporation Area-BMC) ଆନୁଷ୍ଠାନିକ ଭାବେ ଘୋଷଣା କରିଛି। ସମୟ ଥିଲା ଯେତେବେଳେ ରାଜଧାନୀରେ ମାତ୍ରାଧିକ କୋରୋନା ସଂକ୍ରମିତ (Corona) ପ୍ରମୁଖ ୫ଟି ବସ୍ତିରୁ ବାହାରୁଥିଲେ। ଏବେ କିନ୍ତୁ ଲଗାତାର ଭାବେ କିଛି ଦିନ ହେବ ବସ୍ତିରେ ଆଉ ସଂକ୍ରମଣ ନାହିଁ ବୋଲି ଜଣାପଡିଛି। ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଗୋଷ୍ଠୀ ରୋଗ ପ୍ରତିରୋଧକ ଶକ୍ତି ବା ହାର୍ଡ ଇମ୍ୟୁନିଟି ସୃଷ୍ଟି ହେବା କାରଣରୁ ଏହା ସମ୍ଭବ ହୋଇ ପାରିଛି।
ଅଧିକ ପଢନ୍ତୁ: ଓୱେସୀଙ୍କ ବେକରେ ଟିଆରଏସ ଫାଶ; ଜନତା ମାଗିଲେ ହିସାବ
ଜୁଲାଇ (July) ମାସରୁ ସେପ୍ଟେମ୍ବର (September) ମାସ, ଏହି ୩ ମାସ କନ୍ଦାଇଥିଲା ରାଜଧାନୀବାସୀଙ୍କୁ। କାରଣ ରାଜ୍ୟର ମାତ୍ରାଧିକ କୋରୋନା ସଂକ୍ରମଣ ଖୋର୍ଦ୍ଧା ଜିଲ୍ଲାରୁ ହିଁ ବାହାରୁଥିଲେ। ସେଥିମଧ୍ୟରୁ କେବଳ ବିଏମସି ବା ଭୁବନେଶ୍ବର ମୁନିସିପାଲ କର୍ପୋରେସନ୍ ଅଞ୍ଚଳରୁ ବାହାରୁଥିଲେ ୭୦ ପ୍ରତିଶତ ରୋଗୀ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ରାଜଧାନୀରେ ଥିବା ମୋଟ ୪୩୬ଟି ପଞ୍ଜୀକୃତ ବସ୍ତି ହିଁ ସବୁଠାରୁ ଅଧିକ ଟେନସନ ଦେଉଥିଲା ବିଏମସିକୁ। ଏହି ୪୩୬ଟି ବସ୍ତି ମଧ୍ୟରୁ ୫ଟି ବସ୍ତି ସର୍ବାଧିକ ସଂକ୍ରମିତ ଥିଲା। ଏ ବସ୍ତି ଗୁଡିକ ହେଉଛି ସାଲିଆ ସାହି, ସୁବାସ ନଗର ବସ୍ତି, ତ୍ରିନାଥ ବସ୍ତି, ଏକାମ୍ର ବସ୍ତି ଓ ଲକ୍ଷ୍ମୀ ନାରାୟଣ ବସ୍ତି।
ଏଠାରେ ଗୋଟିଏ ଦିନରେ ଗୋଟିଏ ଲେଖାଏଁ ବସ୍ତିରୁ ୪୦ରୁ ଅଧିକ ସଂକ୍ରମିତ ବାହାରୁଥିଲେ। ଏଠାରେ ସଂକ୍ରମଣ ରୋକିବା ପାଇଁ ବିଏମସି ପକ୍ଷରୁ ଏହି ସବୁ ଏରିଆକୁ ନୋ ଏଣ୍ଟ୍ରି ବା କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା। କିନ୍ତୁ ଏବେ ଏହି ସବୁ ଅଞ୍ଚଳ କୋରୋନା ମୁକ୍ତ ହୋଇଛି। ବିଏମସି ନିଜ ଡାସ୍ ବୋର୍ଡରେ ପ୍ରକାଶିତ କରିଥିବା ତଥ୍ୟ ଅନୁସାରେ ରାଜଧାନୀର ମୋଟ ୪୩୬ଟି ବସ୍ତିରେ ମୋଟ ୧ ଲକ୍ଷ ୮୭୦ଟି ଘରେ ମୋଟ ୪ ଲକ୍ଷ ୨୬ ହଜାର ୭୮୦ ଜଣ ବାସିନ୍ଦା ରହୁଛନ୍ତି ।
ଅଧିକ ପଢନ୍ତୁ: ଉତ୍କଟ ହେଉଛି ରାଜ୍ୟର ବେକାରୀ ସମସ୍ୟା
ଏହା ହେଉଛି ରାଜଧାନୀରେ ୪୦ ପ୍ରତିଶତ ଜନ ସଂଖ୍ୟା। ଶନିବାର ସଂଧ୍ୟା ସୁଦ୍ଧା ରାଜଧାନୀରେ ମୋଟ ୫୧୭ ଜଣ କୋରୋନା ସଂକ୍ରମଣ ସକ୍ରିୟ ଥିବା ବେଳେ ଏମାନଙ୍କ ମଧ୍ୟରୁ ଗୋଟିଏ ବି କେହି ବସ୍ତି ଅଞ୍ଚଳର ନୁହେଁ। ତେବେ ଲଗାତାର ବସ୍ତି ଅଞ୍ଚଳ ଗୁଡିକର ମନିଟରିଂ, ହେଲ୍ଥ ଚେକ୍ ଅପ୍ ଓ ସ୍କ୍ରିନି ତଥା ସଚେତନତା କାରଣରୁ ଏହାକୁ ନିୟନ୍ତ୍ରଣ କରାଯାଇ ପାରିଲା ବୋଲି ଦାୟିତ୍ବରେ ଥିବା ୱାର୍ଡ ମେଣ୍ଟର ନବ କିଶୋର ବେହେରା ଓ ତାଙ୍କ ସାଥୀ କହିଛନ୍ତି।
ରାଜଧାନୀରେ ମୋଟ ୩୦ ହଜାର ୪୬୫ ଜଣ ଆକ୍ରାନ୍ତ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା ବେଳେ ଏଥି ମଧ୍ୟରୁ ୨୯ ହଜାର ୫୩୭ ଜଣ ଚିକିତ୍ସିତ ହୋଇ ସାରିଛନ୍ତି । ସେହିପରି ୪୩୬ଟି ବସ୍ତିରୁ ୧୭୮୧ ଜଣ ବସ୍ତି ବାସିନ୍ଦା ଆକ୍ରାନ୍ତ ହୋଇଥିଲେ। ରାଜଧାନୀର ସବୁଠାରୁ ବଡ ବସ୍ତି ସାଲିଆସାହିରେ ୧୭୮ ଜଣ ଓ ତ୍ରିନାଥ ବସ୍ତିରୁ ୬୮ ଜଣ ରୋଗୀ ଚିହ୍ନଟ ହୋଇଥିଲେ 0 ତେବେ ମାତ୍ର ୫ ମାସରେ ପୁରା ବସ୍ତି ଅଞ୍ଚଳ କୋରୋନା ମୁକ୍ତ କିପରି ହେଲା ।
ଅଧିକ ପଢନ୍ତୁ: ରାଜଧର୍ମ ଆଗରେ ପତ୍ନୀ ବିୟୋଗ ଦୁଃଖ ନିଷ୍ପ୍ରଭ
ସ୍ବାସ୍ଥ୍ୟ ବିଷେଶଜ୍ଞ ନୀରଜ କୁମାର ମିଶ୍ର କହିଛନ୍ତି ବସ୍ତି ଅଞ୍ଚଳରେ ଜନସଂଖ୍ୟା ଓ ଘର ସଂଖ୍ୟାର ଘନତ୍ବ ଅଧିକ 0 ଫଳରେ ଯେଉଁ ମାତ୍ରାରେ ଏଠାରେ ଦ୍ରୁତ ଗତିରେ ସଂକ୍ରମଣ ବ୍ୟାପିଲା ସେହି ଅନୁପାତରେ ଏଠାକାର ପରିବେଶ ମୁତାବକ ରୋଗ ପ୍ରତିରୋଧକ ଶକ୍ତି ବଢିଲା। ଗୋଷ୍ଠୀ ପ୍ରତିରୋଧକ ଶକ୍ତି ବା ହର୍ଡ ଇମ୍ୟୁନିଟି ସୃଷ୍ଟି ହେବାରୁ କମ୍ ସମୟ ମଧ୍ୟରେ ବସ୍ତି ବାସିନ୍ଦା କୋରୋନା ମୁକ୍ତ ହୋଇ ପାରିଲେ। ସାଧାରଣତଃ ବସ୍ତି ଅଞ୍ଚଳ କିମ୍ବା ଯେଉଁଠି ଜନ ସଂଖ୍ୟାର ଘନତ୍ବ ଅଧିକ ସେଠାରେ ଦ୍ରୁତ ଗତିରେ ରୋଗ ବ୍ୟପିଥାଏ, ଆଉ ସେହି ତୁଳନାରେ ବି ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ। ତେବେ ରାଜଧାନୀରେ ସବୁ ବସ୍ତି କରୋନା ମୁକ୍ତ ଖବର ବାସ୍ତବରେ ଏକ ଆଶ୍ବସ୍ତିକର ଖବର।